ଅଧ୍ୟାପକଙ୍କ ଦାଦାଗିରି ! ଏମିତି ମାଡ ମାରିଲେ ୧୦ ରୁ ଅଧିକ ଛାତ୍ର ହସ୍ପିଟାଲରେ

୧୦ ରୁ ଅଧିକ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ମାଳିସାହି କଲେଜର ୨ ଅଧ୍ୟାପକ । ଫଳରେ କାହାର ନୋଳା ଫାଟିଛି ତ କିଏ ଚାଲିପାରୁନି । ଗୋରୁ ଗାଈ ଭଳି ମାଡ଼ ମାରିଛନ୍ତି ୨ ଅଧ୍ୟାପକ ।

ନୟାଗଡ (କେନ୍ୟୁଜ) : ସୀମା ଡେଉଁଛି ଅଧ୍ୟାପକଙ୍କ ଦାଦାଗିରି । ନୟାଗଡ଼ ତୁଳସୀପୁର ସ୍ଥିତ ଯୁକ୍ତ ୨ ଗତିଶ୍ଵର ଟିୟୁଟୋରିଆଲରେ ଛାତ୍ରଙ୍କୁ ମାଡ଼ ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ପ୍ରାୟ ୧୦ ରୁ ଅଧିକ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ମାଳିସାହି କଲେଜର ୨ ଅଧ୍ୟାପକ । ଫଳରେ କାହାର ନୋଳା ଫାଟିଛି ତ କିଏ ଚାଲିପାରୁନି । ଗୋରୁ ଗାଈ ଭଳି ମାଡ଼ ମାରିଛନ୍ତି ୨ ଅଧ୍ୟାପକ ।

ଆହତ ଛାତ୍ରମାନେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି l ଅଭିଯୋଗ ପାଇ ନୟାଗଡ଼ ଟାଉନ ଥାନା ପୋଲିସ ମାମଲା ରୁଜୁ କରି ଅଧ୍ୟାପକ ଲକ୍ଷ୍ମୀଧର ଦାଶଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ମହାନ୍ତି ଫେରାର ଅଛନ୍ତି । ଛାତ୍ରଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା l କାହିଁ ଗଣ୍ଡଗୋଳ କଲ କହି ପ୍ରାୟ ୨୦ ଜଣ ଛାତ୍ରଙ୍କୁ ଆଣ୍ଠୁଆ ବସାଇବା ସହ ପାଞ୍ଚଣରେ ନିଁସ୍ତୁକ ମାଡ଼ ମାରିଛନ୍ତି ।

ତେବେ ହାଇଦର ଗ୍ୟାଙ୍ଗ, ଏବଂ ମୋର ସ୍ତ୍ରୀ ଆଇଆଇସି ଅଛନ୍ତି କହି ଅଭିଯୋଗ ନ କରିବାକୁ ଧମକ ଦେଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି । ଏପରିକି କଲେଜରେ ପ୍ରାକ୍ଟିକାଲ ମାର୍କ କାଟିଦେବାକୁ ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଧମକ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଛାତ୍ର ଏବଂ ଅଭିଭାବକ ଚିନ୍ତାରେ । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଅଧ୍ୟାପକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି । ଏ ନେଇ ଟିୟୁଟୋରିଆଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.