ରାଜ୍ଯର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ, ଚଳିତ ବର୍ଷର ଥିମ ରହିଛି ହେଲ୍ପିଂ ଦି ହେଲ୍ପ

ଆଜି ୧୦ମ ବିଶ୍ୱ ଆର୍ଟ ଅଫ୍‌ ଗିଭିଂ ଦିବସ । ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ ବାଣ୍ଟିବା ପାଇଁ ୨୦୧୩ ମସିହା ମେ’୧୭ ତାରିଖଠାରୁ ଶିକ୍ଷାବିତ୍‌ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍‌ ଗିଭିଂ’ ପ୍ରୟାସ ଏବେ ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି ।

(କେନ୍ୟୁଜ): ଆଜି ହେଉଛି ବିଶ୍ୱ ଆର୍ଟ ଅଫ ଗିଭିଂ ଡେ। ପୁରୀ ଜିଲ୍ଲା ପିପିଲିରେ ଦଶମ ଆର୍ଟ ଅଫ୍‌ ଗିଭିଂ ଡେ’ ପାଳିତ ହୋଇଛି । ଏହି ଅବସରରେ ନିମାପଡ଼ା ଛକରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ଅଞ୍ଚଳର ଯୁବକ, ଯୁବତୀ, ମହିଳା ଆଶା କର୍ମୀ ମାନେ ସାମିଲ ହୋଇ ହାଟଛକ ଠାରେ ପହଞ୍ଚିଥିଲେ । ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ସଭାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ଶୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଯୋଗଦେଇଥିଲେ । ଏହି ଅବସରରେ ସମାଜସେବୀ କ୍ଷେତ୍ରରେ ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଜୀବନ ବ୍ୟାପୀ ତ୍ୟାଗ ସଂଘର୍ଷ ଏବଂ ବଳିଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଜିର ଦିନରେ ଅନ୍ୟକୁ ଉପହାର ଦେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶେଷରେ ସମାଜସେବୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଛାତ୍ରଛାତ୍ରୀଙ୍କୁ ଉପହାର ବଣ୍ଟାଯାଇଥିଲା ।

ଯାଜପୁର ଜିଲ୍ଲା ଜାରକା ଠାରେ ଆର୍ଟ ଅଫ୍‌ ଗିଭିଂ ଡେ ପାଳିତ

ସେହିପରି ଯାଜପୁର ଜିଲ୍ଲା ଜାରକା ଠାରେ ଆର୍ଟ ଅଫ୍‌ ଗିଭିଂ ଡେ ପାଳିତ ହୋଇଯାଇଛି । ଚଳିତ ବର୍ଷ ଏହା ୧୦ ତମ ସଂସ୍କରଣ । ଥିମ ରହିଛି ସାହାଯ୍ୟକାରୀଙ୍କୁ ସାହାଯ୍ୟ । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଏହି ଦିବସ ପାଳନ କରାଯାଉଛି । ଏହି କ୍ରମରେ ଜାରକା ସ୍ଥିତ ଅଟୋ ଷ୍ଟାଣ୍ଡରେ କିଟ୍‌, କିସ୍‌ ଓ କଳିଙ୍ଗ ଟିଭିର ପ୍ରତିନିଧିମାନେ ଯୋଗଦେଇ ଅଟୋ ମହାସଂଘର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ସମ୍ମାନିତ କରିଥିଲେ । ଏଥିସହ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଡେ ପାଳିତ

ଭଦ୍ରକରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଚାନ୍ଦବାଲି ବ୍ଲକରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି । ଓଳଗ ପଂଚାୟତରେ ଏକ ସଭାରେ ଚଳିତ ବର୍ଷର ଥିମ୍‌ ଉପରେ ଆଲୋକପାତ କରିଥିଲେ କିଟ୍‌ର ଜଏଣ୍ଟ ଡାଇରେକ୍ଟର ସ୍ନେହାଶିଶ ରାଉତ । ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କର ଏପରି ପ୍ରୟାସକୁ ଉପସ୍ଥିତ ଆଶା ଓ ଅଙ୍ଗନବାଡି କର୍ମୀମାନେ ଭରପୂର ପ୍ରଶଂସା କରିଥିଲେ। ଏହି ଅବସରରେ ଆରଡି , ଓଳଗ , ନାନ୍ଦପୁର ପଂଚାୟତର ୫୦ରୁ ଉର୍ଦ୍ଧ ଆଶା , ଅଙ୍ଗନବାଡି କର୍ମୀ ମାନଙ୍କୁ ଆର୍ଟ ଅଫ ଗିଭିଙ୍ଗ ଟିମ୍‌ ତରଫରୁ ଉପହାର ପ୍ରଦାନ କରିବା ସହ ସମ୍ମାନିତ କରାଯାଇଥିଲା ।

