ହକି ବିଶ୍ୱକପ୍ : ଜିତିଲା ଜର୍ମାନୀ, ପହଞ୍ଚିଲା କ୍ୱାର୍ଟର ଫାଇନାଲ୍ରେ

ଭୁବନେଶ୍ୱର (କେ ନ୍ୟୁଜ୍) : ହକି ବିଶ୍ୱ କପ୍ର ଆଜି ପ୍ରଥମ ମ୍ୟାଚ୍ରେ ନେଦରଲାଣ୍ଡସକୁ ୪-୧ ଗୋଲ୍ରେ ହରାଇ ଜର୍ମାନୀ କ୍ୱାର୍ଟରଫାଇନାଲ୍ରେ ପହଞ୍ଚିଛି । ପୁଲ୍ ‘ଡି’ର ଏହି ମ୍ୟାଚ୍ରେ ବିଜୟୀ ହୋଇ ସର୍ବାଧିକ ୬ ପଏଣ୍ଟ ସହ ଜର୍ମାନୀ ପୁଲ୍ ଶୀର୍ଷରେ ରହିଛି । ନେଦରଲାଣ୍ଡସ ଦୁଇଟି ମ୍ୟାଚ୍ରୁ ୩ ପଏଣ୍ଟ ହାସଲ କରିଛି ।
ଆଜିର ମ୍ୟାଚ୍ରେ ପ୍ରଥମ ଗୋଲ୍ ନେଦରଲାଣ୍ଡସ୍ କରିଥିଲା । ମାଇର୍କୋ ପ୍ରୁଇସର ୧୩ ମିନିଟ୍ରେ ଗୋଲ୍ ସ୍କୋର କରିଥିଲେ । ଏହି ସ୍ଥିତି ତୃତୀୟ କ୍ୱାର୍ଟରଯାଏ ବଜାୟ ରହିଥିଲା । ହେଲେ ଶେଷ ଭାଗରେ ଲଗାତର ୪ଟି ଗୋଲ୍ ସ୍କୋର କରି ଜର୍ମାନୀ ସହଜ ବିଜୟ ହାସଲକରିଥିଲା । ୩୦ତମ ମିନିଟ୍ରେ ମାଥିଆସ ମୁଲେର, ୫୨ ମିନିଟ୍ରେ ଲୁକାସ ଓ୍ଵିଣ୍ଡଫିଡର ଓ ଏହାର ୨ ମିନିଟ୍ ପରେ ମାର୍କୋ ମିଲଟ୍କାଉ ।ଗାଲ୍ ଦେଇଥିଲେ । ପୁଣି ୫୮ ମିନିଟ୍ରେ ଚତୁର୍ଥ ତଥା ଶେଷ ଗୋଲ୍ ଏକ ପେନାଲଟି ଷ୍ଟ୍ରୋକ୍ରୁ ସ୍କୋର କରି ଖ୍ରୀଷ୍ଟୋଫର ରୁର୍ ମୁଣ୍ଡି ମାରିଥିଲେ ଫ୍ଲୋରିଆନ୍ ଫୁକ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।