Below header

କ’ଣ ଖାଆନ୍ତି ଆମ ରାଷ୍ଟ୍ରପତି? ଜାଣନ୍ତୁ ତାଙ୍କ ଜୀବନଚର୍ଯ୍ୟାକୁ ନେଇ କିଛି ଭିନ୍ନ କଥା

ରାଷ୍ଟ୍ରପତି ଭବନର ଚାକଚକ୍ୟ ସତ୍ତ୍ୱେ ଅତ୍ୟନ୍ତ ସରଳ ଜୀବନଯାପନ କରନ୍ତି ମହାମହିମ । ସାଧାରଣ ସମ୍ବଲପୁର ଶାଢୀ ପିନ୍ଧନ୍ତି। ରୋଷେଇ ଘରେ ଶୁଦ୍ଧ ଶାକାହାରୀ ଖାଦ୍ୟ ପ୍ରସ୍ତୁତ ହୁଏ ।

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ । ଆଜି କଟକରେ ଦିନବ୍ୟାପୀ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ସକାଳ ୮ଟାରେ ରାଜଭବନ ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି । ପ୍ରଥମେ କଟକ ଚଣ୍ଡୀ ମନ୍ଦିର ଯାଇଥିଲେ । ସାଢ଼େ ୯ଟାରୁ ୯ଟା ୪୫ ଯାଏ ଚଣ୍ଡୀମନ୍ଦିରରେ ପୂଜାର୍ଚ୍ଚନା ସହ ମାଆଙ୍କ ଆଶୀର୍ବାଦ ନେଇଛନ୍ତି ରାଷ୍ଟ୍ରପତି । ପରେ ମଧୁସୂଦନ ସଂଗ୍ରହାଳୟ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ମଧୁବାବୁ ଓ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଟକରେ ନିୟୋଜିତ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । କଟକ କାର୍ଯ୍ୟକ୍ରମ ଶେଷ କରି ଭୁବନେଶ୍ୱର ରାଜଭବନ ଫେରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ଭୁବନେଶ୍ୱରରେ ଦଶବାଟିଆ ଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍‌ କଂପ୍ଲେକ୍ସର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ସେଦିନ ସଂଧ୍ୟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପୁଣି ନୂଆଦିଲ୍ଲୀ ଫେରିଯିବେ ।

ଏପଟେ ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ବର୍ଷ। ୨୦୨୨ ଜୁଲାଇ ୨୫ରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ । ଏହାରି ମଧ୍ୟରେ ଦେଶର ସର୍ବୋଚ୍ଚ ପଦବୀରେ ତାଙ୍କର ଏକ ବର୍ଷ ପୂରଣ ହୋଇଯାଇଛି। ସେ ହେଉଛନ୍ତି ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନର ଚାକଚକ୍ୟ ସତ୍ତ୍ୱେ ଅତ୍ୟନ୍ତ ସରଳ ଜୀବନଯାପନ କରନ୍ତି ମହାମହିମ । ସାଧାରଣ ସମ୍ବଲପୁର ଶାଢୀ ପିନ୍ଧନ୍ତି। ରୋଷେଇ ଘରେ ଶୁଦ୍ଧ ଶାକାହାରୀ ଖାଦ୍ୟ ପ୍ରସ୍ତୁତ ହୁଏ। ବିଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ରାତ୍ରି ଭୋଜନରେ ଶୁଦ୍ଧ ଶାକାହାରୀ ଖାଦ୍ୟ ମଧ୍ୟ ପରଷା ଯାଏ। କୌଣସି ଅତିଥି ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ ସେ ଓଡ଼ିଶାର ଛେନାପୋଡ଼ ଓ ଅନ୍ୟ ସୁସ୍ୱାଦୁ ବ୍ୟଞ୍ଜନ ପରଷିବାକୁ ଭୁଲନ୍ତି ନାହିଁ।

