Categories: କ୍ରୀଡା

ଓଡ଼ିଆ ଅଲିମ୍ପିଆନ୍‌ ଦୂତୀ ଚାନ୍ଦଙ୍କ ଆଉ ଏକ ସଫଳତା, ଟାଇମ୍‌ 100 NEXT ତାଲିକାରେ ପାଇଲେ ସ୍ଥାନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାର ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କ ଆଉ ଏକ ଅନ୍ତର୍ଜାତୀୟ ସଫଳତା । ଟାଇମ୍‌ 100 NEXT ତାଲିକାରେ ଓଡ଼ିଆ ଅଲିମ୍ପିଆନ୍‌ ଦୂତୀ। ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ତାଙ୍କୁ ସ୍ଥାନ ମିଳିଛି। ତାଙ୍କର ଲଢୁଆ ମନୋବୃତ୍ତିକୁ ନେଇ ଟାଇମ୍‌ ଉଲ୍ଲେଖ କରିଛି ଯେ ‘ଟ୍ରାକ୍‌ରେ ଦୂତୀ ଦୌଡ଼ନ୍ତି’। ‘ଟ୍ରାକ୍‌ ବାହାରେ ଦୂତୀ ଲଢ଼ନ୍ତି’।
ଓଡ଼ିଆ ଅଲିମ୍ପିଆନ୍‌ ଦୂତୀ ଚାନ୍ଦ ନିଜର ଦ୍ୱିତୀୟ ଅଲିମ୍ପିକ୍‌ ଅଭିଯାନ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏବେ ୨୦୨୦ ଟୋକିଓ ଅଲିମ୍ପିକ୍‌ ହେଉଛି ଦୂତୀଙ୍କ ଟାର୍ଗେଟ୍‌। ଭବିଷ୍ୟତରେ କ୍ରୀଡ଼ା ଜଗତରେ ସେ ନିଜ ପ୍ରଭାବ ଜାହିର କରିବେ ବୋଲି ଟାଇମ୍‌ କହିଛି। ନିକଟରେ ଓ୍ଵାର୍ଲ୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିଲେ ଏହି ଆଥଲେଟ୍‌ ।

ପ୍ରଥମ ପଦକ

ଏହି ସଫଳତା ପାଇବାରେ ସେ ଥିଲେ ଭାରତର ପ୍ରଥମ ଖେଳାଳି। ନିକଟରେ ରାଞ୍ଚିରେ ଆୟୋଜିତ ନ୍ୟାସନାଲ ଓପନ୍‌ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ୧୦୦ ମିଟର ଦୂରତାକୁ ୧୧ ଦଶମିକ ୨୨ ସେକେଣ୍ଡରେ ଅତିକ୍ରମ କରି ନୂଆ ଜାତୀୟ ରେକର୍ଡ କରିଛନ୍ତି ଦୌଡରାଣୀ । ରେକର୍ଡ ପରେ ରେକର୍ଡର ଅଧିକାରୀ ହୋଇଛନ୍ତି ଦୂତୀ ଚାନ୍ଦ । ଭୋଗ୍‌ ଇଣ୍ଡିଆର ସ୍ପୋର୍ଟ୍ସ ପରସନ ଅଫ ଦ ଇୟର ଆଓ୍ଵାର୍ଡ ପାଇବା ସହ ଏହାର କଭର ପେଜରେ ସ୍ଥାନ ପାଇଥିଲେ ଏହି ଓଡ଼ିଆ ସ୍ପ୍ରିଣ୍ଟର। ଏବେ ଟାଇମ୍‌ 100 NEXT ତାଲିକାରେ ସ୍ଥାନ ପାଇବା ପରେ ଦୂତୀଙ୍କ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ। ଆଗକୁ ସେ ଏଭଳି ଅନେକ ସଫଳତା ଲାଭ କରିବେ ବୋଲି ଡ. ସାମନ୍ତ କହିଛନ୍ତି ।

ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବା ତଥା ଉଜ୍ଜ୍ୱଳ ଭବିଷ୍ୟତର ସମ୍ଭାବନା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଟାଇମ୍‌ 100 NEXT ତାଲିକାରେ ସାମିଲ କରାଯାଇଛି । ସେଥିରେ ଦୂତୀଙ୍କୁ ଆଥଲେଟିକ୍‌ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ଅନ୍ତର୍ଭୁକ୍ତ କରାଯାଇଛି ।

ପ୍ରଥମ ପଦକ

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

3 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

46 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

54 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago