ହକି ବିଶ୍ୱକପ୍‌ : ଜିତିଲା ଜର୍ମାନୀ, ପହଞ୍ଚିଲା କ୍ୱାର୍ଟର ଫାଇନାଲ୍‌ରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ହକି ବିଶ୍ୱ କପ୍‌ର ଆଜି ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡସକୁ ୪-୧ ଗୋଲ୍‌ରେ ହରାଇ ଜର୍ମାନୀ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି । ପୁଲ୍‌ ‘ଡି’ର ଏହି ମ୍ୟାଚ୍‌ରେ ବିଜୟୀ ହୋଇ ସର୍ବାଧିକ ୬ ପଏଣ୍ଟ ସହ ଜର୍ମାନୀ ପୁଲ୍‌ ଶୀର୍ଷରେ ରହିଛି । ନେଦରଲାଣ୍ଡସ ଦୁଇଟି ମ୍ୟାଚ୍‌ରୁ ୩ ପଏଣ୍ଟ ହାସଲ କରିଛି ।


ଆଜିର ମ୍ୟାଚ୍‌ରେ ପ୍ରଥମ ଗୋଲ୍‌ ନେଦରଲାଣ୍ଡସ୍‌ କରିଥିଲା । ମାଇର୍କୋ ପ୍ରୁଇସର ୧୩ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ । ଏହି ସ୍ଥିତି ତୃତୀୟ କ୍ୱାର୍ଟରଯାଏ ବଜାୟ ରହିଥିଲା । ହେଲେ ଶେଷ ଭାଗରେ ଲଗାତର ୪ଟି ଗୋଲ୍‌ ସ୍କୋର କରି ଜର୍ମାନୀ ସହଜ ବିଜୟ ହାସଲକରିଥିଲା । ୩୦ତମ ମିନିଟ୍‌ରେ ମାଥିଆସ ମୁଲେର, ୫୨ ମିନିଟ୍‌ରେ ଲୁକାସ ଓ୍ଵିଣ୍ଡଫିଡର ଓ ଏହାର ୨ ମିନିଟ୍‌ ପରେ ମାର୍କୋ ମିଲଟ୍‌କାଉ ।ଗାଲ୍‌ ଦେଇଥିଲେ । ପୁଣି ୫୮ ମିନିଟ୍‌ରେ ଚତୁର୍ଥ ତଥା ଶେଷ ଗୋଲ୍‌ ଏକ ପେନାଲଟି ଷ୍ଟ୍ରୋକ୍‌ରୁ ସ୍କୋର କରି ଖ୍ରୀଷ୍ଟୋଫର ରୁର୍‌ ମୁଣ୍ଡି ମାରିଥିଲେ   ଫ୍ଲୋରିଆନ୍‌ ଫୁକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

 

KNews Bureau

Recent Posts

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

2 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

10 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

34 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

42 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

1 hour ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

1 hour ago