ପୂଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ସମାଧି ଦର୍ଶନ କଲେ ଧୋନୀ, ଟ୍ରଷ୍ଟ ତରଫରୁ କରାଗଲା ସମ୍ମାନିତ
ଗତବର୍ଷ ଓ୍ଵାର୍ଲ୍ଡ କପ୍ ପରେ କ୍ରିକେଟ୍ରୁ ଦୂରେଇ ଯାଇଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଙ୍ଗଳବାର ଆନ୍ଧ୍ର ପ୍ରଦେଶର ପୂଟ୍ଟପର୍ତିରେ ସତ୍ୟସାଇ ବାବାଙ୍କ ସମାଧି ଦର୍ଶନ କରିଛନ୍ତି। ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଧୋନୀଙ୍କୁ ପ୍ରଶାନ୍ତି ନିଳୟମ୍ରେ ସ୍ୱାଗତ କରିଥିଲେ। ଧୋନୀ ଚାର୍ଟର୍ଡ ଫ୍ଲାଇଟ୍ରେ ମଙ୍ଗଳବାର ସକାଳେ ଅନନ୍ତପୁରରେ ପହଞ୍ଚିଥିଲେ ଏବଂ ସେଠାରୁ ସେ ପୂଟ୍ଟପର୍ତି ଯାଇଥିଲେ।
ପୂଟ୍ଟପର୍ତି ଟ୍ରଷ୍ଟ ଦ୍ୱାରା ସଞ୍ଚାଳିତ ସୁପର ସ୍ପେଶାଲିଟି ହସ୍ପିଟାଲରେ ଧୋନୀଙ୍କ ବ୍ୟକ୍ତିଗତ ଡାକ୍ତର ସେବା ଯୋଗାଉଛନ୍ତି। ସୂଚନା ମୁତାବକ, ଧୋନୀ ରୁଟିନ୍ ଚେକ୍ଅପ ପାଇଁ ନିଜ ଡାକ୍ତରଙ୍କ ପାଖକୁ ଆସିଥିଲେ ଏବଂ ଏହି ଅବସରରେ ସେ ହସ୍ପିଟାଲ ମଧ୍ୟ ବୁଲିଥିଲେ। ଟ୍ରଷ୍ଟର ସଦସ୍ୟମାନେ ତାଙ୍କୁ ଏଠାରେ ଆୟୋଜିତ ବିଭିନ୍ନ ଜନକଲ୍ୟାଣମୂଳକ କାଯ୍ୟର୍ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଟ୍ରଷ୍ଟ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିଲା।
କହି ରଖୁଛୁ, ଧୋନୀଙ୍କ ଛଡ଼ା ସଚିନ ତେନ୍ଦୁଲକର, ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ୍ମା ରାଓ, ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂ, ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ୍, ଭିଏଚ୍ପିର ଅଶୋକ ସିଂଘଲ ଓ ଆର୍ଏସ୍ଏସ୍ର ସମସ୍ତ ବଡ଼ ବଡ଼ ନେତା ବାବାଙ୍କ ଦରବାରକୁ ଆସିଛନ୍ତି।