ମୟୁରଭ ଜିଲ୍ଲାରେ ପାଳିତ ହୋଇଛି ଏହି ଆର୍ଟ ଅଫ ଗିଭିଂ ଡେ

ମୟୁରଭ ଜିଲ୍ଲାରେ ପାଳିତ ହୋଇଛି ଏହି ଆର୍ଟ ଅଫ ଗିଭିଂ ଡେ। ୧୦ ବର୍ଷରେ ପ୍ରଦାର୍ପଣ କରିଛି ଏହି ଦିବସ। ସମଗ୍ର ବିଶ୍ୱ ଆଜି ପାଳୁଛି ଏହି ଦିବସକୁ ଆଉ ଶିଖୁଛି ଡ଼ ଅଚ୍ୟୁତ ସାମା‘ଙ୍କ ଦେବାର କଳାକୁ। ଅନ୍ଯକୁ ଦେଇ ନିଜେ ଖୁସି ହେବାର ଯେଉଁ କଳା ରହିଛି ଡ଼ ସାମା‘ଙ୍କ ନିକଟରେ ସେହି କଳାକୁ ପ୍ରତିଟି ଲୋକଙ୍କ ମଧ୍ୟରେ ଦେଖିବାକୁ ପ୍ରୟାସ କରିଛ‘ି। ଚଳିତ ବର୍ଷ ଥିମ୍‌ ରହିଛି ହେଲ୍ପିଂ ଟୁ ହେଲ୍ପ। ସାହାଯର୍‌ୟ କାରୀଙ୍କୁ ସାହାଯର୍‌ୟ। ଯେଉଁ ମାନେ ସମାଜ ଗଠନରେ ମୁଖ୍ଯ ପୁରଧା। ଯେଉଁ ମାନେ କରୋନା ମହମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଅନ୍ଯ ମାନଙ୍କୁ ଜୀବନ ଦାନ ଦେବାକୁ ସହାୟକ ହୋଇଛ‘ି ସେହିଭଳି ଯୋଦ୍ଧା ମାନଙ୍କୁ ସାହାଯ୍ୟର ହାତ ବଢାଇଛି ଏହି ଦିବସ।

ସେ ଆଶାକର୍ମୀ ହେଉ କିମ୍ବା ଅଙ୍ଗନୱାଡି କର୍ମୀ ହେଉ। ସେ ଆମ୍ବଲାନ୍ସ ଡ୍ରାଇଭର ହେଉ କିମ୍ବା ଅଟୋ ଡ୍ରାଇଭର। ହେଉ ସଫେଇ କର୍ମଚାରୀ ଏହି ଭଳି ବ୍ଯକ୍ତି ବିଶେଷକୁ ସାହାଯ୍ୟର ହାତ ବଢାଇବାକୁ ପ୍ରୟାସ କରାଯାଇଛି। କିଟ୍‌ କିସ ପ୍ରତିଷ୍ଠାତା ଡ଼ ସାମନ୍ତଙ୍କ ପ୍ରେରଣାରେ ମୟୁରଭ ଜିଲ୍ଲାରେ କିସ୍‌ , କିଟ ଓ କଳିଙ୍ଗ ଟିଭି ପକ୍ଷରୁ ଏଭଳି ବ୍ଯକ୍ତିବିଶେଷଙ୍କୁ ସମାଜ ଗଠନର ପୁରଧା ମାନଙ୍କୁ ଏହି ଦିବସ ଅବସରରେ ସାହାଯ୍ୟର ହାତ ବଢାଇ ଦିଆଯାଇଛି। ଆଶାକର୍ମୀ, ଅଙ୍ଗୱାଡି କର୍ମୀ, ଆମ୍ବାଲାନ୍ସ ଡ୍ରାଇଭର, ଅଟୋ ଡ୍ରାଇଭର, ସଫେଇ କର୍ମଚାରୀ ଆଦିଙ୍କୁ ଉପହାର ପ୍ରଦାନ କରାଯାଇଛି। ସନ୍ଧ୍ଯାରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅତିଥି ମାନଙ୍କ ଉପସ୍ଥିତିରେ ଏହି ଦିବସର ତାପତ୍ୟର୍‌ୟ ସମ୍ପର୍କରେ ଆଲୋକପାତ କରାଯିବାର ଆୟୋଜନ ମଧ୍ୟ ହୋଇଛି।

Leave A Reply

Your email address will not be published.