Below header

ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାଷ୍ଟ୍ରପତି, ପରେ ହାଇକୋର୍ଟର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ

କଟକରେ ପହଞ୍ଚି ପ୍ରଥମେ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ପ୍ରାୟ ୧୫ ମିନିଟ୍‌ ରହିଥିଲେ ମହାମହିମ୍‌। ମନ୍ଦିରରୁ ବାହାରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।

କଟକ (କେନ୍ୟୁଜ): କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକରେ ପହଞ୍ଚି ପ୍ରଥମେ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି । ମନ୍ଦିରରେ ପ୍ରାୟ ୧୫ ମିନିଟ୍‌ ରହିଥିଲେ ମହାମହିମ୍‌। ମନ୍ଦିରରୁ ବାହାରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଚଣ୍ଡୀ ମନ୍ଦିର ଛକ ସମ୍ମୁଖରେ ଗାଡ଼ି ଅଟକାଇ କୁନି କୁନି ପିଲାଙ୍କୁ ଚକୋଲେଟ୍‌ ବାଣ୍ଟିଥିଲେ ଦ୍ରୌପଦୀ ମୁର୍ମୁ । ଚଣ୍ଡିମନ୍ଦିରରୁ ବାହାରି ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଯାଇଥିଲେ ମହାମହିମ୍‌। ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତ୍ତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି।

ଏହାପରେ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ସଂଗ୍ରାହଳୟ ପରିଦର୍ଶନ କରିଛନ୍ତି। ଏହାସହ ସଂଗ୍ରାହଳୟର ବିଭିନ୍ନ ଗ୍ୟାଲେରି ବୁଲି ଦେଖିଥିଲେ। ପରେ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଛନ୍ତି। ହାଇକୋର୍ଟର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି। ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏହାସହ ଏସସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକରେ ନିୟୋଜିତ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । କଟକ କାର୍ଯ୍ୟକ୍ରମ ଶେଷ କରି ଭୁବନେଶ୍ୱର ରାଜଭବନ ଫେରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.