Below header

୯୦ ବର୍ଷୀୟ ବୃଦ୍ଧା ମା’ଙ୍କୁ ୧୦ ଦିନ କୋଠରୀରେ ବନ୍ଦ କରି ମଉଜ ମସ୍ତି କଲେ ପୁଅ ବହୂ, ଭାଇରାଲ ହେଲା ଭିଡିଓ

ସତରେ କଣ ବୟସ ହେଇଗଲେ ଅଲୋଡ଼ା ହୋଇଯାନ୍ତି ପିତା ମାତା । ପିଲାମାନଙ୍କ ଆଗରେ କଣ ସେମାନଙ୍କ କୌଣସି ମୂଲ୍ୟ ନଥାଏ । ଜନ୍ମ କଲା ବାପା ମା’ ଙ୍କୁ ଅଦରକାରୀ ଭାବି ଘରର ଏଣେ ତେଣେ ଯେମିତି ଫୋପାଡ଼ି ଦିଅନ୍ତି । ନିକଟରେ ଭାଇରଲ ହେଉଥିବା ଏକ ଭିଡିଓ ଯଦି ଦେଖିବେ ତେବେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଭିଡିଓଟି ବିପୁଳ ଭାବେ ଭାଇରାଲ ହେବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ବି ମିଶ୍ର ପ୍ରତିକ୍ରିୟା ଆସିଥିବା ମଧ୍ୟ ପରିଲକ୍ଷିତ ହୋଇଛି ।

ଏବେକା ସମୟରେ ଯେ ଏମିତି ଘଟଣା ଘଟୁଛି ତାହା ଏହି ଭିଡିଓ ଟିକୁ ଦେଖିଲେ ସହଜରେ ଅନୁମାନ କରିପାରିବେ । କିଛି ଦିନ ହେବ ଦିଲ୍ଲୀର ସାହିନ ବାଗରେ ସିଏଏ ଓ ଏନରସିକୁ ବିରୋଧ କରି ଖୁବ ବିରୋଧ ପ୍ରଦର୍ଶନ କରାଯାଉଛି । ଏଭିତରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଟିକୁ ସେୟାର କରି ଦାବି କରାଯାଇଛିକି ଉତ୍ତର ପ୍ରଦେଶର ଅଲିଗଡ ଠାରେ ଏକ ପୁଅ ବହୁ ନିଜ ବୁଢ଼ୀ ମା’ ଙ୍କୁ ଏକ କୋଠରୀରେ ବନ୍ଦ କରି ୧୦ ଦିନ ପାଇଁ ସାହିନ ବାଗ ଅଂଚଳକୁ ଚାଲିଯାଇଥିଲେ ।

 

ଭିଡିଓ ଟିକୁ ସେୟାର କରି ତଳେ ଲେଖାଯାଇଥିଲା କି ମା’ କୁ ଭୋକ ଉପାସରେ କୋଠରୀରେ ବନ୍ଦ କରି ପୁଅ ବହୁ ସାହିନ ବାଗ ଅଂଚଳକୁ ଯାଇ ମଉଜ ମସ୍ତିରେ ଦିନ କାଟୁଛନ୍ତି । ଦୀର୍ଘ ୧୦ ଦିନ ପାଇଁ ଗୋଟିଏ ରୁମରେ ଭୋକ ଉପାସରେ ବନ୍ଦ ଥିଲେ ବୃଦ୍ଧମହିଳା । ପରେ ଘରେ ପହଂଚି ଝିଅ ଦୟନୀୟ ଅବସ୍ଥାରେ ଥିବା ନିଜ ମା’ଙ୍କୁ ସେଠାରୁ ଉଦ୍ଧାର କରିଥିଲେ ।

ବିଭିନ୍ନ ସୂତ୍ରରୁ ମିଳିଥିବା ଖବରରୁ ଜଣାଯାଇଥିଲା କି ଅଲିଗଡରେ ଅବସ୍ଥାନ କରୁଥିବା ମୁହର ସେନ ଖାନ ନିଜ ୯୦ ବର୍ଷୀୟ ବୃଦ୍ଧା ମା’କୁ ଘରେ ବନ୍ଦ କରି ନିଜ ପରିବାର ସହ ବାହାରକୁ ବୁଲିବା ପାଇଁ ଚାଲିଯାଇଥିଲା । ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ପରେ ଝିଅ ନିଜ ଭାଇଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ଦାୟର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.