ହାଇକୋର୍ଟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ; କହିଲେ ବିଳମ୍ବରେ ନୁହେଁ ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ଦରକାର

ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି । ସମାଜରେ ଅବହେଳିତ ଲୋକଙ୍କୁ କିପରି ନ୍ୟାୟ ମିଳିବ ତାହା ଜରୁରୀ। ତୁରନ୍ତ ନ୍ୟାୟ ସବୁ ପକ୍ଷଙ୍କୁ ଆଶ୍ୱସ୍ତି ଦେବ ବୋଲି କହିଲେ ରାଷ୍ଟ୍ରପତି।

କଟକ (କେନ୍ୟୁଜ): ବିଳମ୍ବିତ ନ୍ୟାୟ ନୁହେଁ ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ଦରକାର। ହାଇକୋର୍ଟର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ରାଷ୍ଟ୍ରପତି । ସମାଜରେ ଅବହେଳିତ ଲୋକଙ୍କୁ କିପରି ନ୍ୟାୟ ମିଳିବ ତାହା ଜରୁରୀ। ତୁରନ୍ତ ନ୍ୟାୟ ସବୁ ପକ୍ଷଙ୍କୁ ଆଶ୍ୱସ୍ତି ଦେବ ବୋଲି କହିଛନ୍ତି।

ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ଲୋକ ହଇରାଣ ହେଉଛନ୍ତି। ପରିବେଶ ଓ ବନ୍ୟଜୀବ ସଂରକ୍ଷଣ କଥା ମଧ୍ୟ କହିଥିଲେ ରାଷ୍ଟ୍ରପତି। ପରିବେଶ ଓ ବନ୍ୟଜୀବ ସଂରକ୍ଷଣ ମଧ୍ୟ ନ୍ୟାୟପାଳିକାର ଦାୟିତ୍ୱ। ପରିବେଶ ଓ ବନ୍ୟଜୀବ ସଂରକ୍ଷଣକୁ ସର୍ବୋଚ୍ଚ ପ୍ରାଥମିକତା ମିଳିବା ଉଚିତ। ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏହାସହ ଏସସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.