କ୍ରୀଡା

ଟେଷ୍ଟରେ ଡେବ୍ୟୁ କରି ଅର୍ଦ୍ଧଶତକ ମାରିବା ପରେ ସାଲ୍ୟୁଟ କଲେ ଧ୍ରୁବ, ଜାଣନ୍ତୁ କାହିଁକି

ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ୪ର୍ଥ ମ୍ୟାଚ୍ ରାଞ୍ଚିରେ ଖେଳାଯାଉଛି । ଆଉ ଚତୁର୍ଥ ଟେଷ୍ଟରେ ଭାରତର ପ୍ରଥମ ପାଳିରେ ଓ୍ଵିକେଟ କିପର ଧ୍ରୁବ ଜୁରେଲ ୯୦ ରନ୍‌ର ଧମାକେଦାର ଇନିଂସ ଖେଳିଛନ୍ତି । ଧ୍ରୁବ ନିଜର ଶତକ ପୂରଣ କରିପାରିନାହାନ୍ତି ସତ କିନ୍ତୁ ଭଲ ଇନିଂସ ଖେଳି ଫ୍ୟାନ୍ସଙ୍କ ହୃଦୟ ଜିତିପାରିଛନ୍ତି । ଧ୍ରୁବ ୧୪୯ ବଲ୍‌ ଖେଳି ୯୦ ରନ୍‌ କରିଛନ୍ତି । ଏଥିରେ ୬ଟି ଚଉକା ଏବଂ ୬ଟି ଛକା ରହିଛି । ଏହି ଇନିଂସରେ ଧ୍ରୁବ ଅର୍ଦ୍ଧଶତକ ପୂରଣ କରିବା ପରେ ଖାସ୍‌ ଅନ୍ଦାଜରେ ସେଲିବ୍ରେସନ କରିଥିଲେ । ଯାହାର ଚର୍ଚ୍ଚା ସୋସିଆଲ ମିଡିଆରେ ହେଉଛି ।

ଧ୍ରୁବ ନିଜର ଅର୍ଦ୍ଧଶତକ ପୂରଣ କରିବା ପରେ ସେଠାରେ ସାଲ୍ୟୁଟ ମାରି ଉତ୍ସବ ମନାଇଥିଲେ । ଟେଷ୍ଟରେ ଡେବ୍ୟୁ କରିଥିବା ଧ୍ରୁବ ନିଜର ଅର୍ଦ୍ଧଶତକ ବାପାଙ୍କ ପାଇଁ ଉର୍ତ୍ସଗୀକୃତ କରିଦେଇଛନ୍ତି । ୧୯୯୯ ମସିହାରେ ଧ୍ରୁବଙ୍କ ବାପା ନେମ୍ ଚନ୍ଦ କାର୍ଗିଲ ଯୁଦ୍ଧ ଲଢ଼ିଥିଲେ । ଏହା ପରେ ଧ୍ରୁବଙ୍କୁ ଭାରତୀୟ ଟିମର ଅଂଶବିଶେଷ ହେବା ପାଇଁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା । ଆଉ ଅର୍ଦ୍ଧଶତକ ପରେ ସାଲ୍ୟୁଟ ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଧ୍ରୁବଙ୍କ ଅର୍ଦ୍ଧଶତକରେ ରୋହିତ ବହୁତ ଖୁସି ନଜର ଆସିଥିଲେ । ରୋହିତ ଠିଆ ହୋଇ ଧ୍ରୁବଙ୍କ ଇନିଂସ ପାଇଁ ତାଳି ମାରିଥିଲେ ।

ପ୍ରଥମେ ଟସ୍ ଜିତି ଇଂଲଣ୍ଡ ଦଳ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୩୦୭ ରନରେ ଅଲଆଉଟ୍ ହୋଇଥିଲା । ଫଳରେ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୪୬ ରନର ଲିଡ୍ ମିଳିଛି । ପ୍ରଥମ ଇନିଂସରେ ଇଂଲଣ୍ଡ ୩୫୩ ରନ୍ କରି ଅଲଆଉଟ୍ ହୋଇଥିଲା । ପୁଣି ଆଜି ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି । ଇଂଲଣ୍ଡ ଦଳ ୮ ଓ୍ଵିକେଟ ହରାଇ ୧୪୩ ବର୍ତ୍ତମାନ ସୁଦ୍ଧା କରିଛି ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago