ରାୟଗଡ଼ାରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ ପାଇଁ ଏମ୍ଓୟୁ ସ୍ୱାକ୍ଷରିତ, ୫ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ। ଏନେଇ ହିଣ୍ଡାଲକୋ ଏବଂ ଓଏମସି ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । କୋଡିଙ୍ଗାମାଳି ଖଣିରୁ ବକ୍ସାଇଟ୍ ଉତ୍ତୋଳନ ପାଇଁ ଏହି ଏମଓୟୁ ସ୍ବାକ୍ଷର କରାଯାଇଛି । ୮ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ ମିଲିୟନ ଟନ୍ ଆଲୁମିନା ।
ରାୟଗଡା (କେନ୍ୟୁଜ): ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ। ଏନେଇ ହିଣ୍ଡାଲକୋ ଏବଂ ଓଏମସି ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । କୋଡିଙ୍ଗାମାଳି ଖଣିରୁ ବକ୍ସାଇଟ୍ ଉତ୍ତୋଳନ ପାଇଁ ଏହି ଏମଓୟୁ ସ୍ବାକ୍ଷର କରାଯାଇଛି । ୮ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ ମିଲିୟନ ଟନ୍ ଆଲୁମିନା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନ ସେଣ୍ଟରରେ ଓଏମସି ଓ ହିଣ୍ଡାଲୋକ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ବୁଝାମଣା ପତ୍ର।
ଓଏମସି କଳାହାଣ୍ଡିର କୋଡିଂଗାମାଳି ବକ୍ସାଇଟ ଖଣିରୁ ଦୀର୍ଘମିଆଦି ସୂତ୍ରରେ କଞ୍ଚାମାଲ ଯୋଗାଇବ। ପ୍ରାଥମିକ ପର୍ଯ୍ୟାୟରେ ସିଧାସଳଖ ନିଯୁକ୍ତି ପାଇବେ ୫ହଜାର। ପରେ ସମ୍ପୂର୍ଣ୍ଣ ଉତ୍ପାଦନକ୍ଷମ ହେଲେ ୭ହଜାର ନିଯୁକ୍ତି ମିଳିବ। ପରିବେଶ ଅନୁକୂଳ ରିଫାଇନାରୀ ପ୍ରତିଷ୍ଠା ହେବ। ବୁଝାମଣା ପତ୍ର ଅନୁଯାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ମିଳିବ। ଏହା ସହିତ ଏକ ଗାର୍ମେଣ୍ଟ ଫାକ୍ଟ୍ରି କରିବାକୁ ହିଣ୍ଡାଲକୋ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଆଜି ବୈଠକରେ ଘୋଷଣା କରିଛନ୍ତି। ଏଥିରେ ୧୫ଶହ ଲୋକ ନିଯୁକ୍ତି ପାଇବେ। ଦୁଇରୁ ୩ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ୨୦୨୬ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି।
ସେପଟେ ରାୟଗଡ଼ା ଠାରେ କାରଖାନା ପାଇଁ ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ପ୍ରଭାବିତ ଉପସ୍ଥିତ ଥିଲେ । ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହିତ କଥା ହୋଇଥିଲେ । ଜମି ଅଧିଗ୍ରହଣ ହେବାର ଦୀର୍ଘ ୧୭ ବର୍ଷ ପରେ ବର୍ତ୍ତମାନ କାରଖାନା ସ୍ଥାପନ ପାଇଁ ବାଟ ଖୋଲିଛି । ଫଳରେ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି । ଏହି କାରଖାନା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ ୮ ହଜାର କୋଟି ଟଙ୍କା ବିନିଯୋଗ କରିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ ।