ଝିଅକୁ IAS ଅଫିସର ବନାଇବା ପାଇଁ ମା’ ଛାଡିଲେ ସରକାରୀ ଚାକିରୀ, ଶେଷରେ ସଫଳତା ପାଇଲା ପରେ ଛୁଟିଲା ପ୍ରଶଂସା

ପିଲାର ସ୍ବପ୍ନକୁ ପୂରଣ କରିବା ପାଇଁ ପରିବାର ସବୁ କିଛି ତ୍ୟାଗ କରିପାରେ । ଏହି କାହାଣୀ ବି ଠିକ ସେମିତି କିଛି , ବାପା ଜଣେ ହୋମିଓପାଥି ଡାକ୍ତର ହୋଇଥିବା ବେଳେ ମା’ ଥିଲେ ଜଣେ ଶିକ୍ଷୟତ୍ରୀ , ଶେଷରେ ଝିଅକୁ ଆଇଏସ୍ ବନାଇବା ପାଇଁ ଚାକିରୀ ଛାଡିଲେ, ଏମିତିକି ଘର ଲୋକ ଟିଭି ଦେଖିବା ଭୁଲିଗଲେ । ଏ ହେଉଛି ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ ଜାଗୃତି ଅୱସ୍ତିଙ୍କ ସଫଳତା ପଛର କାହାଣୀ ।

ସ୍ୱପ୍ନ ଥିଲା IAS ଅଫିସର ବନିବା । ଝିଅର ସ୍ବପ୍ନକୁ ପୂରଣ କରିବା ପାଇଁ ସରକାରୀ ଚାକିରୀ ଛାଡିଲେ ମା’ । ଘରେ ଟିଭି ଦେଖିବା ବନ୍ଦ ହେଲା । ସ୍ବପ୍ନ କୁ ସତ କରିବା ପାଇଁ ଝିଅ କରିଲା କଡ଼ା ପରିଶ୍ରମ । ଶେଷରେ ପାଇଲା ସଫଳତା ।

ପିଲାର ସ୍ବପ୍ନକୁ ପୂରଣ କରିବା ପାଇଁ ପରିବାର ସବୁ କିଛି ତ୍ୟାଗ କରିପାରେ । ଏହି କାହାଣୀ ବି ଠିକ ସେମିତି କିଛି , ବାପା ଜଣେ ହୋମିଓପାଥି ଡାକ୍ତର ହୋଇଥିବା ବେଳେ ମା’ ଥିଲେ ଜଣେ ଶିକ୍ଷୟତ୍ରୀ , ଶେଷରେ ଝିଅକୁ ଆଇଏସ୍ ବନାଇବା ପାଇଁ ଚାକିରୀ ଛାଡିଲେ, ଏମିତିକି ଘର ଲୋକ ଟିଭି ଦେଖିବା ଭୁଲିଗଲେ । ଏ ହେଉଛି ଉତ୍ତରପ୍ରଦେଶ କ୍ୟାଡରର ଆଇଏଏସ୍ ଜାଗୃତି ଅୱସ୍ତିଙ୍କ ସଫଳତା ପଛର କାହାଣୀ ।

କୌଣସି ବ୍ୟକ୍ତିଙ୍କ ସଫଳତା ପଛରେ ତାଙ୍କ ନିଜ ଲୋକଙ୍କର ହିଁ କିଛି ତ୍ୟାଗ ଥାଏ । ଜାଗୃତିଙ୍କ ସଫଳତା ପାଇଁ ମଧ୍ୟ ରହିଛି କିଛି ଏପରି ତ୍ୟାଗ । ଝିଅ ଯେପରି ଭଲ ଭାବେ ପଢ଼ିପାରିବ ଓ ଆଇଏଏସ୍ ହେବାର ସ୍ୱପ୍ନ ଯେପରି ସଫଳ ହେବ ସେଥିପାଇଁ ତାଙ୍କ ମା’ ପ୍ରଥମ ତ୍ୟାଗ କଲେ। ଜାଗୃତିଙ୍କ ମା’ ତାଙ୍କ ପାଇଁ ସରକାରୀ ଚାକିରୀ ଛାଡି ଦେଇଥିବାବେଳେ ପରିବାର ଲୋକ ଘରେ ଟିଭି ଦେଖିବା ବି ଛାଡିଦେଲେ । ଆଉ ଯେତେବେଳେ ଝିଅ ଆଇଏଏସ୍ ପାଇଲା ତ ଖୁସି କହିଲେ ନସରେ । ଦେଶର ଦ୍ୱିତୀୟ ଟପ୍ପର ହେଲେ ଜାଗୃତି । ଏଭଳି ସଫଳତା ରେ ପରିବାର ରେ ଖୁସିର ଲହରୀ ଖେଳି ଯାଇଥିଲା ।

