ହକି ବିଶ୍ୱ କପ୍‌ : ପରାସ୍ତ ହୋଇ ବି କ୍ୱାର୍ଟରଫାଇନାଲ୍‌ରେ ଆର୍ଜେଣ୍ଟିନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଚମତ୍କାର ଖେଳ । କହିବାକୁ ଗଲେ ଚଳିତ ହକି ବିଶ୍ୱ କପ୍‌ରୁ ସବୁଠାରୁ ଆକର୍ଷଣୀୟ ଖେଳ ଥିଲା ଆଜିର ଦ୍ୱିତୀୟ ମ୍ୟାଚ୍‌ । ପୁଲ୍‌ ‘ଏ’ର ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୫-୩ ଗୋଲ୍‌ରେ ମାତ୍‌ ଦେଇ ଫ୍ରାନ୍ସ ସମସ୍ତଙ୍କୁ ଚମକାଇ ଦେଇଛି । ଅବଶ୍ୟ ଏହି ପରାଜୟ ଆର୍ଜେଣ୍ଟିନା ପାଇଁ କିଛି ଫରକ ଆଣି ନାହିଁ । କାରଣ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୬ ପଏଣ୍ଟ ସହ ପୁଲ୍‌ ଶୀର୍ଷରେ ରହିଥିବା ବିଶ୍ୱର ଦୁଇ ନମ୍ବର ଦଳ ଆର୍ଜେଣ୍ଟିନା କିବଶ୍ୱ କପ୍‌ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି । ସେପଟେ ଏହି ବିଜୟ ଫଳରେ ସ୍ପେନ୍‌କୁ ବିଦା କରି ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ଫ୍ରାନ୍ସ । ସମାନ ୪ ପଏଣ୍ଟ ପାଇ ନ୍ୟୁଜିଲାଣ୍ଡ ତୃତୀୟ ଏବଂ ୨ ପଏଣ୍ଟ ସହ ସ୍ପେନ୍‌ ଚତୁର୍ଥ ତଥା ଶେଷ ସ୍ଥାନରେ ରହିଛି ।
ଆଜି ଖେଳ ଆରମ୍ଭରୁ ଫ୍ରାନ୍ସ ଆକ୍ରମଣାତ୍ମକ ମୁଡ୍‌ରେ ଥିଲା । ଯାହାଫଳରେ ଗୋଲ୍‌ ପରେ ଗୋଲ୍‌ ଦେଇ ଚାଲିଥିଲା । ମଧ୍ୟାନ୍ତର ବେଳକୁ ଦଳ ୪-୧ରେ ଆଗୁଆ ହୋଇ ସାରିଥିଲା । ବିରତି ପରେ ଆର୍ଜେଣ୍ଟିନା ୨ଟି ଗୋଲ୍‌ ଦେଇ ବ୍ୟବଧାନ କମାଇଥିଲା । କିନ୍ତୁ ମ୍ୟାଚ୍‌କୁ ଫେରି ପାରି ନଥିଲା ।

ଫ୍ରାନ୍ସ ତରଫରୁ ୧୮ ମିନିଟ୍‌ରେ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ ହ୍ୟୁଗୋ ଜେନେଷ୍ଟେଟ୍‌ । ପରେ ୨୩ ମିନିଟ୍‌ରେ ଭିକ୍ଟର ଚାରଲେଟ୍‌ ଏବଂ ୩ ମିନିଟ୍‌ ପରେ ଆଷ୍ଟାଇଡ୍‌ କଜିନ୍‌ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ । ତେବେ ୨୮ତମ ମିନିଟ୍‌ରେ ଆର୍ଜେଣ୍ଟିନା ଲୁକାସ୍‌ ମାର୍ଟିନେଜ୍‌ଙ୍କ ଜରିଆରେ ଗୋଟିଏ ଗୋଲ୍‌ କରିବା ପରେ ୩୦ତମ ମିନିଟ୍‌ରେ ଗାସପ୍ରାଡ୍‌ ବୌମଗାର୍ଟନ୍‌ ଫ୍ରାନ୍ସ ପକ୍ଷରୁ ଚତୁର୍ଥ ଗୋଲ୍‌ ଦେଇଥିଲେ । ତେଣୁ ମଧ୍ୟାନ୍ତର ବେଳକୁ ଫ୍ରାନ୍ସ ୪-୧ରେ ଆଗୁଆ ଥିଲା । ବରତି ପରେ ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲିଓ ପେଇଲାଟ୍‌ ୪୪ ଓ ୪୮ ମିନିଟ୍‌ରେ ଦୁଇଟି ଗୋଲ୍‌ ସ୍କୋର କରିଥିଲେ । ତେବେ ପୁଣି ୫୪ ମିନିଟ୍‌ରେ ଫ୍ରାଙ୍କୋଇସ୍‌ ଗୋଏଟ୍‌ ଅନ୍ତିମ ଗୋଲ୍‌ ସ୍କୋର କରି ଆର୍ଜେଣ୍ଟିନା ପାଇଁ ଫେରିବାର ବାଟ ବନ୍ଦ କରି ଦେଇଥିଲେ । ଏହା ସହିତ ପୁଲ୍‌ ‘ଏ’ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି । ଫ୍ରାନ୍ସର ହ୍ୟୁଗୋ ଜେନେଷ୍ଟେଟ୍‌ ଦ୍ୱିତୀୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ପ୍ରସିଦ୍ଧ ଭାରତୀୟ ମହିଳା ଆଥ୍‌ଲେଟ୍‌ ଅଞ୍ଜୁ ବବି ଜର୍ଜ ଆଜି ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହିତ ପରିଚିତ ହୋଇଥିଲେ ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

9 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

40 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

43 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

46 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

52 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago