କ୍ରୀଡା

ହକି ବିଶ୍ୱ କପ୍‌ : ପେନାଲଟି ସୁଟ୍‌ଆଉଟ୍‌ରେ ବେଲଜିୟମକୁ ୫-୪ରେ ହରାଇ ଜର୍ମାନୀ ଚାମ୍ପିଅନ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ଜୋରଦାର ଟକ୍କର ପରେ ନିର୍ଣ୍ଣୟ ହେଲା ୨୦୨୩ ହକି ବିଶ୍ୱ କପ୍‌ର ଚାମ୍ପିଅନ୍‌ । ଗତଥର ଚାମ୍ପିଅନ୍‌ ବେଲଜିୟମକୁ ୫-୪ ସୁଟ୍‌ଆଉଟ୍‌ରେ ହରାଇ ତୃତୀୟଥର ଚାମ୍ପିଅନ୍‌ ହୋଇଛି ।

ଦୁଇ ଦଳ ମଧ୍ୟରେ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା । ତେବେ ବେଲଜିୟମ ପ୍ରଥମେ ଦୁଇଟି ଗୋଲ୍‌ କରି ୨-୦ରେ ଆଗୁଆ ରହିଥିଲା । ପରେ କିନ୍ତୁ ବଢ଼ିଆ ପ୍ରତ୍ୟାବର୍ତ୍ତନ କରି ଜର୍ମାନୀ ଗୋଲ୍‌ ଦୁଇଟିକୁ ଶୁଝାଇ ଦେଇଥିଲା ।
ମ୍ୟାଚ୍‌ର ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଆଉ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରି ୩-୩ ସ୍ଥିତିକୁ ଆସିଥିଲେ । ଏହି ସ୍କୋର ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ରହିବାରୁ ପେନାଲଟି ସୁଟଆଉଟ ହୋଇଥିଲା । ତେବେ ସୁଟ୍‌ଆଉଟ୍‌ରେ ମଧ୍ୟ ଦୁଇ ଦଳ ପୁଣି ୩-୩ ଗୋଲ୍‌ କରି ସମାନ ସ୍ଥିତିରେ ରହିଥିଲେ । ଏହାପରେ ସଡନ୍‌ ଡେଥ୍‌ର ଆଶ୍ରୟ ନିଆଯାଇଥିଲା । ଏଥିରେ ଜର୍ମାନୀ ୫-୪ ଗୋଲ୍‌ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ଜିତି ନେଇଛି ।

ବିଶ୍ୱକପ ଇତିହାସରେ ଜର୍ମାନୀ ଏହା ପୂର୍ବରୁ ଦୁଇଥର ବିଶ୍ୱ ବିଜେତା ହୋଇସାରିଛି । ଏହା ୨୦୦୨ ଓ ୨୦୦୬ରେ ଚାମ୍ପିଅନ୍‌ ହୋଇଥିଲା । ତେବେ ୨୦୧୮ରେ ଏହି ଓଡ଼ିଶାରେ ହିଁ ବେଲଜିୟମ ଚାମ୍ପିଅନ୍‌ ହୋଇଥିଲା ।

ନେଦରଲାଣ୍ଡସ ଜିତିଲା ବ୍ରୋଞ୍ଜ ପଦକ

ସେପଟେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ମେଡାଲରେ ସନ୍ତୁଷ୍ଟ ହୋଇଛି ତିନି ଥରର ବିଶ୍ୱବିଜେତା ନେଦରଲାଣ୍ଡସ । ଆଜିର ମ୍ୟାଚ୍‌୍‌ରେ ନେଦରଲାଣ୍ଡସ ଦଳ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ହରାଇ ବିଜୟୀ ହୋଇଛି ।
ଏହା ସହିତ ହକି ବିଶ୍ୱ କପ୍ର ଉଦଯାପନୀ ହୋଇଛି । ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ହକି ବିଶ୍ୱ କପ୍ ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳା ଯାଇଥିଲା । ଓଡ଼ିଶା ୨୦୧୮ ପରେ ଦ୍ୱିତୀୟଥର ପାଇଁ ହକି ବିଶ୍ୱକପ୍ର ଆୟୋଜନ କରିଥିଲା ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago