ଆପଣଙ୍କ ବେକ କଳା ପଡୁଛି କି ? ସାବଧାନ ରୁହନ୍ତୁ ନଚେତ୍‌ ହୋଇପାରେ ଏହି ସବୁ ରୋଗ

ଲୋକମାନେ ଖରା ଓ ସଫା ନ କରିବାକୁ ବେକ କଳା ପଡିବାର ଏକ କାରଣ ଭାବିଥାନ୍ତି । ହେଲେ ଆପଣମାନେ ଜାଣିଛନ୍ତି କି ? କେବଳ ଏହି କାରଣ ହୋଇ ନଥାଏ ବେକ କଳା ପଡିବାର । ବେକ କଳା ପଡିବାର ଆହୁରି ଅନେକ କାରଣ ରହିଥାଏ । ଯେପରି ଆକାଣ୍ଟୋସିସ୍‌ ନିଗ୍ରିକାନ୍ସ ରୋଗର ପରିସ୍ଥିତି ସୃଷ୍ଟି କରିପାରେ ।

ଆମମାନଙ୍କ ମଧ୍ୟରେ ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କର ବେକ କଳା ହୋଇଥାଏ । ଲୋକମାନେ ଖରା ଓ ସଫା ନ କରିବାକୁ ବେକ କଳା ପଡିବାର ଏକ କାରଣ ଭାବିଥାନ୍ତି । ହେଲେ ଆପଣମାନେ ଜାଣିଛନ୍ତି କି ? କେବଳ ଏହି କାରଣ ହୋଇ ନଥାଏ ବେକ କଳା ପଡିବାର । ବେକ କଳା ପଡିବାର ଆହୁରି ଅନେକ କାରଣ ରହିଥାଏ । ଯେପରି ଆକାଣ୍ଟୋସିସ୍‌ ନିଗ୍ରିକାନ୍ସ ରୋଗର ପରିସ୍ଥିତି ସୃଷ୍ଟି କରିପାରେ । ପ୍ରାୟତଃ ଏହାକୁ ଚର୍ମ ସମସ୍ୟା ବୋଲି ଭାବିଥାଉ, ହେଲେ ଏହା ପଛରେ ଅନେକ କାରଣ ମଧ୍ୟ ରହିଥାଏ । ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ବେକ କଳା ପଡିବାର ଅନେକ କାରଣ ।

ମୋଟା ହେବା ଯୋଗୁ ବେକ କଳା ପଡିଥାଏ :
ମୋଟାପଣରେ ପୀଡିତ ହୋଇଥିବା ଲୋକଙ୍କ ମଧ୍ୟରେ ସାଧାରଣତ ଆକାଣ୍ଟୋସିସ୍‌ ନିଗ୍ରିକାନ୍ସ ଦେଖାଦେଇଥାଏ । କାରଣ ମୋଟା ହେବା ଯୋଗୁ ଆପଣଙ୍କ ଶରୀରରେ ଅନେକ ଲେୟର ହୋଇଥାଏ ଏବଂ ବେକ କଳା ପଡିବାକୁ ଲାଗିଥାଏ । ଏହି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ, ନଚେତ ଏହା ଅଧିକ ବଢିବା ଯୋଗୁ ଆପଣ ଅନେକ ସମସ୍ୟାର ସାମ୍ନା କରିପାରନ୍ତି ।

PCODର ସମସ୍ୟା :
PCOD ସମସ୍ୟାରେ ସମ୍ମୁଖୀନ ହେଉଥିବା ଲୋକଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମଳିଥାଏ । ଏହି ସମସ୍ୟାରେ ପୀଡିତ ମହିଳାମାନଙ୍କ ହରମୋନ୍‌ ହେଲ୍ଥ ଏତେ ମାତ୍ରାରେ ଖରାପ ହୋଇଥାଏ ଯେ, ଏହାର ପ୍ରଭାବ ସେମାନଙ୍କ ସ୍କିନ୍‌ରେ ଦେଖିବା ପାଇଁ ମିଳିଥାଏ । PCODରେ ଯେଉଁମାନେ ଇନ୍‌ସୁଲିନ୍‌ ନେଇଥାନ୍ତି, ସେମାନଙ୍କ ପାଇଁ ଏହାର ଅଧିକ ବିପଦ ହୋଇଥାଏ । ଏହି ଅବସ୍ଥା ସେତେବେଳେ ହୋଇଥାଏ, ଯେବେ ଇନ୍‌ସୁଲିନ୍‌ ଶରୀରରେ ଠିକ୍‌ ଭାବେ କାମ କରେ ନାହିଁ । ଏହାକୁ ମଧ୍ୟ ଆକାଣ୍ଟୋସିସ୍‌ ନିଗ୍ରିକାନ୍ସ କୁହାଯାଏ ।

ଡାଇଭେଟିଜ୍‌ ସମସ୍ୟା :
ଯେଉଁ ଲୋକଙ୍କୁ ଆକାଣ୍ଟୋସିସ୍‌ ନିଗ୍ରିକାନ୍ସ ସମସ୍ୟା ରହିଥାଏ, ସେମାନେ ଇନ୍‌ସୁଲିନ୍‌ ପ୍ରତି ସାବସାନ ରହିବା ଉଚିତ୍‌ । ଡାଇଭେଟିସ୍‌ ରୋଗୀଙ୍କୁ ଏହାର ବିପଦ ଅଧିକ ହୋଇଥାଏ । ସେଥିପାଇଁ ଏହିପରି ରୋଗୀଙ୍କୁ ନିଜର ଅଧିକ ଧ୍ୟାନ ନେବା ଉଚିତ୍‌ ।

ହାଇପୋଥାଇରଏଡିଜିମ୍‌ ସମସ୍ୟା :
ହାଇପୋଥାଇରଏଡିଜିମ୍‌ ସମସ୍ୟାରେ ଥାଇରୋଏଡ୍‌ ଗ୍ରିଥ୍‌ ହରମୋନ୍‌ରେ ସଠିକ୍‌ ଭାବେ କାମ କରେ ନାହିଁ । ଏହି କାରଣରୁ ଆକାଣ୍ଟୋସିସ୍‌ ନିଗ୍ରିକାନ୍ସ ସମସ୍ୟା ସୃଷ୍ଟି ହୋଇଥାଏ, ଯାହାଦ୍ୱାରା ଆପଣଙ୍କ ବେକ କଳା ପଡିପାରେ । ସେଥିପାଇଁ ଏହି ସବୁ ରୋଗକୁ ଅଣଦେଖା କରିବା ଠିକ୍‌ ନୁହେଁ । ଯଦି ଆପଣଙ୍କ ବେକ କଳା ପଡୁଛି, ତାହେଲେ ତୁରନ୍ତ ଡାକ୍ତରକୁ ଦେଖାନ୍ତୁ । ନଚେତେ ଏଥିପାଇଁ ଶରୀରରେ ବଡ ସମସ୍ୟା ସୃଷ୍ଟି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.