ଓଡିଶା ଝିଅ ଆକାଂଶୀ ପ୍ରିୟଦର୍ଶନୀଙ୍କ ଭାଷଣରେ କମ୍ପିଲା ସଂସଦ ଭବନ

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ଉପରେ ସଂସଦ ଭବନର ସେଣ୍ଟ୍ରାଲ ହଲରେ ତିନି ମିନିଟର ଭାଷଣ ଦେଇ ସଫଳତା ହାସଲ କରିଛନ୍ତି  ଓଡିଶା ଝିଅ ଆକାଂଶୀ ପ୍ରିୟଦର୍ଶନୀ ।

କେନ୍ୟୁଜ୍: ଓଡିଶା ଝିଅଙ୍କ ଭାଷଣରେ କମ୍ପିଲା ସଂସଦ ଭବନ । ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେରେ  ଲାଲ ବାହାଦୁର ଶାସ୍ତ୍ରୀଙ୍କ ଉପରେ ସଂସଦ ଭବନରେ ୟୁଥ ଲିଡରସିପି ଅନିଷ୍ଠିତ ହୋଇଥିଲା ଏକ କାର୍ଯ୍ୟକ୍ରମ  । ଯେଉଁ କାର୍ଯ୍ୟକ୍ରମ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ଉପରେ ସଂସଦ ଭବନର ସେଣ୍ଟ୍ରାଲ ହଲରେ ତିନି ମିନିଟର ଭାଷଣ ଦେଇ ସଫଳତା ହାସଲ କରିଛନ୍ତି  ଓଡିଶା ଝିଅ ଆକାଂଶୀ ପ୍ରିୟଦର୍ଶନୀ । ଭାଷଣ ସରିବା ପରେ ତାଙ୍କୁ ବିଭିନ୍ନ ମହାଲରୁ ଶୁଭେଚ୍ଛା ଦିଆଯାଉଛି । ଓଡ଼ିଆ ଝିଅ ଆକାଂଶୀ ପ୍ରିୟଦର୍ଶନୀ ଭୁବନେଶ୍ୱରରେ ରୁହନ୍ତି ଏବଂ ସେ ସପ୍ତମ ଶ୍ରେଣୀର ଛାତ୍ରୀ ।