Below header

ସିକ୍କିମ ବନ୍ୟାରେ ଭାସିଯାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ମୃତଦେହ ଉଦ୍ଧାର

ସିକ୍କିମରେ ବନ୍ୟାରେ ଭାସିଯାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଉଦ୍ଧାର ହୋଇଛି ମୃତଦେହ । ଏନେଇ ପରିବାର ଲୋକଙ୍କୁ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ନେଇ ସରୋଜଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଭିଡିଓ କଲ୍ ଜରିଆରେ ସରୋଜଙ୍କର ମୃତ ଶରୀରକୁ ପରିବାର ଲୋକେ ଚିହ୍ନଟ କରିଛନ୍ତି ।

କାମାକ୍ଷାନଗର(କେନ୍ୟୁଜ୍): ଲିଭିଗଲା ନବବିବାହିତା ପତ୍ନୀଙ୍କ ମଥାର ସିନ୍ଦୁର । ଫିକା ପଡିଗଲା କାନ୍ଥରେ ଲେଖା ଶୁଭ ବିବାହ । ଏପଟେ ଖାଲି ଖୋଲିଗଲା ଗୋଟେ ମା କୋଳ । ତା କୁଳନନ୍ଦନ ସବୁ ଦିନ ପାଇଁ ତାକୁ ଛାଡି ଚାଲିଯାଇଛି । ଭେଣ୍ଡିଆ ପୁଅକୁ ହରାଇ କୋହ ସମ୍ଭାଳି ପାରୁନି ବାପା । ପରିବାର ସହ ଗ୍ରାମବାସୀ ସଭିଏଁ ଆଶା କରିଥିଲେ ସୁରକ୍ଷିତ ଭାବେ ମିଳିଯିବେ ନିଖୋଜ ଯବାନ, ହେଲେ ନିମିଷକ ଭିତରେ ସବୁକିଛି ଉଜୁଡିଗଲା ।

ସିକ୍କିମରେ ବନ୍ୟାରେ ଭାସିଯାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଉଦ୍ଧାର ହୋଇଛି ମୃତଦେହ । ଏନେଇ ପରିବାର ଲୋକଙ୍କୁ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ନେଇ ସରୋଜଙ୍କ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଭିଡିଓ କଲ୍ ଜରିଆରେ ସରୋଜଙ୍କର ମୃତ ଶରୀରକୁ ପରିବାର ଲୋକେ ଚିହ୍ନଟ କରିଛନ୍ତି ।

ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁର ହାବିଲଦାର ସରୋଜ କୁମାର ଦାସ ୨୦୧୨ରୁ ସେନାରେ EME ଯବାନ ଭାବେ ନିଯୁକ୍ତି ପାଇଥିଲେ । ଗତ ସାତ ମାସ ହେବ ବିବାହ କରିଥିଲେ ସରୋଜ । ଶେଷଥର ଅଗଷ୍ଟ ମାସରେ ଘରକୁ ଆସିଥିଲେ । ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ ସହ ଶେଷ ଥର କଥା ହୋଇଥିଲେ । ସିକ୍କିମ ବନ୍ୟାରେ ହାବିଲଦାର ସରୋଜ ଦାସ ନିଖୋଜ ହୋଇଯାଇଥିଲେ ।

ଗତକାଲି ଦିନ ୧୧ ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ବନ୍ୟାରେ ନିଖୋଜ ଖବର ଦେଖି ମୋବାଇଲକୁ ଫୋନ କରିଥିଲେ । ମୋବାଇଲ ଫୋନ୍ ବନ୍ଦ ଥିବାରୁ ୟୁନିଟ ସହ କଥା ହୋଇ ନିଖୋଜ ଖବର ପାଇଥିଲେ। ସୁରକ୍ଷିତ ଭାବରେ ସରୋଜ ଫେରି ଆସନ୍ତୁ ବୋଲି ସମସ୍ତ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ହେଲେ ଭଗବାନ୍ ଡାକ ଶୁଣିଲେନି ସବୁଦିନ ପାଇଁ ସମସ୍ତଙ୍କୁ ପର କରି ଚାଲିଗଲେ ସରୋଜ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.