ନନ୍ଦନକାନନକୁ ଆସିଲେ ନୂଆ ଅତିଥି: ଇଟାନଗରରୁ ଅଣାଯାଇଛି ହୁଲକ୍ ଗିବନ ଓ ଲିଓପାର୍ଡ

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଦୁଇ ମହାବଳ ବାଘ ଏବଂ ଘଡ଼ିଆଳ କୁମ୍ଭୀର ଯାଇଥିଲେ ଇଟାନଗର। ବଦଳରେ ନନ୍ଦନକାନନକୁ ଆସିଲେ ଗିବନ୍ ମାଙ୍କଡ଼ ଓ ଚିତା ବିରାଡ଼ି।

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ଅତିଥି। ଦୁଇ ମହାବଳ ବାଘ ଏବଂ ଘଡ଼ିଆଳ କୁମ୍ଭୀର ଯାଇଥିଲେ ଇଟାନଗର। ବଦଳରେ ନନ୍ଦନକାନନକୁ ଆସିଲେ ଗିବନ୍ ମାଙ୍କଡ଼ ଓ ଚିତା ବିରାଡ଼ି। ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଥିଲେ। ବାଘ ରକି ଓ ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀରକୁ ନେଇ ଯାଇଥିଲେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଥିଲେ।

୪ଟି ପୃଥ ପେଟିରେ ୪ଟି ଜୀବଙ୍କୁ ଅଣାଯାଇ ନନ୍ଦନକାନନରେ ଛଡ଼ାଯାଇଛି । ଦୁଇ ଗିବନଙ୍କ ମଧ୍ୟରୁ ଅଣ୍ଡିରା ଗିବନ୍ ମାଙ୍କଡର ବୟସ ୧୦ ବର୍ଷ ୩ ମାସ ହୋଇଥିବା ବେଳେ ମାଈ ଗିବନ୍ ମାଙ୍କଡ ରୋଜାର ବୟସ ୫ବର୍ଷ ୮ମାସ। ସେପଟେ ଦୀର୍ଘଦିନର ସଡ଼କ ଯାତ୍ରା ପରେ ଗିବନ ମାଙ୍କଡ଼ ଓ ଚିତା ବିରାଡ଼ି ଥକି ପଡ଼ିଥିବାରୁ ସେମାନଙ୍କୁ ଏକ ସ୍ପେଶାଲ୍ ଏନକ୍ଲୋଜରରେ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି। ତେବେ ଏହି ବିରଳ ପ୍ରାଣୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.