eat

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଢ଼ା ଗାଁରେ ଜନ୍ମ ନେଇଥିଲେ ରାଷ୍ଟ୍ରପତି ମୁର୍ମୁ । ଜୀବନରେ ଅନେକ ସଂଘର୍ଷ କରି ନିଜ ନିଷ୍ଠା ବଳରେ ଆଜି ରାଷ୍ଟ୍ରପତି ପଦବୀ ହାସଲ କରିଛନ୍ତି । ତାଙ୍କର ଏହି ସଫଳତାରେ ଓଡ଼ିଶାବାସୀ ବେଶ ଗର୍ବିତ । ୧୯୫୮ ମସିହା ଜୁନ ୨୦ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ଲୋକମାନଙ୍କୁ ସାହାଯ୍ୟ କରିବାରେ ତାଙ୍କର ଆଗ୍ରହ ବହୁତ ଥିଲା । ତାଙ୍କର ଏହି ଆଗ୍ରହକୁ ପୂରା କରିବା ପାଇଁ ସେ ରାଜନୀତିରେ ପାଦ ଥାପିଥିଲେ ।

ପ୍ରଥମ ନିଜ ଅଞ୍ଚଳର କାଉନସିଲର ହୋଇଥିଲେ । ଧିରେ ଧିରେ ଉପରକୁ ଉପରକୁ ଉଠିଥିଲେ ମହାମହିମ ରାଷ୍ଟ୍ରପତି । କାଉନସିଲର ପରେ ବିଧାୟକ ହୋଇଥିଲେ ପରେ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ଲୋକଙ୍କ ପାଇଁ କରୁଥିବା ସେବା ତାଙ୍କୁ ଆଗକୁ ଆଗକୁ ବଢ଼ାଇ ନେଇଥିଲା । ସେ ଝାଡ଼ଖାଣ୍ଡ ରାଜ୍ୟପାଳ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଏବଂ ୨୦୨୨ ଜୁଲାଇ ୨୫ ତାରିଖ ଦିନ ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ପ୍ରଥମ ଜନଜାତି ମହିଳା ଭାବେ ରାଷ୍ଟ୍ରପତି ପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ ।

ଏପଟେ ଦ୍ରୌପଦୀ ମୁର୍ମୁ ବ୍ରହ୍ମକୁମାରୀ ସଂସ୍ଥା ସହ ବି ଜଡିତ। ବ୍ରହ୍ମାକୁମାରୀ ସଂସ୍ଥାର ପରମ୍ପରା ଅନୁଯାୟୀ ସେ ନିଜକୁ ପରିଚାଳିତ କରନ୍ତି। ତାଙ୍କର ଏକବର୍ଷ କାର୍ଯ୍ୟକାଳ ସମୟରେ ଇଂରେଜ ଶାସନ କାଳରୁ ରହିଆସିଥିବା ମୋଗଲ ଗାର୍ଡେନ୍‌ସର ନୂତନ ନାମକରଣ କରାଯାଇ ଅମୃତ ଉଦ୍ୟାନ ରଖାଯାଇଛି। ମହାମହିମ ନିଜେ ଏହି ଉଦ୍ୟାନର ଯତ୍ନ ନିଅନ୍ତି। ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ ଭାଉଜ ଓ ଝିଅ ରାଷ୍ଟ୍ରପତି ଭବନରେ ରୁହନ୍ତି।

ଅନ୍ୟପଟେ ଗତକାଲିଠୁ ତିନି ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି । ରାଜ୍ୟଭବନ ପରିସରରେ ହେବାକୁ ଥିବା କୋଠାର ଶିଳାନ୍ୟାସ କରିବା ପରେ କଟକର ଏସସିବି ମେଡିକାଲ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଦ୍ରୌପଦୀ ମୁର୍ମୁ । ୨୭ ତାରିଖରେ ରାଷ୍ଟ୍ରପତି ଭଦ୍ରକ ଗସ୍ତ କରି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.