କନ୍ଦମୂଳ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି ଚାଷୀ 

ମାଟିତଳୁ ଫଳିଛି ସୁନାର ଫସଲ, ଲାଲ ରଙ୍ଗର ଏହି ଫଳ ହେଉଛି କନ୍ଦମୂଳ l ଯାହା ସମସ୍ତଙ୍କ ପସନ୍ଦ । ସବୁଠୁ ଅର୍ଥକାରୀ ଫସଲ ହେଉଛି କନ୍ଦମୂଳ । ଅଳ୍ପ ପରିଶ୍ରମ କରି ମିଳିଥାଏ ଅଧିକ ଲାଭ ।

ମାଟିତଳୁ ଫଳିଛି ସୁନାର ଫସଲ, ଲାଲ ରଙ୍ଗର ଏହି ଫଳ ହେଉଛି କନ୍ଦମୂଳ l ଯାହା ସମସ୍ତଙ୍କ ପସନ୍ଦ । ସବୁଠୁ ଅର୍ଥକାରୀ ଫସଲ ହେଉଛି କନ୍ଦମୂଳ । ଅଳ୍ପ ପରିଶ୍ରମ କରି ମିଳିଥାଏ ଅଧିକ ଲାଭ । ତେଣୁ ବୌଦ୍ଧ ଜିଲ୍ଲା ସଦରବ୍ଲକ ମନୁପାଲି ପଂଚାୟତ ଅନ୍ତର୍ଗତ ଡିଗି ଗ୍ରାମ ସମେତ ଆଖପାଖ ଗ୍ରାମରେ ପ୍ରାୟ 100 ହେକ୍ଟର ଜମିରେ କନ୍ଦମୂଳ ଚାଷ କରି ରୋଜଗାରକ୍ଷମ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l କନାପଡା, ଶୁଆପାବୁଲି, ମହୁଲି, ସାହୁପଡ଼ା ଗ୍ରାମର ପ୍ରାୟ ଶହେରୁ ଅଧିକ ଜଣ ଚାଷୀ ଶହେ ହେକ୍ଟର ଜମିରେ ଜୈବିକ ପଦ୍ଧତିରେ କନ୍ଦମୂଳ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l ଧାନ ଚାଷ ପରେ ଅତିରୀକ୍ତ ରୋଜଗାର କରିବା ଆଶାରେ ଅସମତଳ ଜମିକୁ ସମତଳ କରି ଗ୍ରାମର ଚାଷୀମାନେ ହଳ ଲଙ୍ଗଳ ସାହାଯ୍ୟରେ ମାଟିକୁ ଭଲ ଭାବରେ ଚାଷୀମାନେ ଜୈବିକ ପଦ୍ଧତିରେ ଚାରା ରୋପଣ କରନ୍ତି l ଏହା ପରେ ଫେବୃଆରୀ ମାସରେ ମାଟି ଖୋଳି ଉତ୍ପାଦନ କରନ୍ତି l ତେବେ ଜୈବିକ ପଦ୍ଧତିରେ କନ୍ଦମୂଳ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି ଏହି ଚାଷୀ l ଖାଲି ରୋଜଗାରକ୍ଷମ ହେଉନାହାଁନ୍ତି କନ୍ଦମୂଳ ଚାଷ କରି ଲାଭବାନ ହେଉଥିବା ମଧ୍ୟ ଚାଷୀମାନେ କହିଛନ୍ତି l

ବିନାଔଷଧ ସାର ବ୍ୟବହାର କରି ଜୈବିକ ପଦ୍ଧତିରେ ଏହି କନ୍ଦମୂଳ ଚାଷ କରୁଛନ୍ତି ଚାଷୀ l ଏହି ମିଠା ଯୁକ୍ତ କନ୍ଦମୂଳ ବଜାରରେ ମଧ୍ୟ ବେଶ ଚାହିଦା ରହିଛି l ଏହା ସ୍ୱାସ୍ଥ୍ୟ ପକ୍ଷେ ମଧ୍ୟ ହିତକାରୀ l ତେବେ ବଜାରରେ ଏହାର ଦର କମ୍‌ ରହୁଥିବାରୁ ଚାଷୀମାନେ ଅନେକ ସମୟରେ କ୍ଷତି ସହିବାକୁ ପଡିଥାଏ l ଏହି ଚାଷ ପାଇଁ ବିଶେଷ ପାଣି ମଧ୍ୟ ଦରକାର ପଡିନଥାଏ l ତେଣୁ ଗତ କିଛିବର୍ଷ ହେଲା ବୌଦ୍ଧ ଜିଲ୍ଲାର ଚାଷୀ ଏହି ଚାଷ ପ୍ରତି ଆଗଭର ହୋଇ ଚାଷକରୁଛନ୍ତି l ଯଦି ସରକାରୀ ସ୍ତରରେ ଚାଷୀଙ୍କୁ ଅଧିକ ସୁବିଧା ସୁଯୋଗ ସହ ବଜାର ବ୍ୟବସ୍ଥା କରାଗଲେ ଏହି ଚାଷ ଆହୁରି ହୋଇପାରନ୍ତା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.