କ୍ରୀଡା

ପୂଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ସମାଧି ଦର୍ଶନ କଲେ ଧୋନୀ, ଟ୍ରଷ୍ଟ ତରଫରୁ କରାଗଲା ସମ୍ମାନିତ

ଗତବର୍ଷ ଓ୍ଵାର୍ଲ୍ଡ କପ୍‌ ପରେ କ୍ରିକେଟ୍‌ରୁ ଦୂରେଇ ଯାଇଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଙ୍ଗଳବାର ଆନ୍ଧ୍ର ପ୍ରଦେଶର ପୂଟ୍ଟପର୍ତିରେ ସତ୍ୟସାଇ ବାବାଙ୍କ ସମାଧି ଦର୍ଶନ କରିଛନ୍ତି। ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଧୋନୀଙ୍କୁ ପ୍ରଶାନ୍ତି ନିଳୟମ୍‌ରେ ସ୍ୱାଗତ କରିଥିଲେ। ଧୋନୀ ଚାର୍ଟର୍ଡ ଫ୍ଲାଇଟ୍‌ରେ ମଙ୍ଗଳବାର ସକାଳେ ଅନନ୍ତପୁରରେ ପହଞ୍ଚିଥିଲେ ଏବଂ ସେଠାରୁ ସେ ପୂଟ୍ଟପର୍ତି ଯାଇଥିଲେ।

ପୂଟ୍ଟପର୍ତି ଟ୍ରଷ୍ଟ ଦ୍ୱାରା ସଞ୍ଚାଳିତ ସୁପର ସ୍ପେଶାଲିଟି ହସ୍ପିଟାଲରେ ଧୋନୀଙ୍କ ବ୍ୟକ୍ତିଗତ ଡାକ୍ତର ସେବା ଯୋଗାଉଛନ୍ତି। ସୂଚନା ମୁତାବକ, ଧୋନୀ ରୁଟିନ୍‌ ଚେକ୍‌ଅପ ପାଇଁ ନିଜ ଡାକ୍ତରଙ୍କ ପାଖକୁ ଆସିଥିଲେ ଏବଂ ଏହି ଅବସରରେ ସେ ହସ୍ପିଟାଲ ମଧ୍ୟ ବୁଲିଥିଲେ। ଟ୍ରଷ୍ଟର ସଦସ୍ୟମାନେ ତାଙ୍କୁ ଏଠାରେ ଆୟୋଜିତ ବିଭିନ୍ନ ଜନକଲ୍ୟାଣମୂଳକ କାଯ୍ୟର୍ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଟ୍ରଷ୍ଟ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିଲା।

କହି ରଖୁଛୁ, ଧୋନୀଙ୍କ ଛଡ଼ା ସଚିନ ତେନ୍ଦୁଲକର, ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ୍ମା ରାଓ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂ, ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମ୍‌, ଭିଏଚ୍‌ପିର ଅଶୋକ ସିଂଘଲ ଓ ଆର୍‌ଏସ୍‌ଏସ୍‌ର ସମସ୍ତ ବଡ଼ ବଡ଼ ନେତା ବାବାଙ୍କ ଦରବାରକୁ ଆସିଛନ୍ତି।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

6 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

9 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

10 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

10 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

10 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

10 hours ago