ଟେଷ୍ଟରେ ଡେବ୍ୟୁ କରି ଅର୍ଦ୍ଧଶତକ ମାରିବା ପରେ ସାଲ୍ୟୁଟ କଲେ ଧ୍ରୁବ, ଜାଣନ୍ତୁ କାହିଁକି
ଧ୍ରୁବ ନିଜର ଅର୍ଦ୍ଧଶତକ ପୂରଣ କରିବା ପରେ ସେଠାରେ ସାଲ୍ୟୁଟ ମାରି ଉତ୍ସବ ମନାଇଥିଲେ । ଟେଷ୍ଟରେ ଡେବ୍ୟୁ କରିଥିବା ଧ୍ରୁବ ନିଜର ଅର୍ଦ୍ଧଶତକ ବାପାଙ୍କ ପାଇଁ ଉର୍ତ୍ସଗୀକୃତ କରିଦେଇଛନ୍ତି । ୧୯୯୯ ମସିହାରେ ଧ୍ରୁବଙ୍କ ବାପା ନେମ୍ ଚନ୍ଦ କାର୍ଗିଲ ଯୁଦ୍ଧ ଲଢ଼ିଥିଲେ ।

ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ୪ର୍ଥ ମ୍ୟାଚ୍ ରାଞ୍ଚିରେ ଖେଳାଯାଉଛି । ଆଉ ଚତୁର୍ଥ ଟେଷ୍ଟରେ ଭାରତର ପ୍ରଥମ ପାଳିରେ ଓ୍ଵିକେଟ କିପର ଧ୍ରୁବ ଜୁରେଲ ୯୦ ରନ୍ର ଧମାକେଦାର ଇନିଂସ ଖେଳିଛନ୍ତି । ଧ୍ରୁବ ନିଜର ଶତକ ପୂରଣ କରିପାରିନାହାନ୍ତି ସତ କିନ୍ତୁ ଭଲ ଇନିଂସ ଖେଳି ଫ୍ୟାନ୍ସଙ୍କ ହୃଦୟ ଜିତିପାରିଛନ୍ତି । ଧ୍ରୁବ ୧୪୯ ବଲ୍ ଖେଳି ୯୦ ରନ୍ କରିଛନ୍ତି । ଏଥିରେ ୬ଟି ଚଉକା ଏବଂ ୬ଟି ଛକା ରହିଛି । ଏହି ଇନିଂସରେ ଧ୍ରୁବ ଅର୍ଦ୍ଧଶତକ ପୂରଣ କରିବା ପରେ ଖାସ୍ ଅନ୍ଦାଜରେ ସେଲିବ୍ରେସନ କରିଥିଲେ । ଯାହାର ଚର୍ଚ୍ଚା ସୋସିଆଲ ମିଡିଆରେ ହେଉଛି ।
ଧ୍ରୁବ ନିଜର ଅର୍ଦ୍ଧଶତକ ପୂରଣ କରିବା ପରେ ସେଠାରେ ସାଲ୍ୟୁଟ ମାରି ଉତ୍ସବ ମନାଇଥିଲେ । ଟେଷ୍ଟରେ ଡେବ୍ୟୁ କରିଥିବା ଧ୍ରୁବ ନିଜର ଅର୍ଦ୍ଧଶତକ ବାପାଙ୍କ ପାଇଁ ଉର୍ତ୍ସଗୀକୃତ କରିଦେଇଛନ୍ତି । ୧୯୯୯ ମସିହାରେ ଧ୍ରୁବଙ୍କ ବାପା ନେମ୍ ଚନ୍ଦ କାର୍ଗିଲ ଯୁଦ୍ଧ ଲଢ଼ିଥିଲେ । ଏହା ପରେ ଧ୍ରୁବଙ୍କୁ ଭାରତୀୟ ଟିମର ଅଂଶବିଶେଷ ହେବା ପାଇଁ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା । ଆଉ ଅର୍ଦ୍ଧଶତକ ପରେ ସାଲ୍ୟୁଟ ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
A Salute for his father. 🫡🇮🇳
– Dhruv Jurel is making his father proud who is a Kargil war veteran.pic.twitter.com/Q4GVIJLRAE
— Johns. (@CricCrazyJohns) February 25, 2024
ଧ୍ରୁବଙ୍କ ଅର୍ଦ୍ଧଶତକରେ ରୋହିତ ବହୁତ ଖୁସି ନଜର ଆସିଥିଲେ । ରୋହିତ ଠିଆ ହୋଇ ଧ୍ରୁବଙ୍କ ଇନିଂସ ପାଇଁ ତାଳି ମାରିଥିଲେ ।
ପ୍ରଥମେ ଟସ୍ ଜିତି ଇଂଲଣ୍ଡ ଦଳ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୩୦୭ ରନରେ ଅଲଆଉଟ୍ ହୋଇଥିଲା । ଫଳରେ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ୪୬ ରନର ଲିଡ୍ ମିଳିଛି । ପ୍ରଥମ ଇନିଂସରେ ଇଂଲଣ୍ଡ ୩୫୩ ରନ୍ କରି ଅଲଆଉଟ୍ ହୋଇଥିଲା । ପୁଣି ଆଜି ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି । ଇଂଲଣ୍ଡ ଦଳ ୮ ଓ୍ଵିକେଟ ହରାଇ ୧୪୩ ବର୍ତ୍ତମାନ ସୁଦ୍ଧା କରିଛି ।