ଏସୀୟ କ୍ରୀଡ଼ା: ଭାରତକୁ ମିଳିଲା ୨୧ତମ ସ୍ୱର୍ଣ୍ଣ, ପୁରୁଷ ତୀରନ୍ଦାଜୀ ଟିମ୍‌ ଦକ୍ଷିଣ କୋରିଆକୁ ହରାଇଲା

ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ଆଥ୍‌ଲେଟ୍‌ମାନେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଟିମ୍‌ ଇଣ୍ଡିଆ ଏ ପର୍ଯ୍ୟନ୍ତ ୮୧ଟି ପଦକ ଜିତିସାରିଛି। ଏବେ ପୁଣି ଭାରତ ଆଉ ଏକ ସ୍ୱର୍ଣ୍ଣ ଜିତିଛି। ତୀରନ୍ଦାଜୀରେ ପୁରୁଷ କମ୍ପାଉଣ୍ଡ ଟିମ୍‌ ଦକ୍ଷିଣ କୋରିଆକୁ ହରାଇ ପଦକ ହାସଲ କରିଛି।

ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ଆଥ୍‌ଲେଟ୍‌ମାନେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଟିମ୍‌ ଇଣ୍ଡିଆ ଏ ପର୍ଯ୍ୟନ୍ତ ୮୧ଟି ପଦକ ଜିତିସାରିଛି। ଏବେ ପୁଣି ଭାରତ ଆଉ ଏକ ସ୍ୱର୍ଣ୍ଣ ଜିତିଛି। ତୀରନ୍ଦାଜୀରେ ପୁରୁଷ କମ୍ପାଉଣ୍ଡ ଟିମ୍‌ ଦକ୍ଷିଣ କୋରିଆକୁ ହରାଇ ପଦକ ହାସଲ କରିଛି। ଭାରତ ୨୩୫-୨୩୦ରେ ବିଜୟୀ ହୋଇଛି।

ଟିମ୍‌ ଇଣ୍ଡିଆ ପାଇଁ ଅଭିଷେକ, ଓଜସ୍‌ ଓ ପ୍ରଥମେଶ୍‌ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆଜି ୩ଟି ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସ୍କ୍ଵାସ୍‌ର ମିକ୍ସଡ ଡବଲ୍ସରେ ଭାରତ ସ୍ୱର୍ଣ୍ଣ ଜିତିଥିବା ବେଳେ ତୀରନ୍ଦାଜୀରେ ମହିଳା କମ୍ପାଉଣ୍ଡ୍‌ ଟିମ୍‌କୁ ସ୍ୱର୍ଣ୍ଣ ମିଳିଛି। ଜ୍ୟୋତି, ଅଦିତି ଓ ପରନୀତ କୌର ଗୋଲ୍ଡ ମେଡାଲ ଜିତିଛନ୍ତି। ଚୀନର ହାଙ୍ଗଝୌଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।

ଆୟୋଜକ ଚୀନ ୧୭୧ଟି ସ୍ୱର୍ଣ୍ଣ ସହ ମୋଟ ୩୧୬ଟି ପଦକ ଜିତି ତାଲିକାର ପ୍ରଥମ ସ୍ଥାନରେ ରହିଛି। ଜାପାନ ୩୭ଟି ସ୍ୱର୍ଣ୍ଣ ଏବଂ କୋରିଆ ୩୩ଟି ସ୍ୱର୍ଣ୍ଣ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.