ଗାଁରେ ମାଙ୍କଡ଼ ଆତଙ୍କ, ୧୦ରୁ ଅଧିକ ଲୋକଙ୍କୁ କାମୁଡ଼ି କରିଲାଣି ଲହୁଲୁହାଣ
କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ପୁରୁଷୋତ୍ତମପୁର ଗାଁରେ ମାଙ୍କଡ ଆତଙ୍କ । ଭୟରେ ଘରୁ ବାହାରି ପାରୁନାଁନ୍ତି ଲୋକେ। ୧୦ରୁ ଅଧିକ ଲୋକଙ୍କୁ କାମୁଡ଼ି ଲହୁଲୁହାଣ କରିସାରିଲାଣି ଦନ୍ତା

ମାହାଙ୍ଗା (କେନ୍ୟୁଜ): ମାତିଛି ମାଙ୍କଡ଼। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତ ପୁରୁଷୋତ୍ତମପୁର ଗାଁରେ ମାଙ୍କଡ ଆତଙ୍କ । ଭୟରେ ଘରୁ ବାହାରି ପାରୁନାଁନ୍ତି ଲୋକେ। ଏପରିକି ଛାତ୍ରଛାତ୍ରୀମାନେ ସ୍କୁଲ ଓ ଟ୍ୟୁସନ ମଧ୍ୟ ଯାଇପାରୁନାହାଁନ୍ତି।
୧୦ରୁ ଅଧିକ ଲୋକଙ୍କୁ କାମୁଡ଼ି ଲହୁଲୁହାଣ କରିସାରିଲାଣି ଦନ୍ତା। ହଠାତ୍ ମାଙ୍କଡ ଆସି କାମୁଡି ଦେଉଥିବା ଲୋକମାନେ କହିଛନ୍ତି। ଭୟରେ ଠେଙ୍ଗା ବାଡ଼ି ଧରି ଗାଁର ଯୁବକମାନେ ଜଗି ରହୁଛନ୍ତି। ଏନେଇ ବନ ବିଭାଗକୁ ଜଣାଇ ଥିଲେ ସୁଦ୍ଧା କିଛି ପ୍ରତିକାର ନିଆଯାଇନଥିବା ଅଭିଯୋଗ ହୋଇଛି।