Categories: କ୍ରୀଡା

ବିବାଦ ଛାଡୁନି ପିଛା ! ମହିଳାଙ୍କ ଉପରେ ଆପତ୍ତିଜନକ ଟିପଣୀ ପାଇଁ ବିସିସିଆଇ ପକ୍ଷରୁ ହାର୍ଦ୍ଦିକ ଏବଂ ରାହୁଲଙ୍କୁ ଜରିମାନା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ବୋର୍ଡ (ଈଉଉଓ)ର ଲୋକପାଳ କମିଟି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କ ଉପରେ ଏକ ଟିଭି ଶୋରେ ମହିଳାଙ୍କ ଉପରେ ଖରାପ ମନ୍ତବ୍ୟ ରଖିବା ପାଇଁ ୨୦-୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ବିସିସିଆଇ ଲୋକପାଳଙ୍କ ଅନୁଯାୟୀ, ଏହି ଦୁଇ ଖେଳାଳୀ ଏକ-ଏକ ଲକ୍ଷ ଟଙ୍କା ୧୦ଜଣ ଶହିଦ୍ ପେରା ମିଲିଟ୍ରି ଫୋର୍ସର କନେଷ୍ଟେବଲଙ୍କ ପରିବାରକୁ ଦେବେ। ଏହାପରେ ସେତିକି ହିଁ ଅର୍ଥ ପୁଣି ଅନ୍ଧକ୍ରିକେଟର ଟିମକୁ ଦେବେ। ଏହି ରାଶିକୁ ଖେଳାଳୁଙ୍କୁ ୪ ସପ୍ତାହ ମଧ୍ୟରେ ଜମା କରିବାକୁ ପଡିବ। ଏଥିସହ ବିସିସିଆଇ ଲୋକପାଳ କହିଛନ୍ତି ଯଦି ହାର୍ଦ୍ଦିକ ଏବଂ କେଏଲ ରାହୁଲ ଏହି ରାଶିକୁ ନିର୍ଦ୍ଦାରିତ ସମୟ ମଧ୍ୟରେ ଜମା କରୁନାହାନ୍ତି ତେବେ ତାହାକୁ ବିସିସିଆଇ ତାଙ୍କ ମ୍ୟାଚ ଫିସରୁ କାଟି ଦେବ।

କଣ ଥିଲା ମାମଲା

କରଣ ଯୋହରଙ୍କ କଫି ୱିଥ୍ କରନ ସୋରେ ହାର୍ଦ୍ଦିକ୍ ପାଣ୍ଡ୍ୟା ଏବଂ କେଏଲ୍ ରାହୁଲ୍ ଆସିଥିଲେ । ତେବେ ସୋରେ ପାଣ୍ଡ୍ୟା ଏମିତି କିଛି କଥା କହିଦେଇଥିଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା । ଏଥିରେ ପାଣ୍ଡ୍ୟା ମହିଳା ବିରୋଧୀ ବୟାନ୍ ଦେଇଥିଲେ । ପାଣ୍ଡ୍ୟା କହିଥିଲେ ତାଙ୍କ ପରିବାର ଖୁବ୍ ଖୋଲା ବିଚାରର । ଏପରିକି ଯେତେବେଳେ ସେ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିଥିଲେ ଘରକୁ ଆସି କହିଥିଲେ ।

ସେହିପରି ଏକ ପାର୍ଟିକୁ ନିଜ ବାପା ମାଙ୍କୁ ନେଇ ଯାଇଥିଲେ । ଯେଉଁଠି ବାପା ପ୍ରଶ୍ନ ପଚାରିଥିଲେ କେଉଁ ଯୁବତୀକୁ ଦେଖୁଛ ? ପାଣ୍ଡ୍ୟା ଜଣକ ପରେ ଜଣେ ଯୁବତୀଙ୍କ ଆଡକୁ ଆଙ୍ଗୁଠି ଦେଖାଇ କହିଥିଲେ ସମସ୍ତଙ୍କୁ ଦେଖୁଛି । କେବଳ ସେତିକି ନୁହେଁ ରାପିଡ୍ ଫାୟାର୍ ରାଉଣ୍ଡରେ ଉତ୍ତର ଦେଇ ଉଭୟ ଖେଳାଳୀ କହିଥିଲେ ସଚିନଙ୍କଠୁ ଭଲ ବିରାଟ୍ କୋହଲୀ । ଏହି ବୟାନ୍ ପରେ ପ୍ରଶଂସକଙ୍କ ଟାର୍ଗେଟକୁ ଚାଲି ଆସିଥିଲେ ପାଣ୍ଡ୍ୟା । ତାଙ୍କର ଏଭଳି ବୟାନକୁ ନେଇ ଖୁବ୍ ସମାଲୋଚନା କରିଥିଲା ସୋସିଆଲ୍ ମିଡିଆ ।

କରାଯାଇଥିଲା ସସପେଣ୍ଡ

ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦୁଇଟି ଦିନିକିଆରୁ ସସ୍ପେଣ୍ଡ କରାଯାଇଥିଲା। ଉଭୟଙ୍କୁ ବ୍ୟାନ୍ କରିବାକୁ ବିସିସିଆଇକୁ ସୁପାରିଶ କରିଥିଲେ କମିଟି ଅଫ୍ ଆଡ୍ମିନି ଷ୍ଟ୍ରେଟର ଚିଫ୍ ବିନୋଦ ରାୟ । ଏପରି ମନ୍ତବ୍ୟ କ୍ଷମା ଯୋଗ୍ୟ ନୁହଁ ବୋଲି ସେ କହିଥିଲେ । ଏହା ପରେ ଦୁଇ କ୍ରିକେଟରଙ୍କୁ ସସ୍ପେଣ୍ଡ କରାଯାଇଥିଲା ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

54 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago