ୟାମି ଗୌତମଙ୍କ ଫିଲ୍ମ ‘ଆର୍ଟିକଲ୍ ୩୭୦’ ୨ ଦିନରେ କଲା ଦମ୍ଦାର କଲେକ୍ସନ୍
ୟାମି ଗୌତମଙ୍କ ଫିଲ୍ମ ‘ଆର୍ଟିକଲ୍ ୩୭୦’ ଫେବୃଆରୀ ୨୩ରେ ସିନେମା ହଲ୍ରେ ମୁକ୍ତିଲାଭ କରିଥିଲା ଏବଂ ରିଲିଜ୍ ହେବା ପରଠାରୁ ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର କ୍ରେଜ୍ ଦେଖିବାକୁ ମିଳିଛି । ତେବେ ରିଲିଜ୍ର ଫାଷ୍ଟ ଡେ ରେ ଫିଲ୍ମ ‘କାଶ୍ମୀର ଫାଇଲ’ର ରେକର୍ଡ ଭାଙ୍ଗିଥିଲା । ଏବେ ଦ୍ୱିତୀୟ ଦିନରେ ଫିଲ୍ମ ପ୍ରଥମ ଦିନ ଅପେକ୍ଷା ଅଧିକ ରୋଜଗାର କରିଛି ।

ୟାମି ଗୌତମଙ୍କ ଫ୍ୟାନ୍ସ ତାଙ୍କ ଫିଲ୍ମ ‘ଆର୍ଟିକଲ୍ ୩୭୦’କୁ ଦେଖିବାକୁ ବହୁତ ଦିନ ଧରି ଅପେକ୍ଷା କରିଥିଲେ । ଏହି ଫିଲ୍ମ ଫେବୃଆରୀ ୨୩ରେ ସିନେମା ହଲ୍ରେ ମୁକ୍ତିଲାଭ କରିଥିଲା ଏବଂ ରିଲିଜ୍ ହେବା ପରଠାରୁ ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର କ୍ରେଜ୍ ଦେଖିବାକୁ ମିଳିଛି । ତେବେ ରିଲିଜ୍ର ଫାଷ୍ଟ ଡେ ରେ ଫିଲ୍ମ ‘କାଶ୍ମୀର ଫାଇଲ’ର ରେକର୍ଡ ଭାଙ୍ଗିଥିଲା । ଏବେ ଦ୍ୱିତୀୟ ଦିନରେ ଫିଲ୍ମ ପ୍ରଥମ ଦିନ ଅପେକ୍ଷା ଅଧିକ ରୋଜଗାର କରିଛି । ତାହେଲେ ଆସନ୍ତୁ ଜାଣିବା ଯେ ଫିଲ୍ମ ‘ଆର୍ଟିକଲ୍ ୩୭୦’ ଦୁଇ ଦିନରେ କେତେ କଲେକ୍ସନ୍ କରିଛି ।
ସୂଚନା ମୁତାବକ, ଫିଲ୍ମ ଦ୍ୱିତୀୟ ଦିନରେ ୭.୫ କୋଟି ଟଙ୍କା ରୋଜଗାର କରିଛି । ଯେତେବେଳେ କି ଫିଲ୍ମଟି ପ୍ରଥମ ଦିନରେ ୫.୯ କୋଟି ଟଙ୍କା କଲେକ୍ସନ୍ କରିଥିଲା । ଅର୍ଥାତ୍ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମଟି ୧୩.୪ କୋଟି ଟଙ୍କା ରୋଜଗାର କରିଛି । ତେବେ ପୂରା ବିଶ୍ୱରେ ଏହାର କଲେକ୍ସନ୍ ୧୫ କୋଟି ଟଙ୍କାରୁ ଅଧିକ ହୋଇଛି ।
ଫିଲ୍ମ ‘ଆର୍ଟିକଲ୍ ୩୭୦’ଷ୍ଟୋରିଟି ଏକ ପ୍ରକୃତ ଘଟଣା ଉପରେ ଆଧାରିତ । ୨୦୧୬ ମସିହା ପରଠାରୁ କାଶ୍ମୀର ଉପତ୍ୟକାରେ ଘଟିଥିବା ଘଟଣାଗୁଡ଼ିକ ଉପରେ ଫିଲ୍ମଟି ତିଆରି ହୋଇଛି । ଯେଉଁଥିରେ ୟାମି ଗୌତମ ଏବଂ ପ୍ରିୟମାଣୀ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଏଥିରେ ୟାମି ଗୌତମ ଜଣେ ଇଣ୍ଟେଲିଜେନ୍ସ ଅଫିସର ଭାବେ ବହୁତ ଭଲ ଅଭିନୟ କରିଛନ୍ତି । ଯେଉଁଠାରେ ପ୍ରିୟମାଣୀ ପିଏମଓରେ ଜଣେ ଅଧିକାରୀଙ୍କ ଭୂମିକାରେ ଅଭିନୟ କରନ୍ତି । ପ୍ରିୟମାଣୀ ମଧ୍ୟ ତାଙ୍କ ଚରିତ୍ରରେ ଭଲ ଅଭିନୟ କରିଥିଲେ । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଏହି ଫିଲ୍ମରେ ସପୋଟିଙ୍ଗ୍ ଅଭିନେତା ସ୍କନ୍ଦ ସଞ୍ଜୀବ ଠାକୁର, ଅରୁଣ ଗୋବିଲ ଏବଂ କିରଣ କର୍ମାକର ମଧ୍ୟ ଅଭିନୟ କରିଥିଲେ ।
ଏହି ଫିଲ୍ମ ମାଧ୍ୟମରେ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜଭାଲେ ଦେଶପ୍ରେମର ଭାବନାକୁ ବାହାର କରିବାକୁ ଚେଷ୍ଟା କରିଛନ୍ତି । ଏହି ଫିଲ୍ମଟି ଦେଖିଲେ ଆପଣଙ୍କ ମନରେ ପ୍ରତି ୧୫ ମିନିଟରେ ଦେଶପ୍ରେମର ଭାବନା ଆସିଯିବ । ଏହା ବ୍ୟତୀତ ଫିଲ୍ମ ‘ଆର୍ଟିକଲ୍ ୩୭୦’ ର କିଛି ସିନ୍ ଦେଖିବା ପରେ ଆପଣଙ୍କ ଆଖିରୁ ନିଶ୍ଚିତ ଭାବରେ ଲୁହ ଆସିଯିବ । ଏବେ ଦେଖିବାରେ ଅଛି ଏହି ଫିଲ୍ମଟି ଅଗାମୀ ଦିନମାନଙ୍କରେ କେତେ ଟଙ୍କା ରୋଜଗାର କରୁଛି ।