Categories: କ୍ରୀଡା

ଦୂତୀଙ୍କ ପ୍ରଶ୍ନ, ମୋ ବିରୋଧରେ ଏଭଳି ଅପପ୍ରଚାର କାହିଁକି ଓ କାହା ସ୍ୱାର୍ଥରେ ? ବିରତ ନହେଲେ ଆଇନ୍‌ର ଆଶ୍ରୟ ନେବି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜଣେ ସମଲିଙ୍ଗୀଙ୍କୁ ଜୀବନ ସାଥୀ କରିବା ଲାଗି ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଓଡ଼ିଶାର ମହିଳା ଆ୍‌ଲେଟ୍‌ ଦୂତି ଚାନ୍ଦ ମୁହଁ ଖୋଲିବା ପରେ ତାଙ୍କ ବିରୋଧରେ ଅପପ୍ରଚାର ଆରମ୍ଭ ହୋଇଯାଇଛି । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିଶେଷ ଭାବେ ତାଙ୍କୁ ଏବଂ ତାଙ୍କର ସହାୟତା କରୁଥିବା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ବିରୋଧରେ ବିଭିନ୍ନ ଗୁଜବ ପ୍ରଚାର କରୁଛି । ଏମିତିକି ତାଙ୍କ ବାପା ମା’ଙ୍କୁ ମଧ୍ୟ ତାଙ୍କ ବିରୋଧରେ କହିବାକୁ ପ୍ରରୋଚିତ କରିଛି ବୋଲି ଦୂତି କହିଛନ୍ତି ।

ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଧାବିକା ଦୂତୀ ଚାନ୍ଦ କ୍ଷୁବ୍ଧ ହୋଇଛନ୍ତି ଏକ ନିର୍ଦ୍ଦିଷ୍ଟ ଓଡ଼ିଆ ଟେଲିଭିଜନ ଚ୍ୟାନେଲ ଉପରେ । ଜାତୀୟସ୍ତରୀୟ ଦୈନିକ ଖବର କାଗଜରେ ବାହାରିଥିବା ଖବରକୁ ନେଇ ଏହି ନିର୍ଦ୍ଦିଷ୍ଟ ଓଡିଆ ଟେଲିଭିଜନ ଚ୍ୟାନେଲ ଭୁଲ ଖବର ପରିବେଷଣ କରୁଛି ବୋଲି ଅଭିଯୋଗ କରିଛନ୍ତି ଦୂତୀ । ତାଙ୍କ କ୍ୟାରିୟରକୁ ଆଖି ଆଗରେ ରଖି ଏଭଳି ଭୁଲ ଖବର ପରିବେଷଣରୁ ସଂପୃକ୍ତ ଟିଭି ଚ୍ୟାନେଲ ବିରତ ନହେଲେ ସେ ସଂପୃକ୍ତ ଟିଭି ଚ୍ୟାନେଲ ଓ ତାର ମାଲିକଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

