ଅନଲିମିଟେଡ୍‌ ଡାଟା ପାଇଁ ନିଅନ୍ତୁ Jio AirFiberର କନେକ୍ସନ୍‌, ମିଳିବ ଅନେକ ଫାଇଦା

ଯଦି ଆପଣ Jio AirFiber ର କନେକ୍ସନ ନେଉଛନ୍ତି, ତେବେ ପ୍ରୋଫେସନାଲ୍‌ କାମରୁ ଆରମ୍ଭ କରି ଏଣ୍ଟରଟେନମେଣ୍ଟ ପର୍ଯ୍ୟନ୍ତ ସବୁକିଛିର ଲାଭ ଉଠାଇ ପାରିବେ । Jio AirFiberର ସବୁଠାରୁ ଶସ୍ତା ପ୍ଲାନ୍‌ ହେଉଛି ୫୯୯ ଟଙ୍କା । କିନ୍ତୁ ଏକ ଖାସ୍‌ ଅଫର ଦ୍ୱାରା ଆପଣ Jio AirFiber କନେକ୍ସନକୁ ସମ୍ପୂର୍ଣ୍ଣ ମାଗଣାରେ ପାଇ ପାରିବେ ।

ରିଲାଏନ୍ସ ତରଫରୁ ମିଳୁଥିବା Jio AirFiber ହେଉଛି ବେଷ୍ଟ ସର୍ଭିସ୍‌ । ଏହି ଗୋଟିଏ ଡିଭାଇସ୍‌ରୁ ଆପଣ ଅନଲିମିଟେଡ୍‌ ଇଣ୍ଟରନେଟ୍, ଟିଭି ଚ୍ୟାନେଲ ଏବଂ OTT ପ୍ଲାଟଫର୍ମ ର ମଜା ନେଇ ପାରିବେ । ଯଦି ଆପଣ Jio AirFiber ର କନେକ୍ସନ ନେଉଛନ୍ତି, ତେବେ ପ୍ରୋଫେସନାଲ୍‌ କାମରୁ ଆରମ୍ଭ କରି ଏଣ୍ଟରଟେନମେଣ୍ଟ ପର୍ଯ୍ୟନ୍ତ ସବୁକିଛିର ଲାଭ ଉଠାଇ ପାରିବେ । Jio AirFiberର ସବୁଠାରୁ ଶସ୍ତା ପ୍ଲାନ୍‌ ହେଉଛି ୫୯୯ ଟଙ୍କା । କିନ୍ତୁ ଏକ ଖାସ୍‌ ଅଫର ଦ୍ୱାରା ଆପଣ Jio AirFiber କନେକ୍ସନକୁ ସମ୍ପୂର୍ଣ୍ଣ ମାଗଣାରେ ପାଇ ପାରିବେ ।

ରିଲାଏନ୍ସ Jio AirFiberର ଦୁଇଟି ପ୍ଲାନ ରହିଛି , ଯେଉଁଥିରେ ଏୟାରଫାଇବର ଏବଂ ଏୟାରଫାଇବର ମ୍ୟାକ୍ସ ସାମିଲ । ଏହାର ପ୍ଲାନ୍‌ ୫୯୯ ରୁ ଆରମ୍ଭ ହୋଇ ୩,୯୯୯ ଟଙ୍କା ପର୍ଯ୍ୟନ୍ତ ଥାଏ । ଯଦି ଆପଣ Jio AirFiber ନେବାକୁ ଚାହୁଁଛନ୍ତି, ତେବେ ଏହାକୁ କିପରି ପାଇବେ ଜାଣି ରଖନ୍ତୁ ଏବଂ ୫୯୯ ଟଙ୍କା ପ୍ଲାନରେ ଆପଣ କେଉଁ ସୁବିଧା ପାଇବେ ତାହା ନିଶ୍ଚିତ ଜାଣନ୍ତୁ ।

