Below header

ସ୍ମାର୍ଟ ୱାଚର କାମ କରିବ ଏହି ରିଙ୍ଗ, Noise ଲଞ୍ଚ କଲା ଷ୍ଟାଇଲିସ ଲୁନା ରିଙ୍ଗ

୩ ମିମି ଫର୍ମ ଫ୍ୟାକ୍ଟର୍ ସହିତ ଡିଜାଇନ୍ ହୋଇଥିବା ଲୁନା ରିଙ୍ଗ, ହାଲୁକା ଓ ସ୍ଥାୟୀଯୁକ୍ତ ଫାଇଟର-ଜେଟ୍ ଗ୍ରେଡ୍ ଟାଇଟାନିୟମରୁ ପ୍ରସ୍ତୁତ କରାଯାଇଛି, ଯାହା ପିନ୍ଧିଲେ ଆରାମଦାୟକ ସହ ଫିଟ୍ ହୁଏ । ଏହା ସ୍କ୍ରାଚ୍ ଏବଂ କୌଣସି ପ୍ରକାର କ୍ଷତିକୁ ମଧ୍ୟ ପ୍ରତିରୋଧ କରେ ।

Noise ଏହାର ନୂଆ ସ୍ମାର୍ଟ ରିଙ୍ଗ୍ ‘Noise ଲୁନା ରିଙ୍ଗ’ ଭାରତୀୟ ମାର୍କେଟରେ ଲଞ୍ଚ କରିଛି, ଯାହା ସ୍ମାର୍ଟ ୱାଚ୍ ଭଳି କାମ କରିବ । ଅର୍ଥାତ ବର୍ତ୍ତମାନ ହେଲଥ ଏବଂ ଫିଟ୍ ରହିବା ପାଇଁ ଆପଣଙ୍କୁ ସ୍ମାର୍ଟ ୱାଚ୍ ର କୌଣସି ଆବଶ୍ୟକତା ରହିବ ନାହିଁ, ଏହି ରିଙ୍ଗ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ଏହା ଟାଇଟାନିୟମରେ ପ୍ରସ୍ତୁତ ହୋଇଥିବା ଏକ ସୁନ୍ଦର ଏବଂ ଷ୍ଟାଇଲିସ୍ ସ୍ମାର୍ଟ ରିଙ୍ଗ, ଯାହା ୭୦ରୁ ଅଧିକ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ମ୍ୟାଟ୍ରିକ୍ସ ଟ୍ରାକ୍ କରିବା ପାଇଁ ବିଶେଷ ଭାବରେ ଡିଜାଇନ କରାଯାଇଛି । ତେବେ ଆସନ୍ତୁ ଜାଣିବା Noise ଲୁନା ରିଙ୍ଗର ଫିଚର କଣ ରହିଛି ।

୩ ମିମି ଫର୍ମ ଫ୍ୟାକ୍ଟର୍ ସହିତ ଡିଜାଇନ୍ ହୋଇଥିବା ଲୁନା ରିଙ୍ଗ, ହାଲୁକା ଓ ସ୍ଥାୟୀଯୁକ୍ତ ଫାଇଟର-ଜେଟ୍ ଗ୍ରେଡ୍ ଟାଇଟାନିୟମରୁ ପ୍ରସ୍ତୁତ କରାଯାଇଛି, ଯାହା ପିନ୍ଧିଲେ ଆରାମଦାୟକ ସହ ଫିଟ୍ ହୁଏ । ଏହା ସ୍କ୍ରାଚ୍ ଏବଂ କୌଣସି ପ୍ରକାର କ୍ଷତିକୁ ମଧ୍ୟ ପ୍ରତିରୋଧ କରେ । ସ୍ମଥ ଇନର ଶେଲ୍ ଏବଂ ଜେଣ୍ଟଲ ଆଉଟର ଏଜ୍‌ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପିନ୍ଧିବା ପାଇଁ ଆରାମ ଦେଇଥାଏ ।

ଏହି ଲୁନା ରିଙ୍ଗରେ ଉନ୍ନତ ସେନ୍ସର ସହିତ ହାର୍ଟରେଟ, ବ୍ଲଡ ଅକ୍ସିଜେନ ଲେଭଲ , ଶୋଇବା, ଆକ୍ଟିଭିଟି ଏବଂ ଶରୀରର ତାପମାତ୍ରା ସହିତ ୭୦ରୁ ଅଧିକ ମ୍ୟାଟ୍ରିକକୁ ଟ୍ରାକ୍ କରାଯାଇପାରିବ । ପିପିଜି ସେନ୍ସର ଏବଂ 3-ଆକ୍ସିସ ଆକ୍ସିଲେରୋମିଟର ଆପଣଙ୍କ ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟକଳାପରେ ସୂକ୍ଷ୍ମ ପରିବର୍ତ୍ତନ ଗୁଡ଼ିକୁ କ୍ୟାପଚର୍ କରିଥାଏ ଏବଂ ଅପ୍ଟିକାଲ୍ ସେନ୍ସର ଆପଣଙ୍କ ଆଙ୍ଗୁଠି ସହିତ ସଠିକ ଭାବରେ ଆଲାଇନ୍ ହୋଇ ଭଲ ପରିଣାମ ଦେଇଥାଏ ।

NoiseFit ଆପ୍ ମାଧ୍ୟମରେ, ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ସବସ୍କ୍ରିପସନ ନେବାର ଆବଶ୍ୟକତା ନାହିଁ । ଲୁନା ରିଙ୍ଗ ଆପଣଙ୍କୁ iOS 14 ଏବଂ Android 6 ଏବଂ ଅନେକ ଭର୍ସନର ସୁବିଧା ଦେଇଥାଏ । ଏହା ବ୍ୟତୀତ ଏହା ୫୦ ମିଟର କିମ୍ବା ୧୬୪ ଫୁଟ ପର୍ଯ୍ୟନ୍ତ ଜଳ ପ୍ରତିରୋଧ କରିଥାଏ । ତେଣୁ ଆପଣ ପହଁରିବା କିମ୍ବା ଗାଧୋଇବା ସମୟରେ ମଧ୍ୟ ଏହାକୁ ପିନ୍ଧିପାରିବେ ।

ଲୁନା ରିଙ୍ଗରେ ମଧ୍ୟ ଭଲ ବ୍ୟାଟେରୀ ଲାଇଫ ଅଛି, ୬୦ ମିନିଟର ଚାର୍ଜରେ ୭ ଦିନ ପର୍ଯ୍ୟନ୍ତ ଏହାକୁ ଚଲାଇପାରିବେ, ତେଣୁ ବ୍ୟାଟେରୀ ସରିଯିବା ବିଷୟରେ ଚିନ୍ତା ନକରି ଆପଣ ଦିନସାରା ଏହାକୁ ବ୍ୟବହାର କରିପାରିବେ । କମ୍ପାନୀ ରିଙ୍ଗର ମୂଲ୍ୟ ବିଷୟରେ ପ୍ରକାଶ କରିନାହିଁ କିନ୍ତୁ ପାଇମେରୀ ଆକ୍ସେସ ପାସ୍ ପାଇଁ ୨୦୦୦ ଟଙ୍କା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.