କ୍ରୀଡା

ମ୍ୟାକ୍ସୱେଲଙ୍କ ଦମଦାର ଦ୍ୱିଶତକ ଆଫଗାନିସ୍ତାନ ଠାରୁ ଛଡାଇ ଆଣିଲା ବିଜୟ, ହେଲେ ଭାଙ୍ଗିପାରିଲାନି ଈଶାନଙ୍କ ରେକର୍ଡ

ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଗ୍ଲେନ ମ୍ୟାକ୍ସୱେଲ ଦମଦାର ବ୍ୟାଟିଂ କରି ଆଫଗାନିସ୍ତାନ ଠାରୁ ବିଜୟ ଛଡାଇ ଆଣିଛନ୍ତି । ଆଫଗାନିସ୍ତାନ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୯୧ ରନ୍‌ କରିଥିଲା । ହେଲେ ଅଷ୍ଟ୍ରେଲିଆ ୭ ଓ୍ଵିକେଟ ହରାଇ ଆଫଗାନିସ୍ତାନ ଠାରୁ ବିଜୟ ଛଡାଇନେଇଛି । ମୁମ୍ବାଇ ଓ୍ଵାଙ୍ଖଡେରେ ମ୍ୟାକ୍ସୱେଲ ଦ୍ୱିଶତକ ମାରି ଧମାଲ୍‌ କରିଥିଲେ । କିନ୍ତୁ ଈଶାନ କିଶନଙ୍କ ରେକର୍ଡ ଭାଙ୍ଗିପାରିନଥିଲେ ।

ଦିନିକିଆ ଇଣ୍ଟରନ୍ୟାସନାଲ ମ୍ୟାଚରେ ସବୁଠାରୁ ଦ୍ରୁତତମ ଶତକ ରେକର୍ଡ ଈଶାନ କିଶନଙ୍କ ନାମରେ ରହିଛି । ୨୦୨୨ରେ ଈଶାନ ବାଂଲାଦେଶ ବିପକ୍ଷରେ ୧୨୬ ବଲରେ ଦ୍ୱିଶତକ କରିବାର ରେକର୍ଡ କରିଛନ୍ତି । ଏହି ମାମଲାରେ ମ୍ୟାକ୍ସୱେଲ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ମ୍ୟାକ୍ସୱେଲ ୧୨୮ ବଲରେ ଦ୍ୱିଶତକ କରିଛନ୍ତି । କ୍ରିସ ଗେଲ୍‌ ୩ୟ ସ୍ଥାନରେ ରହିଛି । ସେ ଜିମ୍ବାୱେ ବିପକ୍ଷରେ ୨୦୧୫ରେ ୧୩୮ ବଲରେ ଦ୍ୱିଶତକ କରିଥିଲେ ।

ଆଫଗାନିସ୍ତାନର ୨୯୨ ରନର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମାତ୍ର ୯୧ ରନରେ ୭ଟି ୱିକେଟ ହରାଇଥିଲା । ମାକ୍ସୱେଲ ଏକା ହିଁ ୨୦୧ ରନ୍ କରି ଦଳକୁ ବିଜୟୀ କରାଇଛନ୍ତି । ଅଷ୍ଟ୍ରେଲିଆ ଆଫଗାନିସ୍ତାନ ବିପକ୍ଷରେ ୧୮.୩ ଓଭରେ ୭ ଓ୍ଵିକେଟ ହରାଇଥିଲା । ସେତେବେଳେ ଟିମ୍‌ ୯୧ ସ୍କୋର କରିଥିଲା । କିନ୍ତୁ ମ୍ୟାକ୍ସୱେଲଙ୍କ ଦମଦାର ଦ୍ୱିଶତକ ଆଫଗାନିସ୍ତାନ ଠାରୁ ବିଜୟ ଛଡା ଆଣିଥିଲା । ମ୍ୟାକ୍ସୱେଲ ୧୨୮ ବଲରେ ୨୦୧ ରନ୍‌ କରି ଅପରାଜିତ ରହିଥିଲେ । ଏହି ଇନିଂସରେ ମ୍ୟାକ୍ସୱେଲ ୨୧ଟି ଚଉକା ଏବଂ ୧୦ଟି ଛକା ମାରିଥିଲେ ।

ତେବେ ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିବା ପରେ ବିଶ୍ୱକପ ୨୦୨୩ ସେମିଫାଇନାଲରେ ସ୍ଥାନ ପକା କରିଛି । ଅଷ୍ଟ୍ରେଲିଆ ଆଗରୁ ଭାରତ ସେମିଫାଇନାଲରେ ପ୍ରବେଶ କରିସାରିଛି । ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ତେବେ ଚତୁର୍ଥ ଟିମ୍‌ ଏପର୍ଯ୍ୟନ୍ତ ସେମିଫାଇନାଲରେ ପ୍ରବେଶ କରିନାହିଁ । ଶ୍ରୀଲଙ୍କା, ବାଂଲାଦେଶ ଏବଂ ଇଂଲଣ୍ଡ ଟିମ୍‌ ବିଶ୍ୱକପରୁ ବାଦ୍‌ ପଡିଛନ୍ତି ।

Swagatika

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

54 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago