BCCI କଲା ବଡ଼ ଘୋଷଣା; ବିଶ୍ୱକପ୍ ୨୦୨୩ରେ ପିଇବା ପାଣି ରହିବ ସମ୍ପୂର୍ଣ୍ଣ ମାଗଣା
କ୍ରିକେଟ୍ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଛି। ଏହା ପୂର୍ବରୁ BCCI ଏକ ବଡ଼ ଘୋଷଣା କରି ଷ୍ଟାଡିୟମ୍ରେ ଉପସ୍ଥିତ ଦର୍ଶକଙ୍କ ପାଇଁ ପିଇବା ପାଣି ସମ୍ପୂର୍ଣ୍ଣ ମାଗଣା ରହିବ ବୋଲି କହିଛନ୍ତି।
କ୍ରିକେଟ୍ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଛି। ଏହା ପୂର୍ବରୁ BCCI ଏକ ବଡ଼ ଘୋଷଣା କରି ଷ୍ଟାଡିୟମ୍ରେ ଉପସ୍ଥିତ ଦର୍ଶକଙ୍କ ପାଇଁ ପିଇବା ପାଣି ସମ୍ପୂର୍ଣ୍ଣ ମାଗଣା ରହିବ ବୋଲି କହିଛନ୍ତି। ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ପୂରା ବିଶ୍ୱକପ୍ ସମୟରେ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖିବାକୁ ଆସିଥିବା ଦର୍ଶକଙ୍କ ପାଇଁ ପିଇବା ପାଣି ସମ୍ପୂର୍ଣ୍ଣ ଫ୍ରି ରହିବ।
ଜୟ ଶାହ ଏ ନେଇ ଟ୍ଵିଟ୍ରେ ଲେଖିଛନ୍ତି, ‘ଏହା ଘୋଷଣା କରିବାରେ ମୋତେ ଗର୍ବ ଅନୁଭବ ହେଉଛି ଯେ ସମଗ୍ର ଭାରତରେ ଷ୍ଟାଡିୟମ୍ରେ ମ୍ୟାଚ୍ ଦେଖିବାକୁ ଆସିଥିବା ଦର୍ଶକଙ୍କ ପାଇଁ ଆମେ ନିଃଶୁଳ୍କ ମିନେରାଲ୍ ଓ୍ଵାଟର ଉପଲବ୍ଧ କରିଛୁ। ପାଣି ପିଇ ଚାଲନ୍ତୁ ଏବଂ ଖେଳକୁ ଉପଭୋଗ କରନ୍ତୁ। ଆସନ୍ତୁ ବିଶ୍ୱକପ୍ ସମୟରେ ପାଣି ପିଇବାର ସ୍ମରଣୀୟ ମୁହୂର୍ତ୍ତ ଗଢ଼ିବା’।
ସେପଟେ ଆଜିଠାରୁ ଆରମ୍ଭ ହୋଇଥିବା ବିଶ୍ୱକପ୍ ୨୦୨୩ର ଉଦ୍ଘାଟନୀ ମ୍ୟାଚ୍ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ଭାରତୀୟ ଟିମ୍ ନିଜର ବିଶ୍ୱକପ୍ ଅଭିଯାନ ଅକ୍ଟୋବର ୮ରୁ ଆରମ୍ଭ କରିବ। ଏହି ଦିନ ଭାରତ ଅଷ୍ଟ୍ରେଲିଆ ଟିମ୍କୁ ଭେଟିବ।
କହି ରଖୁଛୁ, ଭାରତରେ ଆୟୋଜିତ ହେଉଥିବା ଏହି ବିଶ୍ୱକପ୍ ୪୬ ଦିନ ଧରି ଚାଲିବ। ଏହି କ୍ରିକେଟ୍ ମହାକୁମ୍ଭରେ ମୋଟ ୧୦ଟି ଟିମ୍ ଅଂଶଗ୍ରହଣ କରିଛନ୍ତି। ୧୦ ଭିନ୍ନ ଭିନ୍ନ ସହରରେ ମ୍ୟାଚ୍ ଖେଳାଯିବ। ମୋଟ ୪୮ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଟପ୍-୪ ଟିମ୍ ସେମିଫାଇନାଲରେ ପ୍ରବେଶ କରିବେ। ଫାଇନାଲ ମୁକାବିଲା ନଭେମ୍ବର ୧୯ରେ ହେବ।
🏏 Exciting times ahead as we anticipate the first ball of @ICC @cricketworldcup 2023 ! 🌟
I am proud to announce that we’re providing FREE mineral and packaged drinking water for spectators at stadiums across India. Stay hydrated and enjoy the games!
🏟️ Let’s create… pic.twitter.com/rAuIfV5fCR
— Jay Shah (@JayShah) October 5, 2023