Below header

ଶିଖର ଧଓ୍ଵନ ଏବଂ ଆୟଶାଙ୍କ ମଧ୍ୟରେ ଛାଡପତ୍ରକୁ ମଞ୍ଜୁରୀ ଦେଲେ କୋର୍ଟ

୧୧ ବର୍ଷର ସଂପର୍କ ଶେଷରେ ଭାଙ୍ଗିଲା । ଅଲଗା ହେଲେ ଶିଖର ଧଓ୍ଵନ ଏବଂ ପତ୍ନୀ ଆୟଶା । କୋର୍ଟ ଉଭୟଙ୍କ ଛାଡପତ୍ରଙ୍କୁ ମଞ୍ଜୁର ଦେଇଛନ୍ତି ।

ଦିଲ୍ଲୀ ଫ୍ୟାମିଲ କୋର୍ଟ କ୍ରିକେଟର ଶିଖର ଧଓ୍ଵନ ଏବଂ ତାଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କ ଛାଡପତ୍ରକୁ ମଞ୍ଜୁରୀ ଦେଇଛନ୍ତି । କୋର୍ଟ କହିଛନ୍ତି, ଶିଖର ଧଓ୍ଵନଙ୍କ ଅଭିଯୋଗ କ୍ରମେ ଛାଡପତ୍ର ଦିଆଯାଇଛି । କୋର୍ଟ ସେମାନଙ୍କର ୧୧ ବର୍ଷର ପୁରୁଣା ସଂପର୍କକୁ ଶେଷ କରିଛନ୍ତି ।

ଫ୍ୟାମିଲ କୋର୍ଟ ଛାଡପତ୍ର ଯାଚିକାରେ ଶିଖର ଧଓ୍ଵନଙ୍କ ଅଭିଯୋଗ ଆଧାରରେ ଛାଡପତ୍ରକୁ ମଞ୍ଜୁରୀ ଦେଇଥିଲେ । ଏହାକୁ ନେଇ କୌଣସି ବିରୋଧ କରିନଥିଲେ ପତ୍ନୀ ଆୟଶା । ଜଜ ହରିଶ କୁମାରଙ୍କ କହିବାନୁସାରେ, ଆୟଶାଙ୍କ ଠାରୁ ଶିଖର ଧଓ୍ଵନ ତାଙ୍କ ପୁଅକୁ ଅଲଗା ରଖି ମାନସିକ ନିର୍ଯାତନା ସହିବାକୁ ବାଧ୍ୟ କରିଛନ୍ତି ।

ଛାଡ଼ପତ୍ରକୁ ନେଇ କୌଣସି ବିବାଦ ନାହିଁ, ଉଭୟ ପକ୍ଷ ପାରସ୍ପରିକ ସମ୍ମତି ଅନୁଯାୟୀ ସେମାନଙ୍କୁ ଛାଡ଼ପତ୍ର ପ୍ରଦାନ କରାଯାଇଛି । ପରିବାର କୋର୍ଟ କହିଛନ୍ତି ଯେ, ଧୱନଙ୍କ ପତ୍ନୀ ଉପରୋକ୍ତ ଅଭିଯୋଗକୁ ବିରୋଧ କରିନାହାଁନ୍ତି କି ନିଜକୁ ଠିକ୍ ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି । ଫଳରେ ଏହି ଛାଡ଼ପତ୍ରକୁ କୋର୍ଟଙ୍କ ଅନୁମତି ମିଳିଛି । ତେବେ ପୁଅର ସ୍ଥାୟୀ ହେପାଜତ ଉପରେ କୋର୍ଟ କୌଣସି ଆଦେଶ ଦେବାକୁ ମନା କରି ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୨ରେ ଶିଖର ଆୟଶା ମୁଖାର୍ଜୀଙ୍କ ସହିତ ବିବାହ କରିଥିଲେ । ୨୦୧୪ରେ ତାଙ୍କର ପୁଅ ଜୋରାବର ଜନ୍ମ ହୋଇଥିଲା । ଛାଡପତ୍ର ପରେ ଜୋରାବର ନିଜ ମା’ ସହିତ ମେଲବର୍ଣ୍ଣରେ ରହୁଛନ୍ତି । ଧଓ୍ଵନ ପୁଅକୁ ଦେଖାକରିବା ପାଇଁ ମେଲବର୍ଣ୍ଣ ମଧ୍ୟ ଯାଉଛନ୍ତି । ୨୦୨୦ରୁ ଉଭୟ ପତିପତ୍ନୀ ଭାବେ ରହୁନାହାନ୍ତି ।

୨୦୨୧ରେ ଶିଖର ଧଓ୍ଵନଙ୍କ ଜୀବନରେ ଭାଙ୍ଗିପଡିଥିଲେ । ପତ୍ନୀ ଆୟଶା ମୁଖାର୍ଜୀ ୯ ବର୍ଷର ସଂପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇ ତାଙ୍କୁ ଭାଙ୍ଗିଦେଇଥିଲେ । ଏପର୍ଯ୍ୟନ୍ତ ଦୁହିଁଙ୍କ ଛାଡପତ୍ର ମାମଲା କୋର୍ଟରେ ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.