ମା’ ଝିଅଙ୍କ ସମ୍ପର୍କ ସବୁବେଳେ ସ୍ୱତନ୍ତ୍ର ହୋଇଥାଏ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଆଇଏଏସ୍ ଜାଗୃତି ଅୱସ୍ତି ଓ ତାଙ୍କ ମା’ । ମା’ ପାଇଁ ସେ ଏତେ ବଡ ସଫଳତା ପାଇଲେ । ତେଣୁ ଖୁସିରେ ମା’ଙ୍କୁ ସାଥିରେ ନେଇ ଅଫିସକୁ ଆଣି ନିଜ ସିଟରେ ବସାଇଲେ । ମା’ ଝିଅଙ୍କ ଏହି ଖାସ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜାଗୃତିଙ୍କ ବାପା ଏସସି ଅୱସ୍ତି ଜଣେ ହୋମିଓପାଥି ଡାକ୍ତର ହୋଇଥିବାବେଳେ ମା’ ମଧୁଲତା ଅୱସ୍ତି ଜଣେ ଶିକ୍ଷୟିତ୍ରୀ । ହେଲେ ଝିଅର କ୍ୟାରିଅର ପାଇଁ ମା’ ମଧୁଲତା ଚାକିରୀ ଛାଡିଦେଲେ । ଆଉ ଝିଅର ପାଠ ପଢା ଉପରେ ଧ୍ୟାନ ଦେଲେ । ଘରେ ଟିଭି ଦେଖିବା ବନ୍ଦ କଲେ । ଆଇଏଏସ୍ ଜାଗୃତିି ହେଉଛନ୍ତି ମଧ୍ୟପ୍ରଦେଶର ବାସିନ୍ଦା । ଦ୍ୱାଦଶ ପରେ ସେ ଭୋପାଳ ସ୍ଥିତ ମୌଲାନା ଅଜାଦ୍ ରାଷ୍ଟ୍ରିୟ ପ୍ରଦ୍ୟୋଗିକ ସଂସ୍ଥାନରେ ଇଞ୍ଜିନିୟରିଙ୍ଗରେ ଡିଗ୍ରୀ କଲେ । ଏହାପରେ ତାଙ୍କୁ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ରେ ଚାକିରୀ ମିଳିଗଲା । ହେଲେ ଇଚ୍ଛା ତାଙ୍କର ଥିଲା IAS ଅଫିସର ବନିବା , ପ୍ରଶାସନିକ ସେବାରେ ରହି ସମାଜ ପାଇଁ କାମ କରିବା ।

ପ୍ରଥମ ପରୀକ୍ଷାରେ ବିଫଳ ହେଲେ କିନ୍ତୁ ନିରାଶ ନହୋଇ ପୁଣି ଥରେ ଚେଷ୍ଟା କଲେ । ନିଜର ଦୁର୍ବଳତାକୁ ଗୁରୁତ୍ୱ ଦେଇ ଦ୍ୱିତୀୟ ଚେଷ୍ଟା କଲେ ପରେ ସଫଳତା ପାଇଲେ । ୨୦୨୦ରେ ପ୍ରକାଶ ପାଇଥିବା ୟୁପିଏସସି ରେଜଲ୍ଟ ଲିଷ୍ଟରେ ଟପ୍ ୫୦ ଭିତରେ ନିଜ ନାଁ ଖୋଜିୁଥିଲେ, ନିଜର ନାଁ ଟପ୍ ୨ରେ ଦେଖି ଖୁସି ହୋଇଯାଇଥିଲେ ଜାଗୃତି । ସୋସିଆଲ ମିଡିଆରେ ସେ ବେଶ୍ ସକ୍ରିୟ । ଏବେ ଇନଷ୍ଟାରେ ତାଙ୍କର ଦେଢଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.