ଭୁବନେଶ୍ବର(କେନ୍ୟୁଜ୍) : ଆଜି ବିଶ୍ୱକପର ସେମି ଫାଇନାଲ ଲଢେଇ । ପ୍ରଥମ ସେମିରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଇଂଲଣ୍ଡ । ଦିନ ୪ଟାରେ ମ୍ୟାଚ ଖେଳାଯିବ । କ୍ୱାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ଭାବେ ସେମିରେ ପ୍ରବେଶ କରିଛି ଇଂଲଣ୍ଡ । ସେହିପରି ଜର୍ମାନୀକୁ ୨-୧ ଗୋଲରେ ହରାଇ ତୃତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ବେଲଜିୟମ୍ । ଉଭୟ ଦଳ ଦମଦାର ଫର୍ମରେ ଅଛନ୍ତି । ତେଣୁ ଫାଇନାଲରେ ପହଞ୍ଚିବାକୁ ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ । ସେପଟେ ଦ୍ୱିତୀୟ ସେମିରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମୁକାବିଲା ହେବ । କ୍ୱାର୍ଟର ଫାଇନାଲରେ ଆୟୋଜକ ଭାରତକୁ ୨-୧ ଗୋଲ୍ରେ ପରାସ୍ତ କରି ସେମିରେ ପ୍ରବେଶ କରିଛି ନେଦରଲ୍ୟାଣ୍ଡସ୍ । ସେହିପରି ଏକତରଫା ମ୍ୟାଚରେ ଫ୍ରାନ୍ସକୁ ୩-୦ ଗୋଲରେ ହରାଇ ସେମି ଫାଇନାଲରେ ଏଣ୍ଟ୍ରି ମାରିଛି କଙ୍ଗାରୁ ବାହିନୀ । ସଂଧ୍ୟା ୬ଟା ୩୦ ମିନିଟରେ ମୁକାବିଲା ହେବ ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…