Below header

ଦୁନିଆରୁ ବିଦାୟ ନେଲେ ଲୋକପ୍ରିୟ ନିର୍ମାତା କୁମାର ଶାହାନୀ,  ୮୩ ବର୍ଷରେ ହେଲା ଦେହାନ୍ତ 

ନିର୍ଦ୍ଦେଶକ କୁମାର ଶାହାନୀଙ୍କ ଦେହାନ୍ତ ହୋଇଛି । ସେ ୮୩ ବର୍ଷ ବୟସରେ ଏହି ଦୁନିଆ ଛାଡିଛନ୍ତି । ଖବର ଅନୁଯାୟୀ, ଶାହାନୀ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁ ନଥିଲା, ଏହି କାରଣରୁ ସେ ଆଜି ଏହି ଦୁନିଆ ଛାଡିଛନ୍ତି ।

ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆଉ ଏକ ଦୁଃଖ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ନିର୍ଦ୍ଦେଶକ କୁମାର ଶାହାନୀଙ୍କ ଦେହାନ୍ତ ହୋଇଛି । ସେ ୮୩ ବର୍ଷ ବୟସରେ ଏହି ଦୁନିଆ ଛାଡିଛନ୍ତି । ଖବର ଅନୁଯାୟୀ, ଶାହାନୀ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁ ନଥିଲା, ଏହି କାରଣରୁ ସେ ଆଜି ଏହି ଦୁନିଆ ଛାଡିଛନ୍ତି । ତେବେ କୁମାର ଶାହାନୀ ‘ମାୟା ଦର୍ପନ୍’,‘ତରଙ୍ଗ’ ଏବଂ ‘ଖୁଲା ଗାଥା’ ଭଳି ଫିଲ୍ମର ନିର୍ଦ୍ଦେଶକ ଭାବରେ ଜଣାଶୁଣା । ନିର୍ଦ୍ଦେଶକ ହେବା ବ୍ୟତୀତ କୁମାର ଜଣେ ଲେଖକ ଏବଂ ଶିକ୍ଷକ ଭାବରେ ମଧ୍ୟ ଜଣାଶୁଣା ।  କୁମାର ଶାହାନୀଙ୍କ ଦେହାନ୍ତ ଯୋଗୁ ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଦୁଃଖର ବାତାବରଣ ରହିଛି । ସେଲିବ୍ରେଟମାନେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରୁଛନ୍ତି ।

 

ତେବେ ଫିଲ୍ମ ‘ଆଇ ଆମ୍‌ କଲମ୍‌’ ଭଳି ଅନେକ ଫିଲ୍ମ ପାଇଁ ରାଷ୍ଟ୍ରୀୟ ଏବଂ ଆନ୍ତରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ନିର୍ମାତା ଓ ନିର୍ଦ୍ଦେଶକ ନୀଲ ମାଧବ ପଣ୍ଡା କୁମାର ଶାହାନୀଙ୍କ ଦେହାନ୍ତକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି – ‘ଜୀବନର କ୍ୟାନବାସ୍ ସିନେମାଟିକ୍ ଫିଲ୍ମ ନିର୍ମାତା କୁମାର ଶାହାନୀଙ୍କ ଦେହାନ୍ତ ହୋଇଛି । ସିନେମାର ଜଣେ ଭେଟେରାନ୍ ଅଭିନେତା ବିଶ୍ୱକୁ ବିଦାୟ ଦେଇଛନ୍ତି । ଆପଣଙ୍କ କଳାତ୍ମକ କାର୍ଯ୍ୟ ସବୁବେଳେ ଲୋକଙ୍କୁ ପ୍ରେରଣା ଯୋଗାଇବ ।

 

ତେବେ  କୁମାର ଶାହାନୀ ଡିସେମ୍ବର ୭, ୧୯୪୦ରେ ପାକିସ୍ତାନର ସିନ୍ଧ ପ୍ରଦେଶର ଲାର୍କାନାଠାରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ପରେ ସେ ତାଙ୍କ ପରିବାର ସହିତ ମୁମ୍ବାଇକୁ ରହିବାକୁ ଆସଯାଇଥିଲେ । ନିର୍ମଳ ଭର୍ମାଙ୍କ କାହାଣୀକୁ ଆଧାର କରି କୁମାର ଶାହାନୀ ଫିଲ୍ମ ‘ମାୟା ଦର୍ପନ୍’ ତିଆରି କରିଥିଲେ । ଏହି ଫିଲ୍ମଟି ବେଷ୍ଟ ଫିଚର ବର୍ଗରେ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପାଇଥିଲା । ଏହା ପରେ କୁମାର ଶାହାନୀ ଫିଲ୍ମ ‘ତରଙ୍ଗ’, ‘ଖୁଲା ଗାଥା’ ଭଳି ଅନେକ ସମାନ୍ତର ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ । କୁମାର ଶାହାନୀ କେବଳ ରାଷ୍ଟ୍ରୀୟ ପୁରସ୍କାର ଜିତି ନାହାଁନ୍ତି ବରଂ ୩ ଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ । ସେ ୧୯୭୩ ରେ ‘ମାୟା ଦର୍ପନ୍’, ୧୯୯୦ ରେ ‘ଖୁଲା ଗାଥା’ ଏବଂ  ଆଉ ଅନ୍ୟ ଏକ ଫିଲ୍ମ ପାଇଁ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.