ପାର୍ଲର ନଯାଇ ସୁନ୍ଦର ଚେହେରା ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ବ୍ୟୁଟି ଟିପ୍ସ

ଘରୋଇ ଟିପ୍ସକୁ ଆପଣାଇ ଆପଣ ନିଜ ଚେହେରାକୁ ଘରେ ବସି ସୁନ୍ଦର କରିପାରିବେ । ଏହି ଟିପ୍ସ ଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହେବା ସହ କେଶକୁ ମଧ୍ୟ କୋମଳତା ମିଳିବ । ଆପଣ ପ୍ରାକୃତିକ ଜିନିଷ ବ୍ୟବହାର କରିପାରିବେ ।

କିଛି ଲୋକ ସୁନ୍ଦର ଦେଖାଯିବା ପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି । କିନ୍ତୁ କେମିକାଲ ଯୁକ୍ତ ବ୍ୟୁଟି ପ୍ରଡକ୍ଟ ଅନେକ ଥର ତ୍ୱଚାରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏପରିସ୍ଥଳେ ଆପଣ କିଛି ଘରୋଇ ଟିପ୍ସକୁ ଆପଣାଇ ପାରିବେ । ଆପଣ ପ୍ରାକୃତିକ ଜିନିଷ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହି ବ୍ୟୁଟି ହ୍ୟାକ୍ସ ଦ୍ୱାରା ଆପଣ ନିଜ ଚେହେରାକୁ ଘରେ ବସି ସୁନ୍ଦର କରିପାରିବେ ।

ଏହି ଟିପ୍ସ ଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହେବା ସହ କେଶକୁ ମଧ୍ୟ କୋମଳତା ମିଳିବ । ବ୍ଲାକହେଡ୍ସ ଦୂର କରିବା ଠାରୁ ଆରମ୍ଭ କରି ଦାନ୍ତକୁ କିପରି ସଫା ରଖିବେ ସେହିି ଟିପ୍ସ ବିଷୟରେ ଆସନ୍ତୁ ଜାଣିବା ।

କ୍ଷୀର ଏବଂ ହଳଦୀ:
ଏକ ପାତ୍ରରେ ୪ରୁ ୫ ଚାମଚ କଞ୍ଚା କ୍ଷୀର ନିଅନ୍ତୁ । ଏହି କ୍ଷୀରରେ ଅଳ୍ପ ହଳଦୀ ମିଶାନ୍ତୁ । ଏହା ପରେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କ ଚେହେରାରେ କିଛି ଦିନରେ ନେଚୁରାଲ ଗ୍ଲୋ ଆସିବ ।

ନେଚୁରାଲ ହେୟାର କଲର:
ସର୍ବପ୍ରଥମେ ଏକ ବ୍ଲେଣ୍ଡରରେ ବିଟ ରୁଟ ଏବଂ ଗୋଟିଏ ଗ୍ଲାସ ପାଣି ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହି ପେଷ୍ଟକୁ ୫ ମିନିଟ ପାଇଁ ଗ୍ୟାସରେ ଫୁଟାନ୍ତୁ । ପରେ ମେହେନ୍ଦୀ ପାଉଡରରେ କିଛି କଫି ମିଶାନ୍ତୁ । ଏଥିରେ ବିଟ ରୁଟର ପେଷ୍ଟ ମିଶାନ୍ତୁ । ଏହାକୁ ସମାନ ଭାବେ କେଶରେ ଲଗାନ୍ତୁ । କିଛି ସମୟ ପରେ କେଶ ଧୋଇନିଅନ୍ତୁ ।

ସଫା ଦାନ୍ତ ପାଇଁ ଟିପ୍ସ:
ଅଳ୍ପ ସୋରିଷ ତେଲରେ ଏକ ଚାମଚ ଲୁଣ ମିଶାନ୍ତୁ । ଏହି ଦୁଇଟି ଜିନିଷକୁ ମିଶାଇ ଦାନ୍ତରେ ମାଲିସ କରନ୍ତୁ । ଏହି ମଶ୍ରଣ ଦ୍ୱାରା ଦାନ୍ତ ସଫା ଏବଂ ହେଲଦି ହୋଇଥାଏ ।

ଓଠ ପାଇ ଟିପ୍ସ:
ଏକ ଚାମଚ ଲେମ୍ବୁରେ ଚିନି ମିଶାନ୍ତୁ । ଏହି ମିଶ୍ରଣକୁ ଓଠରେ କଛି ସମୟ ପାଇଁ ସ୍କ୍ରବ କରନ୍ତୁ । ଏହା ଦ୍ୱାରା ଓଠର କଳାପଣ ଦୂର ହୋଇଥାଏ । ଏହି ସ୍କ୍ରବ ଓଠକୁ ଗୋଲାପୀ କରିଥାଏ ।

ଚେହେରାର ଦାଗ ଏବଂ ଚିହ୍ନ ହଟାଇବାର ଟିପ୍ସ :
ଆଲୋଭେରା ଜେଲକୁ ଉଷୁମ ପାଣିରେ ମିଶାନ୍ତୁ । ବର୍ତ୍ତମାନ ପାଣିରେ ଷ୍ଟିମ ନିଅନ୍ତୁ । ଏହି ଷ୍ଟିମ ତ୍ୱଚାକୁ ହେଲଦି ଏବଂ ଚମକଦାର କରିଥାଏ । ଏପରି କରିବା ଦ୍ୱାରା ଚେହେରାର ଦାଗ ଏବଂ ଚିହ୍ନ ଦୂର ହୋଇଥାଏ ।

ବ୍ଲାକ ହେଡ୍ସ ହଟାଇବା ପାଇଁ ଟିପ୍ସ:
ଟାେଓ୍ଵଲକୁ ଗରମ ପାଣିରେ ଭିଜାଇ ମୁହଁରେ ୧୦ରୁ ୧୫ ମିନିଟ ରଖନ୍ତୁ । ଏହା ଚେହେରାକୁ ଗଭୀରରୁ ସଫା କରିଥାଏ । ଏହା ବ୍ଲାକ ହେଡ୍ସ ଏବଂ ହ୍ଵାଇଟ ହେଡ୍ସକୁ ଦୂର କରିଥାଏ ।

ଚାଉଳ ପାଣି:
ଚାଉଳ ପାଣିରେ କେଶ କେଶ ଧୁଅନ୍ତୁ । ଏହା ଦ୍ୱାରା କେଶ ଚମକଦାର ହୋଇଥାଏ । ଏହା କେଶକୁ ହେଲଦି କରିବାରେ ସାହାଯ୍ୟ କରେ । ଏହା କେଶ ବୃଦ୍ଧିରେ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.