ବହୁ ବାଧାବିଘ୍ନକୁ ଅତିକ୍ରମ କରି ଆଗକୁ ବଢିଛନ୍ତି ଅର୍ନ୍ତଜାତୀୟସ୍ତରରେ ଖ୍ୟାତିଲାଭ କରିଥବା ଧାବିକା ଦୂତି ଚାନ୍ଦ । ଓଡିଶା ପାଇଁ ଆଣିଛନ୍ତି ବହୁ ଗର୍ବ ଏବଂ ଗୌରବ । ତାଙ୍କ କ୍ରୀଡା କ୍ୟାରିୟରରେ ଆସିଥିବା ସବୁ ପ୍ରତିବନ୍ଧକ କୁ ଅତିକ୍ରମ କରି ଏପଯ୍ୟର୍ନ୍ତ ଉନ୍ନତ ପ୍ରଦର୍ଶନ ଦେଇଆସିଛନ୍ତି ଦୂତି । ନିକଟରେ ତାଙ୍କ ପ୍ରଦର୍ଶନ ପାଇଁ ସେ ରାଜ୍ୟ ସରକାରଙ୍କ ଠାରୁ  ସ୍ୱିକୃତି ଓ ସମ୍ମାନ । ନିକଟରେ ଏକ ଜାତୀୟସ୍ତର ର ଦୈନିକ ଖବରକାଗଜ ଇଣ୍ଡିଆନ ଏକ୍ଦପ୍ରେସରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ନଜର ପକାନ୍ତୁ ସେହି ଖବର ଉପରେ (ଏଠି ପେପର ଟି ଦେଖାହେବ) । ସେ ଜଣେ ଝିଅକୁ ଭଲ ପାନ୍ତି  ଓ ଭବିଷ୍ୟତରେ ସେ ତାକୁ ବିବାହ କରିପାରନ୍ତି ବୋଲି ଦୁତି ସୂଚନା ଦେଇଥିଲୋ ଏହା ପରେ ବିଭିନ୍ନ ୍ରଆଞ୍ଚଳିକ ଗଣମାଧ୍ୟମକୁ ମଧ୍ୟ ଟେଲିଫୋନ ଯୋଗେ ସେ ଏ ବାବଦରେ କହିଥିଲେ ।

ଏକ ନିର୍ଦ୍ଦିଷ୍ଟ ଓଡିଆ ଟେଲିଭିଜନ ଚ୍ୟାନେଲ ଦୂତୀଙ୍କର ଏହି ଖବରକୁ ନେଇ ଭୁଲ ଖବର ପରିବେଷଣ କରୁଛି ବୋଲି ଅଭିଯୋଗ କରିବା ସହ କ୍ଷୁବ୍ଧ ହୋଇଛନ୍ତି ଦୂତୀ । ଏପରିକି ତାଙ୍କ ବାବଦରେ ଏଭଳି ବିଭ୍ରାନ୍ତିମୂଳକ ଖବର ପରିବେଷଣରୁ ବିରତ ନରହିଲେ ସଂପୃକ୍ତ ଟେଲିଭିଜନ ଚ୍ୟାନେଲ ଓ ତାର ମାଲିକଙ୍କ ନାଁରେ ଆଇନଗତ କାର୍ଯ୍ୟାନଷ୍ଠାନ ନେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ଦୂତୀ । ନିଜ ବାବଦରେ ନିଷ୍ପତ୍ତି ନେବା ପାଇଁ ସେ ଯୋଗ୍ୟ ବୋଲି ମଧ୍ୟ ଦର୍ଶାଇଛନ୍ତି ।

ଏହି ସଫଳ ଧାବିକା ବିଭିନ୍ନ ସମୟରେ ତାଙ୍କ ବାବଦରେ ଆସିଥିବା ବିବାଦକୁ ଦୁରେଇ ଆଗକୁ ବଢିଛନ୍ତି । ଏଥର ବି ସେ ସ୍ପଷ୍ଟ କରିଛନ୍ତି ସେ ବିବାଦ ଅପେକ୍ଷା ନିଜ ଆଥଲେଟ କ୍ୟାରିୟରକୁ ଅଧିକ ଗୁରୁତ୍ୱ ଦିଅନ୍ତି ।

 

KNews Bureau

Recent Posts

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

16 mins ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

29 mins ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

2 hours ago

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି।…

2 hours ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଧର୍ମେନ୍ଦ୍ର ଓ ମନମୋହନ

ଭୁବନେଶ୍ୱର :  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ…

3 hours ago

ଟ୍ରେନରେ ଚଢ଼ିଯାଇଛନ୍ତି କିନ୍ତୁ ଟିକେଟ ହଜିଯାଇଛି ତ କଣ କରିବେ ଜାଣନ୍ତୁ, ନଚେତ ହେବେ ହଇରାଣ

ଟିକେଟ ହଜିଯାଇଥିଲେ କିମ୍ବା ଚିରାଫଟା ହୋଇଯାଇଥିଲେ ତଥାପି ବି ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଏମିତି ଅନେକ ଲୋକଙ୍କ…

3 hours ago