ସମୁଦ୍ରରେ ବୁଡ଼ି ଦ୍ୱାରକା ନଗରୀ ଗଲେ ପ୍ରଧାନମନ୍ତ୍ରୀ ମୋଦି, ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କଲେ ମୟୂର ପୁଚ୍ଛ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପରେ ଡିପ୍‌ ସି ଡାଇଭିଂ କରିବା ପରେ ଏବେ ଗୁଜରାଟର ଦ୍ୱାରକାରେ ଗଭୀର ସମୁଦ୍ର ପାଣି ଭିତରକୁ ଯାଇଛନ୍ତି । ପାଣି ଭିତରକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି ଦ୍ୱାରକା ସହର ଥିବା ସ୍ଥାନରେ ପ୍ରାର୍ଥନା କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପରେ ଡିପ୍‌ ସି ଡାଇଭିଂ କରିବା ପରେ ଏବେ ଗୁଜରାଟର ଦ୍ୱାରକାରେ ଗଭୀର ସମୁଦ୍ର ପାଣି ଭିତରକୁ ଯାଇଛନ୍ତି । ପାଣି ଭିତରକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି ଦ୍ୱାରକା ନଗରୀ ଥିବା ସ୍ଥାନରେ ପ୍ରାର୍ଥନା କରିଥିଲେ । ମୋଦି ଜଳମଗ୍ନ ନଗରୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ ନିଜ ସହିତ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବା ପାଇଁ ସମୁଦ୍ର ଭିତରକୁ ମୟୂର ପୁଚ୍ଛ ନେଇ ଯାଇଥିଲେ ।

ପିଏମ୍‌ ମୋଦି ‘ଏକ୍ସ’ରେ ଏକ ପୋଷ୍ଟରେ ନିଜ ଅନୁଭବକୁ ଦେଶବାସୀଙ୍କ ସହ ସେୟାର କରିଛନ୍ତି । ସେ କହିଛନ୍ତି, ‘ପାଣିରେ ବୁଡ଼ି ଦ୍ୱାରକା ନଗରୀରେ ପ୍ରାର୍ଥନା କରିବା ଏକ ଦିବ୍ୟ ଅନୁଭବ ଥିଲା । ମୋତେ ଆଧ୍ୟାତ୍ମିକ ଭବ୍ୟତା ଏବଂ ଶାଶ୍ୱତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ସଂଯୋଗ ଅନୁଭବ ହେଲା । ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ’ । କହି ରଖୁଛୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଯାତ୍ରାକୁ ସାମୁଦ୍ରିକ ପର୍ଯ୍ୟଟନଙ୍କୁ ପ୍ରୋତ୍ସାହନ ଦେବା ରୂପରେ ଦେଖାଯାଉଛି ।

ରବିବାର ସକାଳେ ପ୍ରଥମେ ମୋଦି ବେଟ ଦ୍ୱାରକାସ୍ଥିତ ମନ୍ଦିର ଯାଇଥିଲେ । ସେଠାରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବା ପରେ ସେ ଓଖାକୁ ବେଟ ଦ୍ୱାରକା ଦ୍ୱୀପ ସହ ସଂଯୋଗ କରୁଥିବା ୨.୩୨ କିମି ଲମ୍ବାର ସାମୁଦ୍ରିକ ସୁଦର୍ଶନ ସେତୁକୁ ଉଦ୍‌ଘାଟନ କରିଥିଲେ । ଏହା ଦେଶର ସବୁଠାରୁ ଲମ୍ବା କେବୁଲ୍‌ ବ୍ରିଜ୍‌ । ୨୦୧୭ରେ ମୋଦି ଏହାର ଶିଳାନ୍ୟାସ କରିଥିଲେ । ଏହି ବ୍ରିଜ୍‌ ୯୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ତିଆରି ହୋଇଛି ।

ସୂଚନାଥାଉ କି, ପିଏମ୍‌ ମୋଦି ଚଳିତ ବର୍ଷ ଜାନୁୟାରୀରେ ଲାକ୍ଷାଦ୍ୱୀପ ଯାତ୍ରା କରିଥିଲେ । ସେଠାରେ ସେ ସ୍ନର୍କେଲିଙ୍ଗ୍‌ର ଆନନ୍ଦ ନେଇଥିଲେ । ଏହାସହିତ ନିଜ ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରି ଏଠାରେ ଛୁଟି କାଟିବା ପାଇଁ ଆସିବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.