ପତ୍ନୀଙ୍କୁ ବିଶ୍ୱାସଘାତକତା କରିଥିବା ଯୋଗୁଁ ସର୍ବସାଧାରଣରେ ମାଗିଥିଲେ ଭୁଲ୍, ଏବେ ଫିଫା ବିଶ୍ୱକପରେ ଦେଶ ପାଇଁ ଗୌରବ ଆଣିଲେ ଓଲିଭର ଗିରୋଡ

ଚାମ୍ପିଅନ୍ସ ଫ୍ରାନ୍ସ ଅଷ୍ଟ୍ରେଲିଆକୁ ୪-୧ରେ ହରାଇ ଫିଫା ବିଶ୍ୱକପରେ ଦମଦାର ଆରମ୍ଭ କରିଛି। ଫ୍ରାନ୍ସର ଏହି ବିଜୟ ଶ୍ରେୟ ଅନୁଭବୀ ଖେଳାଳି ଓଲିଭର ଗିରୋଡଙ୍କ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। କିଛିବର୍ଷ ପୂର୍ବେ ଯେଉଁ ଖେଳାଳିଙ୍କୁ ସର୍ବସାଧାରଣରେ ନିଜ ପତ୍ନୀଙ୍କୁ ବିଶ୍ୱାସଘାତକତା କରିଥିବା ପାଇଁ ଭୁଲ୍ ମାଗିବାକୁ ପଡିଥିଲା ଆଜି ସେ ସୁପରଷ୍ଟାର ହୋଇଛନ୍ତି।
୩୬ ବର୍ଷୀୟ ଗିରୋଡ ଏହି ମ୍ୟାଚରେ ଦୁଇଟି ଗୋଲ୍ କରିଥିଲେ। ଫ୍ରାନ୍ସ ତରଫରୁ ଫିଫା ବିଶ୍ୱକପ ଖେଳୁଥି ସବୁଠାରୁ ଅନୁଭବୀ ଖେଳାଳି। ଏହି ମ୍ୟାଚରେ ଦୁଇଟି ଗୋଲ କରି ଦେଶ ବିଜୟ ଆଣିଥିଲେ। ଏହାଛଡା ଏହି ମ୍ୟାଚରେ ସବୁଠାରୁ ଅଧିକ ଗୋଲ (୫୧) କରିଥିବା ଖେଳାଳି ମଧ୍ୟରେ ଅନ୍ୟତମ ହେଉଛନ୍ତି ଗିରୋଡ ।
ସୂଚନାଯୋଗ୍ୟ, ଦୀର୍ଘ ୮ ବର୍ଷ ତଳେ ପରିବାର ସହିତ ଫ୍ୟାନ୍ସଙ୍କ ପାଖରେ ଲଜିତ ହୋଇଥିଲେ ଗିରୋଡ । ନିଜ ପତ୍ନୀଙ୍କୁ ବିଶ୍ୱାସଘାତକତା କରିବା ଯୋଗୁଁ ବିବାଦରେ ଫସିଥିଲେ। ଏହି ଷ୍ଟାର ଖେଳାଳି ମଡେଲ ସେଲିୟାଙ୍କ ସହିତ ହୋଟେଲରେ ରହିଥିବା ଅଭିଯୋଗ ହୋଇଥିଲା। ନିଜ ପତ୍ନୀଙ୍କୁ ବିଶ୍ୱାସ ଘାତକତା କରିଥିବା ଯୋଗୁଁ ଫ୍ୟାନ୍ସଙ୍କୁ ଭଲ୍ ମାଗିଥିଲେ। ସେ ଟ୍ଵିଟର ଜରିଆରେ ନିଜର ଭୁଲ୍ ସ୍ୱୀକାର କରି ସର୍ବସାଧାରଣରେ ନିଜ ପରିବାର ଏବଂ ପତ୍ନୀଙ୍କୁ କ୍ଷମା ମାଗିଥିଲେ। ସେ ଲେଖିଥିଲେ, ମୋ ପତ୍ନୀ, ପରିବାର, ସାଙ୍ଗସାଥି, ମ୍ୟାନେଜର, ଖେଳାଳିଙ୍କ ସମେତ କ୍ଲବଙ୍କୁ ମଧ୍ୟ କ୍ଷମା ମାଗୁଛି। ଏବ କେବଳ କ୍ଷମା ପାଇବି ବୋଲି ଭାବୁଛି ।
ଗିରୋଡଙ୍କୁ ପତ୍ନୀ ଜେନିଫର କ୍ଷମା କରିଦେଇଥିଲେ। ଦୁହେଁ ଏବେ ଏକାଠି ଜୀବନ ଯାପନ କରୁଛନ୍ତି। ମ୍ୟାଚ୍ ସମୟରେ ତାଙ୍କ ପତ୍ନୀ ମଧ୍ୟ ଷ୍ଟାଡିୟମକୁ ଚିଅର କରୁଥିବା ନଜର ଆସିଛନ୍ତି।