ଭିଜିଲାନ୍ସ ଜାଲରେ ପୋଲିସ ବାବୁ : ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ASI
ଅନୁଗୁଳ ଜିଲ୍ଲା କିଆକଟା ଥାନା ASI ନବୀନ କୁମାର ଶତପଥୀଙ୍କୁ ମାଡ଼ି ବସିଲା ବ୍ରହ୍ମପୁର ଭିଜିଲାନ୍ସ। ଏକ ପାରିବାରିକ ମାମଲାକୁ ରଫା ଦଫା କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ।

ବୌଦ୍ଧ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ପୁଣି ଜଣେ ପୋଲିସ ବାବୁ। ଅନୁଗୁଳ ଜିଲ୍ଲା କିଆକଟା ଥାନା ASI ନବୀନ କୁମାର ଶତପଥୀଙ୍କୁ ମାଡ଼ି ବସିଲା ବ୍ରହ୍ମପୁର ଭିଜିଲାନ୍ସ। ଏକ ପାରିବାରିକ ମାମଲାକୁ ରଫା ଦଫା କରିବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ । ବେଲାଦୁଲା ଗାଁର ପଞ୍ଚାନନ ମେହେରଙ୍କ ଠାରୁ କେସ୍ କ୍ଲୋଜ୍ ପାଇଁ ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ନବୀନ କୁମାର ୨ ହଜାର ଟଙ୍କା ନେଇଥିଲେ। ପୁଣି ୧୫ ହଜାର ଟଙ୍କା ମାଗିଥିଲେ। ଆଜି ପଞ୍ଚାନନ ୮ ହଜାର ଟଙ୍କା ଦେଉଥିବାବେଳେ ବୌଦ୍ଧ ବସଷ୍ଟାଣ୍ଡରୁ ଧରିଲା ବୌଦ୍ଧ ଭିଜିଲାନ୍ସ।