କ୍ରୀଡା

ପତ୍ନୀଙ୍କୁ ବିଶ୍ୱାସଘାତକତା କରିଥିବା ଯୋଗୁଁ ସର୍ବସାଧାରଣରେ ମାଗିଥିଲେ ଭୁଲ୍‌, ଏବେ ଫିଫା ବିଶ୍ୱକପରେ ଦେଶ ପାଇଁ ଗୌରବ ଆଣିଲେ ଓଲିଭର ଗିରୋଡ

ଚାମ୍ପିଅନ୍ସ ଫ୍ରାନ୍ସ ଅଷ୍ଟ୍ରେଲିଆକୁ ୪-୧ରେ ହରାଇ ଫିଫା ବିଶ୍ୱକପରେ ଦମଦାର ଆରମ୍ଭ କରିଛି। ଫ୍ରାନ୍ସର ଏହି ବିଜୟ ଶ୍ରେୟ ଅନୁଭବୀ ଖେଳାଳି ଓଲିଭର ଗିରୋଡଙ୍କ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। କିଛିବର୍ଷ ପୂର୍ବେ ଯେଉଁ ଖେଳାଳିଙ୍କୁ ସର୍ବସାଧାରଣରେ ନିଜ ପତ୍ନୀଙ୍କୁ ବିଶ୍ୱାସଘାତକତା କରିଥିବା ପାଇଁ ଭୁଲ୍‌ ମାଗିବାକୁ ପଡିଥିଲା ଆଜି ସେ ସୁପରଷ୍ଟାର ହୋଇଛନ୍ତି।

୩୬ ବର୍ଷୀୟ ଗିରୋଡ ଏହି ମ୍ୟାଚରେ ଦୁଇଟି ଗୋଲ୍‌ କରିଥିଲେ। ଫ୍ରାନ୍ସ ତରଫରୁ ଫିଫା ବିଶ୍ୱକପ ଖେଳୁଥି ସବୁଠାରୁ ଅନୁଭବୀ ଖେଳାଳି। ଏହି ମ୍ୟାଚରେ ଦୁଇଟି ଗୋଲ କରି ଦେଶ ବିଜୟ ଆଣିଥିଲେ। ଏହାଛଡା ଏହି ମ୍ୟାଚରେ ସବୁଠାରୁ ଅଧିକ ଗୋଲ (୫୧) କରିଥିବା ଖେଳାଳି ମଧ୍ୟରେ ଅନ୍ୟତମ ହେଉଛନ୍ତି ଗିରୋଡ ।

ସୂଚନାଯୋଗ୍ୟ, ଦୀର୍ଘ ୮ ବର୍ଷ ତଳେ ପରିବାର ସହିତ ଫ୍ୟାନ୍ସଙ୍କ ପାଖରେ ଲଜିତ ହୋଇଥିଲେ ଗିରୋଡ । ନିଜ ପତ୍ନୀଙ୍କୁ ବିଶ୍ୱାସଘାତକତା କରିବା ଯୋଗୁଁ ବିବାଦରେ ଫସିଥିଲେ। ଏହି ଷ୍ଟାର ଖେଳାଳି ମଡେଲ ସେଲିୟାଙ୍କ ସହିତ ହୋଟେଲରେ ରହିଥିବା ଅଭିଯୋଗ ହୋଇଥିଲା। ନିଜ ପତ୍ନୀଙ୍କୁ ବିଶ୍ୱାସ ଘାତକତା କରିଥିବା ଯୋଗୁଁ ଫ୍ୟାନ୍ସଙ୍କୁ ଭଲ୍‌ ମାଗିଥିଲେ। ସେ ଟ୍ଵିଟର ଜରିଆରେ ନିଜର ଭୁଲ୍‌ ସ୍ୱୀକାର କରି ସର୍ବସାଧାରଣରେ ନିଜ ପରିବାର ଏବଂ ପତ୍ନୀଙ୍କୁ କ୍ଷମା ମାଗିଥିଲେ। ସେ ଲେଖିଥିଲେ, ମୋ ପତ୍ନୀ, ପରିବାର, ସାଙ୍ଗସାଥି, ମ୍ୟାନେଜର, ଖେଳାଳିଙ୍କ ସମେତ କ୍ଲବଙ୍କୁ ମଧ୍ୟ କ୍ଷମା ମାଗୁଛି। ଏବ କେବଳ କ୍ଷମା ପାଇବି ବୋଲି ଭାବୁଛି ।

ଗିରୋଡଙ୍କୁ ପତ୍ନୀ ଜେନିଫର କ୍ଷମା କରିଦେଇଥିଲେ। ଦୁହେଁ ଏବେ ଏକାଠି ଜୀବନ ଯାପନ କରୁଛନ୍ତି। ମ୍ୟାଚ୍‌ ସମୟରେ ତାଙ୍କ ପତ୍ନୀ ମଧ୍ୟ ଷ୍ଟାଡିୟମକୁ ଚିଅର କରୁଥିବା ନଜର ଆସିଛନ୍ତି।

Swagatika

Recent Posts

ପୃଥିବୀ କେତେ ବର୍ଷ ପୁରୁଣା, ଉତ୍ତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…

5 mins ago

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

21 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

27 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

34 mins ago

ଅସ୍ତରଙ୍ଗ ଜାହାନିଆରେ ଜମିଥିଲା ହଜାର ହଜାର ପର୍ଯ୍ୟଟକଙ୍କ ଭିଡ, ଝାଉଁ ଜଙ୍ଗଲରେ ମଜା କହିଲେ ନସରେ

କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା…

42 mins ago

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Xiaomi MIX Fold 4, ମିଳିବ ସାଟେଲାଇଟ୍ କନେକ୍ଟିଭିଟି ଫିଚର୍ସ

ସାଓମି ହେଉଛି ଭାରତର ଏକ ଲୋକପ୍ରିୟ ସ୍ମାର୍ଟଫୋନ୍ କମ୍ପାନୀ । ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ସାଓମି ସ୍ମାର୍ଟଫୋନ୍…

1 hour ago