ବିଶ୍ୱକପ୍‌ ହକି, ଆଜି ଖେଳାଯିବ ସେମି ଫାଇନାଲ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ବିଶ୍ୱକପର ସେମି ଫାଇନାଲ ଲଢେଇ । ପ୍ରଥମ ସେମିରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଇଂଲଣ୍ଡ । ଦିନ ୪ଟାରେ ମ୍ୟାଚ ଖେଳାଯିବ । କ୍ୱାର୍ଟର ଫାଇନାଲ୍‌ରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ଭାବେ ସେମିରେ ପ୍ରବେଶ କରିଛି ଇଂଲଣ୍ଡ । ସେହିପରି ଜର୍ମାନୀକୁ ୨-୧ ଗୋଲରେ ହରାଇ ତୃତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ବେଲଜିୟମ୍‌ । ଉଭୟ ଦଳ ଦମଦାର ଫର୍ମରେ ଅଛନ୍ତି । ତେଣୁ ଫାଇନାଲରେ ପହଞ୍ଚିବାକୁ ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ । ସେପଟେ ଦ୍ୱିତୀୟ ସେମିରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡସ୍‌ ମଧ୍ୟରେ ମୁକାବିଲା ହେବ । କ୍ୱାର୍ଟର ଫାଇନାଲରେ ଆୟୋଜକ ଭାରତକୁ ୨-୧ ଗୋଲ୍‌ରେ ପରାସ୍ତ କରି ସେମିରେ ପ୍ରବେଶ କରିଛି ନେଦରଲ୍ୟାଣ୍ଡସ୍‌ । ସେହିପରି ଏକତରଫା ମ୍ୟାଚରେ ଫ୍ରାନ୍ସକୁ ୩-୦ ଗୋଲରେ ହରାଇ ସେମି ଫାଇନାଲରେ ଏଣ୍ଟ୍ରି ମାରିଛି କଙ୍ଗାରୁ ବାହିନୀ । ସଂଧ୍ୟା ୬ଟା ୩୦ ମିନିଟରେ ମୁକାବିଲା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.