କ୍ରୀଡା

‘ମୋ ବାପା ICU ରେ ଆଡମିଟ୍‌ ଥିବା ବେଳେ ମୁଁ ଆଇପିଏଲ ଖେଳୁଥିଲି ’: ମୋହସିନ ଖାନ

ଲକ୍ଷ୍ନୌ ସୁପରଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚକୁ ଲକ୍ଷ୍ନୌ ୫ ରନ୍‌ ଜିତିନେଇଛି । ଆଉ ଏହି ମ୍ୟାଚରେ ହିରୋ ସାଜିଥିଲେ ମୋହସିନ ଖାନ । ମୋହସିନ ଖାନ୍‌ଙ୍କ ପାଇଁ ଏହି କାମ ସହଜ ନଥିଲା । ଗତ ୧୦ ଦିନ ହେଲାଣି ତାଙ୍କ ବାପା ହସପିଟାଲରେ ଭର୍ତ୍ତି ହୋଇଥିଲେ ଆଉ ଗତକାଲି ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଉ କାଲିର ମ୍ୟାଚ ସେ ବାପାଙ୍କ ପାଇଁ ଖେଳିଥିଲେ ।

ମ୍ୟାଚ ସରିବା ପରେ ମୋହସିନ ଖାନ ଭାବବିହ୍ଵଳ ହୋଇ କହିଥିଲେ, ‘ ମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତ । ମୋ ବାପା ଆଇସିୟୁରେ ରହିଥିବା ବେଳେ ମୁଁ ଖେଳିଛି । ତେବେ ନିଶ୍ଚିତ ଭାବେ ମୋ ବାପା ମୋତେ ଟିଭିରେ ଦେଖିଥିବେ, ମୁଁ କେବଳ ତାଙ୍କ ପାଇଁ ଖେଳିଛି । ମୋ ଖେଳ ଦେଖି ନିଶ୍ଚିତ ଭାବେ ଖୁସି ହୋଇଥିବେ ।

ଆଇପିଏଲ୍‌ ୨୦୨୩ ମୁମ୍ବାଇ ଏବଂ ଲକ୍ଷ୍ନୌ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା ଏବଂ ଈଶାନ କିଶନ ଭଲ ଆରମ୍ଭ କରିଥିଲେ। କିନ୍ତୁ ୯୦ ରନ୍ ଭାଗୀଦାରି ପରେ ଜଣେ ଆଉଟ୍‌ ହେବା ପରେ ଲକ୍ଷ୍ନୌ ଚାପ ପକାଇବା ସହ ମ୍ୟାଚ୍କୁ ଶେଷ ଭାଗ ପର୍ଯ୍ୟନ୍ତ ନେଇଥିଲା। ଶେଷ ଦୁଇ ଓଭରରୁ ମୁମ୍ବାଇକୁ ୩୦ ରନ୍ ଆବଶ୍ୟକ ପଡ଼ିଥିଲା। ୧୯ତମ ଓଭରରେ ନବୀନ ଉଲ୍ ହକ୍ଙ୍କୁ ଟିମ୍ ଡେଭିଡ୍ ୨ ଛକା ମାରି ୧୯ ରନ୍ ଆଦାୟ କରିବା ପରେ ମୁମ୍ବାଇ ମ୍ୟାଚ୍ ଜିତିଯିବ ବୋଲି ସଭିଏଁ ଧରି ନେଇଥିଲେ। କିନ୍ତୁ ମୋହସିନ୍ ଖାନ୍ ଶେଷ ଓଭରରେ କମାଲ କରିଦେଲେ । ଶେଷ ଓଭରରେ୫ ରନ ଦେଇ ମୁମ୍ବାଇ ବିଜୟରେ ବାଧା ଦେଇଥିଲେ । ଏହି ମ୍ୟାଚରେ ମୋହସିନ ଖାନ ୩ ଓଭରରେ ୨୬ ରନ ଦେଇ ଗୋଟିଏ ଓ୍ଵିକେଟ ନେଇଥିଲେ ।

ଆଇପିଏଲ ୨୦୨୩ରେ ପ୍ରଥମରୁ ଫିଟ୍‌ ନଥିଲେ ମୋହସିନ ଖାନ୍‌ । ମୁମ୍ବାଇ ବିରୋଧରେ ଚଳିତ ଆଇପିଏଲ ସିଜିନରେ ତାଙ୍କର ଦ୍ୱିତୀୟ ମ୍ୟାଚ । ଏହାପୂର୍ବରୁ ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ୩ଓଭରରେ ୪୨ ରନ୍‌ ଦେଇ ଗୋଟିଏ ଓ୍ଵିକେଟ ନେଇଥିଲେ ।

Swagatika

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

8 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

10 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

18 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

43 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

52 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago