ଏସୀୟ କ୍ରୀଡ଼ା : ଦୀପିକା ପାଲିକଲ-ହରିନ୍ଦର ସିଂ ଜିତିଲେ ସ୍ୱର୍ଣ୍ଣ, ସ୍କ୍ଵାସ୍ ମିକ୍ସଡ ଡବଲ୍ସରେ ଜିତିଲେ ସ୍ୱର୍ଣ୍ଣ
ସ୍କ୍ୱାସ୍ ମିକ୍ସଡ ଡବଲ୍ସରେ ମାଲେସିଆକୁ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପ୍ରତିଯୋଗୀ ଦୀପିକା ପାଲିକଲ-ହରିନ୍ଦର ପାଲ୍ ସିଂ । ଭାରତର ୨୦ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୮୩ରେ ପହଞ୍ଚିଛି ।
ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ଭାରତ ପୁଣି ଏକ ସୁନା ଜିତିଛି । ସ୍କ୍ୱାସ୍ ମିକ୍ସଡ ଡବଲ୍ସରେ ମାଲେସିଆକୁ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପ୍ରତିଯୋଗୀ ଦୀପିକା ପାଲିକଲ-ହରିନ୍ଦର ପାଲ୍ ସିଂ । ଭାରତର ୨୦ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୮୩ରେ ପହଞ୍ଚିଛି ।
ଦୀପିକା ଏବଂ ହରିନ୍ଦରଙ୍କ ଯୋଡି ପ୍ରଥମ ସେଟରେ ୧୧-୧୦ ଏବଂ ଦ୍ୱିତୀୟ ସେଟରେ ୧୧-୧୦ରେ ମ୍ୟାଚ ଜିତିଛନ୍ତି । ଏହାପୂର୍ବରୁ ଭାରତୀୟ ଯୋଡି ସେମିଫାଇନାଲରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପାଇଥିଲା ।
🥇𝐈𝐧𝐝𝐢𝐚𝐧 𝐒𝐪𝐮𝐚𝐬𝐡 𝐑𝐞𝐢𝐠𝐧𝐬 𝐒𝐮𝐩𝐫𝐞𝐦𝐞!🌟
Our dynamic mixed doubles team of @DipikaPallikal and @sandhu_harinder clinches GOLD, defeating Malaysia by a score of 2-0 in the final at #AsianGames2022!💥🥳
Join us in celebrating this golden achievement and sending… pic.twitter.com/d1GiaRVh4q
— SAI Media (@Media_SAI) October 5, 2023
ଏଥିରେ ୨୦ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ରହିଛି । ଆଜି ତୀରନ୍ଦାଜରେ ଭାରତକୁ ସ୍ୱର୍ଣ୍ଣ ମିଳିଥିଲା । ମହିଳା ଟିମ୍ ଇଭେଣ୍ଟରେ ଅଦିତି, ଜ୍ୟୋତି ଓ ପରନୀତ କୌର ସ୍ୱର୍ଣ୍ଣ ଜିତିଥିଲେ ।
ଚୀନର ହାଙ୍ଗଝୌରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ଭାରତୀୟ ପ୍ରତିଯୋଗୀ ରୋମାଞ୍ଚକର ପ୍ରଦର୍ଶନ ଜାରି ରଖିଛନ୍ତି । ୨୦୧୮ ପରଠାରୁ ଏଥର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିଛି । ୨୦୧୮ରେ ଭାରତ ମୋଟ ୭୧ଟି ପଦକ ପାଇଥିଲା ।