Below header

ଯାଜପୁର ବୈତରଣୀ ନଦୀରେ ବିରାଟକାୟ ଅଜଣା ଜନ୍ତୁ! ପାଖକୁ ଯାଇ ଦେଖିଲା ବେଳକୁ…

ଧିରେ ଧିରେ ଖବରଟି ପ୍ରଚାର ହେଲା ଆଉ ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହେବାକୁ ଲାଗିଲେ। ଏନେଇ ତୁରନ୍ତ ଅଗ୍ନିଶମ ବାହୀନିକୁ ଖବର ଦିଆଯିବାପରେ ଅଗ୍ନିଶମ ବାହୀନିର କର୍ମଚାରୀମାନେ ପହଞ୍ଚିଥିଲେ । ନଦୀ ଭିତରକୁ ସାହସର ସହିତ ଯାଇ ଦେଖିଲା ବେଳକୁ ଯାହା ଦେଖିଲେ ।

ଯାଜପୁର ଟାଉନ(କେନ୍ୟୁଜ୍): କଣ ଗୋଟେ କଥା ଶୁଣିଲା ମାତ୍ରକେ ଆମ ଲୋକ ଦୌଡି ଯାଆନ୍ତି ଦେଖିବାକୁ । କିଛି ଜାଣନ୍ତୁ କି ନଜାରନ୍ତୁ ବିଭିନ୍ନ କଥା ପ୍ରଚାର କରିବା ଆରମ୍ଭ କରି ଦିଅନ୍ତି । ଆଉ ଉଡା କଥା ଶୁଣି ଧିରେ ଧିରେ ଭିଡ ଜମିବାକୁ ଲାଗେ । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଯାଜପୁର ବଲ୍ଲଭିଘାଟ ନିକଟରେ ବୈତରଣୀ ନଦୀ ନକଟରେ।

ସତ କଥା ହେଲା ଆପଣ ବି ସେହି ସ୍ଥାନରେ ଥିଲେ ଆତଙ୍କିତ ହୋଇପଡିଥାନ୍ତେ । ନଦୀ ଭିତରେ ବିରାଟ ଆକାରର କଣ ଗୋଟେ ଭାସୁଥିଲା। କଣ ଭାସୁଛି ବୋଲି ସଭିଏଁ ଭାବୁଥିଲେ । କିଏ ଭାବୁଥିଲା ବିରାଟ ମାଛ କିମ୍ବା କଣ ଗୋଟେ ଅଗଣା ଜନ୍ତୁ । ଭାବି ଭାବି ସ୍ଥାନୀୟ ଲୋକେ ଅତଙ୍କିତ ହୋଇପଡିଥିଲେ । ବଡ ମାଛ କି କୁମ୍ଭୀର କି ଏହା ସାପ କି ଆଉ କଣ ବୋଲି ଅନୁମାନ ଲଗାଉଥିଲେ ।

ଧିରେ ଧିରେ ଖବରଟି ପ୍ରଚାର ହେଲା ଆଉ ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହେବାକୁ ଲାଗିଲେ। ଏନେଇ ତୁରନ୍ତ ଅଗ୍ନିଶମ ବାହୀନିକୁ ଖବର ଦିଆଯିବାପରେ ଅଗ୍ନିଶମ ବାହୀନିର କର୍ମଚାରୀମାନେ ପହଞ୍ଚିଥିଲେ । ୩ଜଣ କର୍ମଚାରୀ ନଦୀ ଭିତରକୁ ସାହସର ସହିତ ଯାଇ ଦେଖିଲା ବେଳକୁ ଏହା କୌଣସି ଅଜଣା ଜନ୍ତୁ ନୁହେଁ ବରଂ ଏକ ବୋଟ ବୋଲି ଜଣାପଡିଥିଲା । ଏହାପରେ କେହି ଭୟଭୀତ ନ ହେବାକୁ ଜନସାଧାରଣଙ୍କୁ ଅଗ୍ନିଶମ ବାହିନୀ ପରାମର୍ଶ ଦେଇଥିଲେ ।

ସତରେ ଡଙ୍ଗାଟି ଯେଉଁଭଳି ଭାବେ ନଦୀରେ ଭାସୁଥିଲା ଯେକେହିବି ଦେଖିବ କିଛି ଅଲଗା କଥା ଭାବିନବ । କିନ୍ତୁ ଲୋକଙ୍କ ମନର ଭୟକୁ ଦୁର କରିବା ପାଇଁ ସାହାସର ସହ ଭରା ନଦୀ ଭିତରକୁ ଯାଇ ପ୍ରକୃତ ଘଟଣା କଣ ଲୋକଙ୍କୁ ଜଣାଇଥିବାରୁ ସଭିଏଁ ଅଗ୍ନିଶମ ବାହିନୀକୁ ପ୍ରଶଂସା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.