ବଜାରକୁ ଆସିଲା ଟିଭିଏସ୍‌ ଏକ୍ସଏଲ ୧୦୦ ହେଭି ଡ୍ୟୁଟି

 ଭୁବନେଶ୍ବର (କେନ୍ଯୁଜ୍) : ବଜାରକୁ ଆସିଲା ଟିଭିଏସ୍‌ ମୋଟର କମ୍ପାନିର ଟିଭିଏସ୍‌ ଏକ୍ସଏଲ ୧୦୦ ହେଭି ଡ୍ୟୁଟି ‘ଆଇ ଟଚ୍‌ ଷ୍ଟାର୍ଟ’ର ଦୁଇ ଚକିଆ ଓ ତିନି ଚକିଆ ଯାନ । ଏହା ଓଡିଶାରେ ଉନ୍ମୋଚନ ହୋଇଛି । ଏହି ଗାଡି ଭାରତରେ ପ୍ରଥମ ଥର ପାଇଁ ଷ୍ଟାର୍ଟର ଜେନେରେଟର ସହିତ ସମନ୍ଵିତ ହୋଇଛି ।

ଟିଭିଏସ ଏକ୍ସଏଲ ୧୦୦ହେଭି ବ୍ରାଣ୍ଡ୍‌ ସବୁବେଳେ ଗ୍ରାହକଙ୍କୁ ବିଭିନ୍ନ କାର୍ଯ୍ୟ, ଦୀର୍ଘ ସ୍ଥାୟୀତ୍ୱ ଓ ଆରାମଦାୟକ ଅନୁଭୂତି ପ୍ରଦାନ କରିଥାଏ ବୋଲି କମ୍ପାନି ଉପସଭାପତି ଏସ୍‌.ବୈଦ୍ୟନାଥନ କହିଛନ୍ତି । ଏହି ଗାଡି ସବୁଜ, ଲାଲ, ଗ୍ରେ, କଳା, ନୀଳ ଓ କପର ଆଦି ବିଭିନ୍ନ ରଙ୍ଗରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ଓଡିଶାରେ ୩୬ହଜାର ୯ଶହ ୧୩ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.