Jio AirFiber କିପରି ପାଇବେ?
ବର୍ତ୍ତମାନ ଦେଶର କେତେକ ସହରରେ Jio AirFiber ଉପଲବ୍ଧ ଅଛି । ରିଲାଏନ୍ସ ଜିଓର ଅଫିସିଆଲ୍ ୱେବସାଇଟ୍ ଯିବା ପରେ ଆପଣ ନିଜ ଜିଲ୍ଲାର ଡିଟେଲ୍ସ ଚେକ୍‌ କରିପାରିବେ । ଯଦି ଆପଣଙ୍କ ସହରରେ Jio AirFiber ସର୍ଭିସ ମିଳୁଛି, ତେବେ ଆପଣ ନିଜେ ୱେବସାଇଟ୍ ରୁ ଏଥି ପାଇଁ ଆପ୍ଲାଏ କରିପାରିବେ ।

୫୯୯ରେ ମିଳିବ ବେନିଫିଟ୍ସ :
Jio AirFiberର ସବୁଠାରୁ ଶସ୍ତା ପ୍ଲାନ ହେଉଛି ୫୯୯ ଟଙ୍କା । ଏଥିରେ ଆପଣ ୱାଇ-ଫାଇ ଇଣ୍ଟରନେଟ୍, ଟିଭି ଚ୍ୟାନେଲ, OTT ପ୍ଲାଟଫର୍ମ ଭଳି ସୁବିଧା ପାଇବେ । ଏହାର ଲାଭ ବିଷୟରେ ଆସନ୍ତୁ ଜାଣିବା :

. ଅନଲିମିଟେଡ୍‌ ଡାଟା
. ଏହି ପ୍ଲାନରେ ୧୦୦୦ GB ପର୍ଯ୍ୟନ୍ତ ୩୦ Mbps ର ଇଣ୍ଟରନେଟ୍ ସ୍ପିଡ୍‌ ରହିଛି କିନ୍ତୁ ପରେ ଏହା ୬୪ kbpsକୁ ଖସି ଆସିବ ।
. ଅନଲିମିଟେଡ୍‌ ଭଏସ୍ କଲ୍
. ୫୫୦ ରୁ ଅଧିକ ଅନ୍‌ ଡିମାଣ୍ଡ ଟିଭି ଚ୍ୟାନେଲ୍‌
. ଆମାଜନ ପ୍ରାଇମ, ଜିଓ ସିନେମା, ସୋନି ଲିଭ୍‌ , ଜି 5, ନେଟଫ୍ଲିକ୍ସ ବେସିକ୍, ଡିଜନି ପ୍ଲସ୍ ହଟଷ୍ଟାର ସହିତ ୧୩ OTT ପ୍ଲାଟଫର୍ମ ରହିଛି
. ୩୦ ଦିନର ଭାଲିଡିଟି

ଅଲ୍ଟ୍ରା-ଫାଷ୍ଟ କନେକ୍ସନର ମଜା ଉଠାଇବା ପାଇଁ ଆପଣଙ୍କ ଛାତ ଉପରେ କିମ୍ବା ଆପଣଙ୍କ ଘର ବାହାରେ ଏକ ଆଉଟ ଡୋର ୟୁନିଟ୍ ଇନଷ୍ଟଲ୍‌ ହେବ । ୟୁନିଟ୍‌ ଲଗାଇବା ପାଇଁ ଇନଷ୍ଟଲେସନ୍‌ ସର୍ଭିସ ଫିସ୍‌ ହେଉଛି ୧୦୦୦ ଟଙ୍କା । କିନ୍ତୁ ଆପଣ ଏହି ସର୍ଭିସ୍‌ କୁ ମାଗଣାରେ ପାଇବେ । ଯଦି ଆପଣ ଏୟାରଫାଇବର ବାର୍ଷିକ ପ୍ଲାନ୍‌ ବାଛୁଛନ୍ତି ତେବେ ଇନଷ୍ଟଲେସନର ୧୦୦୦ ଟଙ୍କା ଛାଡ କରାଯିବ ।

ମାସିକ ପେମେଣ୍ଟ କରିବା ପାଇଁ ଆପଣ କ୍ରେଡିଟ୍ / ଡେବିଟ୍ କାର୍ଡ ବେସଡ୍‌ EMI ର ଲାଭ ମଧ୍ୟ ନେଇପାରିବେ । ଏହା ସହିତ ବାର୍ଷିକ ପ୍ଲାନର ଲାଭ ମଧ୍ୟ ଆପଣଙ୍କୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.