ବାୟୁସେନାରେ ୩୫୦୦ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ୩୫୦୦ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ୨୭ ଜୁଲାଇରୁ ଆବେଦନ କରିପାରିବେ ।

ଭାରତୀୟ ବାୟୁସେନାରେ ଭର୍ତ୍ତିହେବାର ସୁବର୍ଣ୍ଣ ସୁଯୋଗ ହାତଛଡା କରନ୍ତୁ ନାହିଁ । ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ୨୭ ଜୁଲାଇରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୭ ଅଗଷ୍ଟ ୨୦୨୩ ରହିଛି । ଇଚ୍ଛୁକ ପ୍ରାର୍ଥୀ ଭର୍ତ୍ତି ପାଇଁ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୩୫୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୭ ଅଗଷ୍ଟ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ନୋଟିଫିକେସନ ଅନୁଯାୟୀ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ଜନ୍ମ ୨୭ ଜୁନ ୨୦୦୩ରୁ ୨୭ ଡିସେମ୍ବର ୨୦୦୬ ମଧ୍ୟରେ ହୋଇଥିବା ଜରୁରୀ । ସରଂକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମାନୁସାରେ ବୟସ ସୀମାରେ ଛାଡ ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଫିଜିକାଲ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ପରୀକ୍ଷା ଆଧାରରେ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ୨୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଆବେଦନ ଶୁଳ୍କ ଅନଲାଇନ ମୋଡରେ କରାଯିବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଏହା ପରେ ଭର୍ତ୍ତି ଲିଙ୍କରେ କ୍ଲିକ୍‌ କରନ୍ତୁ।
ପର୍ସନାଲ ଡିଟେଲ୍ସ ଭରିବା ପରେ ସବମିଟ୍‌ କରନ୍ତୁ ।
ଏହାପରେ ୟୁଜର ଆଇଡି ଏବଂ ପାସଓ୍ଵାର୍ଡ କ୍ରିଏଟ କରି ଲଗଇନ୍‌ କରନ୍ତୁ ।
ଆବେଦନ ଫର୍ମ ଭରିବା ପାଇଁ ସମସ୍ତ ଦସ୍ତାବିଜ ପାଖରେ ରଖନ୍ତୁ ।
ସବୁକିଛି ସରିବା ପରେ ଆବେଦନ ଶୁଳ୍କ ଭରିବା ପରେ ସବିମିଟ୍‌ କରନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://adda247jobs-wp-assets-adda247.s3.ap-south-1.amazonaws.com/jobs/wp-content/uploads/sites/14/2023/07/12155225/Formnotice.com-Air-Force-1.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.