କ୍ରୀଡା

BCCI କଲା ବଡ଼ ଘୋଷଣା; ବିଶ୍ୱକପ୍‌ ୨୦୨୩ରେ ପିଇବା ପାଣି ରହିବ ସମ୍ପୂର୍ଣ୍ଣ ମାଗଣା

କ୍ରିକେଟ୍‌ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଛି। ଏହା ପୂର୍ବରୁ BCCI ଏକ ବଡ଼ ଘୋଷଣା କରି ଷ୍ଟାଡିୟମ୍‌ରେ ଉପସ୍ଥିତ ଦର୍ଶକଙ୍କ ପାଇଁ ପିଇବା ପାଣି ସମ୍ପୂର୍ଣ୍ଣ ମାଗଣା ରହିବ ବୋଲି କହିଛନ୍ତି। ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ପୂରା ବିଶ୍ୱକପ୍‌ ସମୟରେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିବାକୁ ଆସିଥିବା ଦର୍ଶକଙ୍କ ପାଇଁ ପିଇବା ପାଣି ସମ୍ପୂର୍ଣ୍ଣ ଫ୍ରି ରହିବ।

ଜୟ ଶାହ ଏ ନେଇ ଟ୍ଵିଟ୍‌ରେ ଲେଖିଛନ୍ତି, ‘ଏହା ଘୋଷଣା କରିବାରେ ମୋତେ ଗର୍ବ ଅନୁଭବ ହେଉଛି ଯେ ସମଗ୍ର ଭାରତରେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖିବାକୁ ଆସିଥିବା ଦର୍ଶକଙ୍କ ପାଇଁ ଆମେ ନିଃଶୁଳ୍କ ମିନେରାଲ୍‌ ଓ୍ଵାଟର ଉପଲବ୍ଧ କରିଛୁ। ପାଣି ପିଇ ଚାଲନ୍ତୁ ଏବଂ ଖେଳକୁ ଉପଭୋଗ କରନ୍ତୁ। ଆସନ୍ତୁ ବିଶ୍ୱକପ୍‌ ସମୟରେ ପାଣି ପିଇବାର ସ୍ମରଣୀୟ ମୁହୂର୍ତ୍ତ ଗଢ଼ିବା’।

ସେପଟେ ଆଜିଠାରୁ ଆରମ୍ଭ ହୋଇଥିବା ବିଶ୍ୱକପ୍‌ ୨୦୨୩ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ଭାରତୀୟ ଟିମ୍‌ ନିଜର ବିଶ୍ୱକପ୍‌ ଅଭିଯାନ ଅକ୍ଟୋବର ୮ରୁ ଆରମ୍ଭ କରିବ। ଏହି ଦିନ ଭାରତ ଅଷ୍ଟ୍ରେଲିଆ ଟିମ୍‌କୁ ଭେଟିବ।

କହି ରଖୁଛୁ, ଭାରତରେ ଆୟୋଜିତ ହେଉଥିବା ଏହି ବିଶ୍ୱକପ୍‌ ୪୬ ଦିନ ଧରି ଚାଲିବ। ଏହି କ୍ରିକେଟ୍‌ ମହାକୁମ୍ଭରେ ମୋଟ ୧୦ଟି ଟିମ୍‌ ଅଂଶଗ୍ରହଣ କରିଛନ୍ତି। ୧୦ ଭିନ୍ନ ଭିନ୍ନ ସହରରେ ମ୍ୟାଚ୍‌ ଖେଳାଯିବ। ମୋଟ ୪୮ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଟପ୍‌-୪ ଟିମ୍‌ ସେମିଫାଇନାଲରେ ପ୍ରବେଶ କରିବେ। ଫାଇନାଲ ମୁକାବିଲା ନଭେମ୍ବର ୧୯ରେ ହେବ।

Roshni

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

7 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

53 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

58 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago