ଯୁବରାଜଙ୍କ ମା’ଙ୍କୁ ବ୍ଲାକମେଲ୍‌ କରି ୪୦ ଲକ୍ଷ ମାଗୁଥିଲେ ମହିଳା, ଗିରଫ କଲା ପୋଲିସ

ଯୁବରାଜ ସିଂଙ୍କ ମା’ଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା ମାଗୁଥିବା ମହିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ମିଛ କେସରେ ଫସାଇବାର ଧମକ ଦେଇ ମହିଳା ଜଣକ ଶବନମ ସିଂଙ୍କୁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ମହିଳା ଜଣକ ପୂର୍ବରୁ ତାଙ୍କ ଘରେ କାମ କରୁଥିଲେ ।

ଭାରତୀୟ ଟିମର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂଙ୍କ ମା’ଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା ମାଗିଥିବା ମହିଳାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମିଛ କେସରେ ଫସାଇବାର ଧମକ ଦେଇ ମହିଳା ଜଣକ ଶବନମ ସିଂଙ୍କୁ ମୋଟା ଅଙ୍କର ଟଙ୍କା ମାଗିଥିଲେ। ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ସହ ପୋଲିସ ତାଙ୍କୁ ଗିରଫ କରିଛି ।

ଅଭିଯୁକ୍ତ ମହିଳା ଜଣକ ହେମା କୌଶିକ ଓରଫ ଡିମ୍ପି ବୋଲି ଜଣାଯାଇଛି। ଯୁବରାଜଙ୍କ ସାନ ଭାଇ ଜୋରାବର ସିଂ ମାନସିକ ଅବସାଦରେ ଆକ୍ରାନ୍ତ ଥିବାରୁ ତାଙ୍କ ଯତ୍ନ ନେବାକୁ ଡିମ୍ପିଙ୍କୁ ତାଙ୍କ ଘରେ ନିଯୁକ୍ତି ମିଳିଥିଲା। ମାତ୍ର ତାଙ୍କ ବ୍ୟବହାର ଠିକ୍ ନ ଲାଗିବାରୁ ପ୍ରାୟ ୨୦ ଦିନ ପରେ ଶବନମ ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲେ।

ଏହାପରେ ଡିମ୍ପି ଶବନମଙ୍କ ନିକଟକୁ ଫୋନ୍ କରି ୪୦ ଲକ୍ଷ ଟଙ୍କା ନ ଦେଲେ ତାଙ୍କ ପରିବାର ଉପରେ ମିଥ୍ୟା ଆରୋପ ଲଗାଇ ଥାନାରେ ଅଭିଯୋଗ କରିବାକୁ ଧମକ ଦେଇଥିଲେ। ମାତ୍ର ଏତେ ଟଙ୍କା ସଙ୍ଗେ ସଙ୍ଗେ ଯୋଗାଡ଼ କରିବା ସମ୍ଭବପର ନୁହେଁ କହି ପ୍ରଥମେ ୫ ଲକ୍ଷ ଦେବାକୁ ରାଜି ହୋଇଥିଲେ ଶବନମ ।

ଏହାପରେ ୫ ଲକ୍ଷ ଟଙ୍କା ନେବାକୁ ଡିମ୍ପି ଶବନମଙ୍କ ଘରକୁ ଆସିଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ପୋଲିସ ତାଙ୍କୁ ଟଙ୍କା ସହ ମାଡ଼ି ବସିଲା। ମହିଳାଙ୍କୁ ପୋଲିସ ଗିରଫ କରିବା ସହିତ ଟଙ୍କା ମଧ୍ୟ ଫେରିପାଇଛି । ମହିଳା ଜଣକ ଯୁବରାଜଙ୍କ ମା’ଙ୍କୁ ୪୦ ଲକ୍ଷ ଟଙ୍କା ମାଗିଥିଲେ । ମହିଳା ଜଣକ କାମ ଠକୁଥିଲେ ଏବଂ ତାଙ୍କ ବ୍ୟବହାର ଠିକ୍‌ ନଥିଲା ବୋଲି ତାଙ୍କୁ କାମରୁ ବାହାର କରିଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.