‘ମୋ ବାପା ICU ରେ ଆଡମିଟ୍ ଥିବା ବେଳେ ମୁଁ ଆଇପିଏଲ ଖେଳୁଥିଲି ’: ମୋହସିନ ଖାନ
ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ହରାଇ ପ୍ଲେ ଅଫରେ ଏଣ୍ଟ୍ରି କରିବାକୁ ସ୍ଥାନ ପକ୍କା କରିଛି ଲକ୍ଷ୍ନୌ ସୁପରଜିଆଣ୍ଟସ । ଗତକାଲି ମ୍ୟାଚରେ ମୁମ୍ବାଇକୁ ୫ ରନରେ ହରାଇ ମ୍ୟାଚର ହିରୋ ସାଜିଥିଲେ ମୋହସିନ ଖାନ । ଆଉ ମ୍ୟାଚ ସରିବା ପରେ ଭାବବିହ୍ଵଳ ହୋଇ ନିଜର ଦୁଃଖ ପ୍ରକାଶ କରିଥିଲେ ।

ଲକ୍ଷ୍ନୌ ସୁପରଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚକୁ ଲକ୍ଷ୍ନୌ ୫ ରନ୍ ଜିତିନେଇଛି । ଆଉ ଏହି ମ୍ୟାଚରେ ହିରୋ ସାଜିଥିଲେ ମୋହସିନ ଖାନ । ମୋହସିନ ଖାନ୍ଙ୍କ ପାଇଁ ଏହି କାମ ସହଜ ନଥିଲା । ଗତ ୧୦ ଦିନ ହେଲାଣି ତାଙ୍କ ବାପା ହସପିଟାଲରେ ଭର୍ତ୍ତି ହୋଇଥିଲେ ଆଉ ଗତକାଲି ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଆଉ କାଲିର ମ୍ୟାଚ ସେ ବାପାଙ୍କ ପାଇଁ ଖେଳିଥିଲେ ।
ମ୍ୟାଚ ସରିବା ପରେ ମୋହସିନ ଖାନ ଭାବବିହ୍ଵଳ ହୋଇ କହିଥିଲେ, ‘ ମୁମ୍ବାଇ ବିପକ୍ଷରେ ବିଜୟ ମୋ ବାପାଙ୍କୁ ସମର୍ପିତ । ମୋ ବାପା ଆଇସିୟୁରେ ରହିଥିବା ବେଳେ ମୁଁ ଖେଳିଛି । ତେବେ ନିଶ୍ଚିତ ଭାବେ ମୋ ବାପା ମୋତେ ଟିଭିରେ ଦେଖିଥିବେ, ମୁଁ କେବଳ ତାଙ୍କ ପାଇଁ ଖେଳିଛି । ମୋ ଖେଳ ଦେଖି ନିଶ୍ଚିତ ଭାବେ ଖୁସି ହୋଇଥିବେ ।
Ending the home stretch in Lucknow on a winning note 👍
A lap of honour 🙌
From @LucknowIPL to all their fans – with love ☺️ 👏#TATAIPL | #LSGvMI pic.twitter.com/q3DVoToAaP
— IndianPremierLeague (@IPL) May 16, 2023
ଆଇପିଏଲ୍ ୨୦୨୩ ମୁମ୍ବାଇ ଏବଂ ଲକ୍ଷ୍ନୌ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୭୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା ଏବଂ ଈଶାନ କିଶନ ଭଲ ଆରମ୍ଭ କରିଥିଲେ। କିନ୍ତୁ ୯୦ ରନ୍ ଭାଗୀଦାରି ପରେ ଜଣେ ଆଉଟ୍ ହେବା ପରେ ଲକ୍ଷ୍ନୌ ଚାପ ପକାଇବା ସହ ମ୍ୟାଚ୍କୁ ଶେଷ ଭାଗ ପର୍ଯ୍ୟନ୍ତ ନେଇଥିଲା। ଶେଷ ଦୁଇ ଓଭରରୁ ମୁମ୍ବାଇକୁ ୩୦ ରନ୍ ଆବଶ୍ୟକ ପଡ଼ିଥିଲା। ୧୯ତମ ଓଭରରେ ନବୀନ ଉଲ୍ ହକ୍ଙ୍କୁ ଟିମ୍ ଡେଭିଡ୍ ୨ ଛକା ମାରି ୧୯ ରନ୍ ଆଦାୟ କରିବା ପରେ ମୁମ୍ବାଇ ମ୍ୟାଚ୍ ଜିତିଯିବ ବୋଲି ସଭିଏଁ ଧରି ନେଇଥିଲେ। କିନ୍ତୁ ମୋହସିନ୍ ଖାନ୍ ଶେଷ ଓଭରରେ କମାଲ କରିଦେଲେ । ଶେଷ ଓଭରରେ୫ ରନ ଦେଇ ମୁମ୍ବାଇ ବିଜୟରେ ବାଧା ଦେଇଥିଲେ । ଏହି ମ୍ୟାଚରେ ମୋହସିନ ଖାନ ୩ ଓଭରରେ ୨୬ ରନ ଦେଇ ଗୋଟିଏ ଓ୍ଵିକେଟ ନେଇଥିଲେ ।
ଆଇପିଏଲ ୨୦୨୩ରେ ପ୍ରଥମରୁ ଫିଟ୍ ନଥିଲେ ମୋହସିନ ଖାନ୍ । ମୁମ୍ବାଇ ବିରୋଧରେ ଚଳିତ ଆଇପିଏଲ ସିଜିନରେ ତାଙ୍କର ଦ୍ୱିତୀୟ ମ୍ୟାଚ । ଏହାପୂର୍ବରୁ ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ୩ଓଭରରେ ୪୨ ରନ୍ ଦେଇ ଗୋଟିଏ ଓ୍ଵିକେଟ ନେଇଥିଲେ ।
MOHSIN KHAN. REMEMBER THE NAME. 🔥💥 pic.twitter.com/OIgwQkzDIQ
— Lucknow Super Giants (@LucknowIPL) May 16, 2023