Below header

ଶକ୍ତି ସଂରକ୍ଷଣ କ୍ଷେତ୍ରରେ କିସ୍‌ ରାଜ୍ୟର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର(କେନ୍ୟୁଜ୍) : ଶକ୍ତି ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାର କିସ୍‌କୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପୁରସ୍କୃତ କରିଛନ୍ତି । ଗତକାଲି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କିସ୍‌କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଶକ୍ତି ସଂରକ୍ଷଣ କ୍ଷେତ୍ରରେ କାର‌୍ୟ୍ୟ କରୁଥିବା ରାଜ୍ୟ ନୋଡାଲ ଏଜେନ୍ସୀ ପକ୍ଷରୁ ଶକ୍ତି ସଂରକ୍ଷଣର ବିଭିନ୍ନ ଦିଗକୁ ନେଇ ରାଜ୍ୟର ବିଭିନ୍ନ ଅନୁଷ୍ଠାନରେ ସର୍ବେକ୍ଷଣ କରାଯାଇଥିଲା । ଶକ୍ତି ସଂରକ୍ଷଣ କ୍ଷେତ୍ରରେ କେଉଁ କେଉଁ ଅନୁଷ୍ଠାନ କଣ କଣ ପଦକ୍ଷେପ ନେଇ ଉଦାହରଣ ସୃଷ୍ଟି କରିଛନ୍ତି ତାହାକୁ ଭିତ୍ତିକରି ଏହି ପୁରସ୍କାର ପ୍ରଦାନ କରାଯାଇଛି ।

kiss1ବିଦ୍ୟୁତ ଶକ୍ତି ଅପଚୟ ରୋକିବା, ବିଦ୍ୟୁତ ଶକ୍ତି ସଂରକ୍ଷଣ, କମ ବିଦ୍ୟୁତ ଶକ୍ତି ବ୍ୟବହାରେ ଅଧିକ ଉପଯୋଗିତା ପାଇଁ ଆବଶ୍ୟକ ବିଦ୍ୟୁତ ଉପକରଣ ବ୍ୟବହାର କ୍ଷେତ୍ରରେ କିସ୍‌ ରାଜ୍ୟରେ ଶ୍ରେଷ୍ଠ ଅନୁଷ୍ଠାନ ରୂପେ ବିବେଚିତ ହୋଇଛି । ଏଥିରେ ସନ୍ତୋଷ ପ୍ରକାଶ କରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି ବିଦ୍ୟୁତ ସଂରକ୍ଷଣ ଓ ଅପଚୟ ରୋକିବା ଦିଗରେ କିସ୍‌ ଓ କିଟ୍‌ରେ ଅନେକ ଗୁଡିଏ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସମୟରେ ଶକ୍ତି ସଂରକ୍ଷଣ ଅପରିହାର‌୍ୟ୍ୟ ହୋଇପଡିଛି । ଏ ଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.