Below header

ପୁଣି ଦିଲ୍ଲୀ ମେଟ୍ରୋରେ ରୋମାନ୍ସ କଲେ ଦମ୍ପତି, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ଲୋକେ

ପୁଣି ଦିଲ୍ଲୀ ମେଟ୍ରୋରେ ଅଶ୍ଲୀଳ କାଣ୍ଡ କଲେ ଦମ୍ପତି । ମେଟ୍ରୋରେ ଭୁଲିଗଲେ ଲାଜ୍ଜସରମ । ଭିଡିଓ ଭାଇରଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ଦାବି କରୁଛନ୍ତି ।

ପୁଣି ଦିଲ୍ଲୀ ମେଟ୍ରୋରେ ଲାଜ୍ଜ ଭୁଲିଗଲେ ଦମ୍ପତି । ମେଟ୍ରୋ ଭିତରେ ଲୋକେ ଭର୍ତ୍ତି ହୋଇଥିବା ବେଳେ ସବୁକିଛି ଭୁଲି ଅଶ୍ଲୀଳକାଣ୍ଡ କରିବାକୁ ଲାଗିଲେ ଦମ୍ପତି । ଆଉ ଏହାର ମୋବାଇଲରେ କଏଦ କରି ଭାଇରଲ କଲେ ଟ୍ରେନରେ ବସିଥିବା ଜଣେ ବ୍ୟକ୍ତି । ତେବେ ଏଭଳି ଭିଡିଓ ଭାଇରଲ ହେବା ପରେ ଦମ୍ପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଲୋକେ ।

ଭିଡିଓରେ ଦେଖିବାକୁ ମିଳିଛି କି, ମେଟ୍ରୋ ଟ୍ରେନରେ ଦମ୍ପତି ପରସ୍ପରକୁ ଆଲିଙ୍ଗନ କରି ଅଶ୍ଳୀଳ ହରକତ କରୁଛନ୍ତି । ଟ୍ରେନରେ ଲୋକେ ଥିଲେ ମଧ୍ୟ କୌଣସି ସେମାନଙ୍କୁ ଫରକ ପଡୁନି । ଦମ୍ପତି ପରସ୍ପର ସହିତ ଅଶ୍ଳୀଳ ହୋଇଚାଲିଛନ୍ତି । ଏହାକୁ ଦେଖି ଅନ୍ୟମାନେ ଲଜ୍ଜିତ ମନେ କରୁଛନ୍ତି, କିନ୍ତୁ ସେମାନଙ୍କର କୌଣସି ଫରକ ପଡୁନି ।

ଜଣେ ସମାଜସେବୀ ଏହାକୁ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ଦିଲ୍ଲୀ ମେଟ୍ରୋରେ ଦିନକୁ ଦିନ ଅଶ୍ଳୀଳତା ବଢିବାରେ ଲାଗିଛି । ଏହା ଉପରେ ବିଚାର କରିବା ଜରୁରୀ । ଲୋକମାନେ ଏହାକୁ ଦେଖି ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

ଗତ କିଛିଦିନ ହେଲାଣି ଦିଲ୍ଲୀ ମେଟ୍ରୋରେ ଏମିତି କିଛି ଭାଇରଲ ହେବା ପରେ ଦିଲ୍ଲୀ ମେଟ୍ରୋ କର୍ପୋରେସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଯେଉଁମାନେ ଏଭଳି କାଣ୍ଡ କରିବେ କିମ୍ବା ରିଲ୍ସ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା । କିନ୍ତୁ କିଛି ଲୋକଙ୍କୁ ଏହାର କୌଣସି ପ୍ରଭାବ ପଡୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.